ବିଜେଡି ଲୋକସଭା ପ୍ରାର୍ଥୀ ସୁନୀତା ବିଶ୍ୱାଳଙ୍କୁ ଅଟକାଇଲା ପୁଲିସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 5, 2019

ବିଜେଡି ଲୋକସଭା ପ୍ରାର୍ଥୀ ସୁନୀତା ବିଶ୍ୱାଳଙ୍କୁ ଅଟକାଇଲା ପୁଲିସ୍‌

sunita1

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ସୁନ୍ଦରଗଡ଼ ଲୋକସଭା ଆସନର ବିଜେଡି ପ୍ରାର୍ଥୀ ସୁନୀତା ବିଶ୍ୱାଳ ଆଜି ରୋଡ୍‌ ଶୋ’ କରୁଥିବା ବେଳେ ତାଙ୍କୁ ପୁଲିସ୍ ଅଟକାଇଥିଲା। ରୋଡ୍‌ ଶୋ’ ଓ ନିର୍ବାଚନୀ ସଭା ପାଇଁ ଅନୁମତି ନେଇ ନ ଥିବାରୁ ପୁଲିସ୍‌ ତାଙ୍କୁ ଅଟକାଇଥିଲା। ପ୍ରାୟ ଘଣ୍ଟାଏ ପରେ ସୁନ୍ଦରଗଡ଼ ଜିଲ୍ଲାପାଳ ତଥା ଜିଲ୍ଲାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କଠାରୁ ହ୍ୱାଟସ୍‌ଆପ୍‌ରେ ଅନୁମତି ପତ୍ର ପାଇବା ପରେ ସେଠାରେ ଉପସ୍ଥିତ ମାଜିଷ୍ଟ୍ରେଟ୍ ସୁନୀତାଙ୍କୁ ଛାଡ଼ି ଥିଲେ।

ଆଜି ନୂଆଗାଁ ବ୍ଲକ୍‌ରେ ସୁନୀତାଙ୍କ ରୋଡ୍‌ ଶୋ’ ଓ ସଭା ଥିଲା। ସେ ବିଭିନ୍ନ ଅଞ୍ଚଳରେ ପ୍ରଚାର କରି ହାତୀବାରିରେ ପହଞ୍ଚିବା ପରେ ପୁଲିସ୍ ତାଙ୍କୁ ଅଟକାଇ ଥିଲା। ଆବଶ୍ୟକୀୟ ଅନୁମତି ନଥିବାରୁ ପୁଲିସ୍‌ ତାଙ୍କୁ ରୋଡ୍‌ ଶୋ’ କରିବା ପାଇଁ ମନା କରିଥିଲା। ସୁନୀତାଙ୍କ ସମର୍ଥକମାନେ ପୁଲିସ୍‌ କଥା ମାନି ନଥିଲେ ଓ ରୋଡ୍‌ ଶୋ’ କରିଥିଲେ। ତେବେ ପୁରୁଣାପାଣି ଛକରେ ପୁଣି ପୁଲିସ୍‌ ତାଙ୍କୁ ଅଟକାଇଥିଲା।

sunitaରୋଡ୍ ଶୋ’ ଓ ସଭା ପାଇଁ ତାଙ୍କ ପାଖରେ ସଫ୍ଟକପି ଥିବା ସୁନୀତା କହିଥିଲେ। ତେବେ ସେଠାରେ ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା ଅଧିକାରୀ ହାର୍ଡକପି ଦେଖାଇବାକୁ କହିଥିଲେ। ପ୍ରାୟ ଘଣ୍ଟାଏ ପରେ ଜିଲ୍ଲାପାଳଙ୍କ ଠାରୁ ହ୍ୱାଟ୍‌ସଆପ୍‌ରେ ଅନୁମତି ପତ୍ର ପାଇବା ପରେ ମାଜିଷ୍ଟ୍ରେଟ୍‌ ତାଙ୍କୁ ଛାଡ଼ିଥିଲେ। ଏହାପରେ ସୁନୀତା ପୁରୁଣାପାଣିରେ ସଭା ନ କରି ନୂଆଗାଁ ଫେରିଥିଲେ ଓ ସେଠାରେ ସଭା କରିଥିଲେ।

ଏ ନେଇ ସୁନୀତା କହିଛନ୍ତି,“ରୋଡ୍‌ ଶୋ’ ପାଇଁ ଆମକୁ ଅନୁମତି ମିଳିଥିଲା। ଆମ ପାଖରେ ଏହାର ସଫ୍ଟକପି ଥିଲା। ତେବେ ଉପସ୍ଥିତ ଅଧିକାରୀ ହାର୍ଡ କପି ଆବଶ୍ୟକ ବୋଲି କହିଥିଲେ।”

ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା ବିଶ୍ୱାଳ କିଛି ଦିନ ତଳେ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଥିଲେ।



from Odisha Reporter http://bit.ly/2IbYrwM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages