ମଇଦାନରେ ଲତିକାଙ୍କୁ ଟକ୍କର ଦେବେ ରଞ୍ଜନ, ବିଜୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 4, 2019

ମଇଦାନରେ ଲତିକାଙ୍କୁ ଟକ୍କର ଦେବେ ରଞ୍ଜନ, ବିଜୟ

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଗଞ୍ଜାମ ଜିଲ୍ଲାର ଅନ୍ୟତମ ନିର୍ବାଚନମଣ୍ଡଳୀ କବିସୂର୍ଯ୍ୟନଗର। ଏହି ନିର୍ବାଚନମଣ୍ଡଳୀଟି କବିସୂର୍ଯ୍ୟନଗର ବ୍ଲକ, ବେଗୁନିଆପଡ଼ା ବ୍ଲକ ସମେତ ପୁରୁଷୋତ୍ତମପୁର ବ୍ଲକର ୧୧ଟି ପଞ୍ଚାୟତକୁ ନେଇ ଗଢା। ୨୦୧୮ ଜନଗଣନା ଅନୁସାରେ ଏହି ନିର୍ବାଚନମଣ୍ଡଳୀରେ ମୋଟ ଭୋଟର ହେଉଛନ୍ତି ୨,୦୪,୭୬୪ ।

୨୦୧୪ରେ ବିଜେଡିର ଭି. ସୁଜ୍ଞାନ କୁମାରୀ ଦେଓ ସ୍ୱାଧୀନ ପ୍ରାର୍ଥୀ ହର ପ୍ରସାଦ ସାହୁଙ୍କୁ ୨୧ ହଜାର ୫ଶହ ଭୋଟରେ ପରାସ୍ତ କରି ବିଜୟୀ ହୋଇଥିଲେ। ତାଙ୍କ ପଛକୁ ରହିଥିଲେ କଂଗ୍ରେସର ସୀତାରାମ ପାଣିଗ୍ରାହୀ ଓ ବିଜେପିର ବିଷ୍ଣୁ ପ୍ରସାଦ ଜେନା।

ସମସ୍ୟା: କବିସୂର୍ଯ୍ୟନଗର ଏନ୍ଏସିରେ ବସ୍‌ଷ୍ଟାଣ୍ଡର ଅଭାବ, ରାସ୍ତା ଘାଟ, ଜଳସେଚନ, ପିଇବା ପାଣିର ଅସୁବିଧା ରହିଛି। କୃଷକଙ୍କ ପାଇଁ ଶୀତଳଭଣ୍ଡାର ନାହିଁ କି ସାଧାରଣ ଲୋକଙ୍କୁ ମେଡ଼ିକାଲ ସୁବିଧା ମିଳିପାରୁନାହିଁ। ଏଣୁ ଏହି ସମସ୍ୟାର ସମାଧାନ ପ୍ରତିଶ୍ରୁତି ନେଇ ଭୋଟରଙ୍କୁ ଏଥର ଭେଟିବାକୁ ଯାଉଛନ୍ତି ପ୍ରାର୍ଥୀ।

ରାଜନୈତିକ ପାଣିପାଗ

ଏଥର ବିଜେଡି ପକ୍ଷରୁ ଲତିକା ପ୍ରଧାନ, ବିଜେପି ପକ୍ଷରୁ ରଞ୍ଜନ ପଲାଇ, କଂଗ୍ରେସ ପକ୍ଷରୁ ବିଜୟ ଚନ୍ଦ୍ର ସାହୁଙ୍କୁ ଟିକେଟ ମିଳିଛି। ଗତଥର ସ୍ୱାଧୀନ ଭାବେ ଠିଆ ହୋଇ ବିଜେଡିର ବିଜୟ ପାଇଁ କିଛିଟା ଅସୁବିଧା ଠିଆ କରିଥିବା ପ୍ରାର୍ଥୀ ହର ପ୍ରସାଦ ସାହୁ ନିର୍ବାଚନ ମଇଦାନକୁ ଓହ୍ଲାଉ ନାହାନ୍ତି।

ଲତିକା ପ୍ରଧାନ ପୂର୍ବରୁ ୨୦୧୪ରେ ପ୍ରଥମେ ବିଜେଡିରୁ ଟିକେଟ ପାଇଥିଲେ। କିନ୍ତୁ ହଠାତ୍ ନାମାଙ୍କନ ପତ୍ର ଦାଖଲର କିଛି ଦିନ ପୂର୍ବରୁ ସେଠାରେ ଟିକେଟ ବଦଳାଇ ୨୦୦୯ର ପ୍ରାର୍ଥୀ ଭି. ସୁଜ୍ଞାନ କୁମାରୀ ଦେଓଙ୍କୁ ଟିକେଟ ଦିଆଯାଇଥିଲା। ହେଲେ ଏଥର ପୂର୍ବଭଳି ସ୍ଥିତି ନ ଥିବାରୁ ପ୍ରାର୍ଥୀ ବଦଳ ଅଡୁଆ ସୃଷ୍ଟି କରିପାରେ ବୋଲି ଚର୍ଚ୍ଚା।

ବିଜେଡି:  ଏଥର ଲତିକାଙ୍କୁ ଟିକେଟ ମିଳିବା ପରେ କିଛିଟା ଅସନ୍ତୋଷ ଦେଖାଦେଇଛି। ଲତିକା ପୂର୍ବରୁ ସାନଖେମୁଣ୍ଡି ନିର୍ବାଚନମଣ୍ଡଳୀ ପାଇଁ ଟିକେଟ ଆଶାୟୀ ଥିଲେ। ସେଠାରେ ଶକ୍ତି ପ୍ରଦର୍ଶନ ସହ ସଂଗଠନ ମଧ୍ୟ କରିଥିଲେ। କିନ୍ତୁ ବିଜେଡି ହାଇକମାଣ୍ଡ ଟିକେଟ ଦେବା ପରେ ସେ କବିସୂର୍ଯ୍ୟନଗରରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏଣୁ ପଡୋଶୀ ପ୍ରାର୍ଥୀଙ୍କ ପାଇଁ ଅଡୁଆ ସୃଷ୍ଟି ହୋଇପାରେ ବୋଲି ଚର୍ଚ୍ଚା ହେଉଛି।

ହେଲେ ସ୍ଥାନୀୟ ଅଞ୍ଚଳରେ ବାହାରୁ ପ୍ରାର୍ଥୀ ଦେବାକୁ ନେଇ କର୍ମୀ ମହଲରେ ଅସନ୍ତୋଷ ରହିଛି। ବିଜେଡି ପାଇଁ ଅସୁବିଧା ସାଜୁଥିବା ହର ପ୍ରସାଦ ସାହୁ ଏଥର ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁ ନ ଥିବାରୁ  କିଛି ପରିମାଣରେ ବିଜେଡି ପାଇଁ ସୁବିଧା ହେବ ବୋଲି ଆଲୋଚନା କରାଯାଉଛି। କିନ୍ତୁ ଏ କଥା ସତ ଯେ, ହରଙ୍କ ହାତ ମୁଠାରେ ଥିବା ଭୋଟ ଯେଉଁ ଆଡକୁ ଯିବ ସେହି ପ୍ରାର୍ଥୀ ହିଁ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ।

ବିଜେପି: ବିଜେପି ପ୍ରାର୍ଥୀ ରଞ୍ଜନ ପୂର୍ବରୁ ଯୁବ ବିଜେଡି ସଭାପତି ଥିଲେ । ସେଠାରେ ଯୁବ ଗୋଷ୍ଠୀ ତାଙ୍କ ସପକ୍ଷରେ ଥିବାରୁ ଏଥର କବିସୂର୍ଯ୍ୟନଗରରେ ବିଜେଡି ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହେବ ବୋଲି ଆଶଙ୍କା କରାଯାଉଛି।

କଂଗ୍ରେସ: ବହୁ ଦିନ ଧରି କଂଗ୍ରେସରେ ରହି ସଂଗଠନ କରୁଥିବା କଂଗ୍ରେସ ପ୍ରାର୍ଥୀ ସୀତାରାମ ପାଣିଗ୍ରାହୀଙ୍କୁ ଟିକେଟ ନ ମିଳି ବିଜୟ ସାହୁଙ୍କୁ ମିଳିବାକୁ ନେଇ କଂଗ୍ରେସ ଶିବିରରେ ମଧ୍ୟ ଅସନ୍ତୋଷ ରହିଛି। ତେବେ କଂଗ୍ରେସ ଏଠାରେ କେତେ ନମ୍ବର ସ୍ଥାନରେ ରହୁଛି, ତାହା ନିର୍ବାଚନ ପରେ ହିଁ ଜଣାପଡ଼ିବ।

 



from Odisha Reporter https://ift.tt/2HY4zcM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages