ମହିଳା ଜନ୍ମ ଦେଲେ ଯମଜ ସନ୍ତାନ,  ବାପା କିନ୍ତୁ ଅଲଗା… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 4, 2019

ମହିଳା ଜନ୍ମ ଦେଲେ ଯମଜ ସନ୍ତାନ,  ବାପା କିନ୍ତୁ ଅଲଗା…

ଚୀନ:  ପିଲା ଜନ୍ମ ହେବା ପରେ ବାପାମା’ଙ୍କର ଖୁସିରେ ପାଦ ତଳେ ଲାଗେନି। ହେଲେ ଚୀନ୍‌ରେ ପିଲା ଜନ୍ମ ପରେ ଦେଖାଦେଇଛି ଦାମ୍ପତ୍ୟ କଳହ। ଜଣେ ମହିଳା ଯମଜ ସନ୍ତାନ ଜନ୍ମ ଦେବା ପରେ ପିତୃତ୍ୱକୁ ନେଇ ଦେଖାଦେଇଛି ବିବାଦ। କାରଣ ଚୀନ୍‌ରେ ପିଲା ଜନ୍ମ ହେବା ପରେ ତାଙ୍କ ବାର୍ଥ ସାର୍ଟିଫିକେଟ ଲାଗି ପିତୃତ୍ୱ ପରୀକ୍ଷା କରାଯାଏ। ହେଲେ ଏହି ଯମଜ ସନ୍ତାନଙ୍କ ପିତୃତ୍ୱ ପରୀକ୍ଷା ପରେ ଆସିଥିବା ରିପୋର୍ଟ ଦେଖି ମହିଳାଙ୍କ ସ୍ୱାମୀଙ୍କ ହୋସ୍‌ ଉଡ଼ିଗଲା।

କାରଣ ଡିଏନଏ ଟେଷ୍ଟ ରିପୋର୍ଟରେ କେବଳ ଜଣେ ସନ୍ତାନଙ୍କ ଡିଏନଏ ପିତାଙ୍କ ସହ ମ୍ୟାଚ୍‌ ହେଉଛି। ଏହାର ଅର୍ଥ ୨ ସନ୍ତାନଙ୍କ ପିତା ଜଣେ ନୁହନ୍ତି। ଏହି ରିପୋର୍ଟକୁ ମହିଳାଜଣକ ପ୍ରଥମେ ଭୁଲ ବୋଲି କହୁଥିଲେ। ପ୍ରଥମେ ପ୍ରଥମେ ନିଜ ଦୋଷ ସ୍ୱୀକାର କରୁନଥିବା ମହିଳା କିନ୍ତୁ ପରେ ନିଜ ସ୍ୱାମୀଙ୍କୁ ଧୋକା ଦେଇଥିବା ସ୍ୱୀକାର କଲେ।

ଏହି ଘଟଣା ଉକ୍ତ ସମୟରେ ଲୋକଲୋଚନକୁ ଆସିଲା ଯେବେ, ଏହି ଦମ୍ପତିଙ୍କୁ ଲୋକାଲ୍‌ ପୁଲିସ ଷ୍ଟେଶନରେ ନିଜ ସନ୍ତାନଙ୍କ ବାର୍ଥ ସାର୍ଟିଫିକେଟ  ସମେତ ପିତୃତ୍ୱ ଟେଷ୍ଟର ରିପୋର୍ଟ ଥାନାରେ ଦାଖଲ କରିବାର ଥିଲା।  ଏହାଦ୍ୱାରା ସରକାରୀ ସ୍ତରରେ ପ୍ରମାଣ ରହିବ ଯେ, ଉକ୍ତ ଯମଜ ସନ୍ତାନ ହେଉଛନ୍ତି ଏହି ଦମ୍ପତିଙ୍କର। ହେଲେ ରିପୋର୍ଟ ଯାହା ବାହାରିଲା, ତାହା ବିଶ୍ୱାସ କରିବା ସହଜ ନୁହେଁ।

ଲୋକାଲ ନ୍ୟୁଜ୍‌ ମୁତାବକ, ବ୍ୟକ୍ତିଜଣକ ପ୍ରଥମରୁ ସନ୍ଦେହ କରୁଥିଲେ ଯେ, ଯମଜ ସନ୍ତାନଙ୍କ ମଧ୍ୟରୁ ଜଣେ ଦେଖିବାକୁ ତାଙ୍କ ପରି, ହେଲେ ଆଉ ଜଣେ କାହିଁକି ନୁହେଁ। ହେଲେ ଡିଏନଏ ରିପୋର୍ଟରେ ଜଣେ ତାଙ୍କ ସନ୍ତାନ ନୁହେଁ ବୋଲି ଉଲ୍ଲେଖ ଥିବା ଦେଖି ସେ ପ୍ରଥମେ ଏହାକୁ ବିଶ୍ୱାସ କରିପାରିଲେ ନାହିଁ। କାଳେ କୌଣସି ତ୍ରୁଟି ରହିଯାଇଥିବ, ସେଥିପାଇଁ  ଆଉ ଥରେ  ପିତୃତ୍ୱ ପରୀକ୍ଷା କରିବାକୁ ଆବେଦନ କଲେ। ଉକ୍ତ ଡିଏନଏ ପରୀକ୍ଷା କେନ୍ଦ୍ରର ନିର୍ଦ୍ଦେଶକଙ୍କ ମୁତାବକ କେବଳ ଜଣେ ଶିଶୁର ଡିଏନଏ ହିଁ ତା ବାପାଙ୍କ ଡିଏନଏ ସହ ମ୍ୟାଚ କରିଛି। ଏହାପରେ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଗଲା। ପ୍ରଥମେ ପ୍ରଥେମ ଏହି ରିପୋର୍ଟ ଭୁଲ କହୁଥିବା ସ୍ତ୍ରୀ ପରେ ସତ ସ୍ୱୀକାର କରିଥିଲେ।

ଏହାପରେ ବ୍ୟକ୍ତିଜଣକ ନିଜ ପିଲାର ଲାଳନପାଳନ ଭାର ନେବାକୁ ଖୁସିରେ ରାଜି ହୋଇଯାଇଥିବା ବେଳେ ଅନ୍ୟ ପିଲାର ଦାୟିତ୍ୱ ନେବାକୁ ରାଜି ହୋଇନଥିଲେ। ଏପରିକି ଉକ୍ତ ପିଲାକୁ ସେ ନିଜ ନାମ ଓ ପରିଚୟ ଦେବାକୁ ମଧ୍ୟ ମନା କଲେ। ୨୦୧୪ ମସିହାରେ ମଧ୍ୟ ଏପରି ଏକ ଘଟଣା ସାମନାକୁ ଆସିଥିଲା। ଏଭଳି ଘଟଣା ବହୁତ କମ୍‌ ଦେଖାଯାଇଥାଏ ବୋଲି ଜଣେ ସ୍ଥାନୀୟ ଡାକ୍ତର କହିଛନ୍ତି।

ଏପରି କ୍ଷେତ୍ରରେ ମହିଳାଜଣକ ଗୋଟିଏ ଦିନରେ ହିଁ ୨ ବ୍ୟକ୍ତିଙ୍କ ସହ ସମ୍ପର୍କ ସ୍ଥାପନ କରିଥାନ୍ତି । ଫଳରେ ଜଣେ ମହିଳାଙ୍କ ଗର୍ଭରେ ୨ ପୁରୁଷଙ୍କ ଶୁକ୍ରାଣୁ ଏକ ସଙ୍ଗେ ବଢିଥାଏ।  ଫଳରେ  ସେ ଯମଜ ସନ୍ତାନ ପ୍ରସବ କରିଥାନ୍ତି। ଏହାକୁ ମେଡିକାଲ ସାଇନ୍ସରେ ଅସାମାନ୍ୟ ଓ ଦୁର୍ଲ୍ଲଭ ଘଟଣା ବୋଲି କୁହାଯାଇଛି। ହେଲେ ଏହି ଘଟଣାରେ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଏହି ଘଟଣାର ସମାଧାନ ହୋଇଯାଇଥିବା ଜଣାଯାଇଛି।



from Odisha Reporter https://ift.tt/2I8nLDK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages