
ଆନନ୍ଦପୁର (ମୁନା ସିଂହ): କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅନ୍ତର୍ଗତ ବ୍ରାହ୍ମଣୀକେଳା କେନାଲ୍ ପୋଲ ନିକଟରେ ଏକ ଟ୍ରାକ୍ଟର ଓଲଟିବାରୁ ଚାଳକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ପୀତାମ୍ବର ସେଠୀ। ତାଙ୍କ ଘର ବ୍ରାହ୍ମଣୀକେଳାରେ।
ପୀତାମ୍ବର ଆଜି ଗାଁରୁ ଟ୍ରାକ୍ଟର ଯୋଗେ ବିଲକୁ ଖତ ନେଇ ଯାଉଥିଲେ। ତେବେ ବାଟରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।
ତାଙ୍କୁ ଗୁରୁତର ଅବସ୍ଥାରେ ଶାଳନିଆଁ ଗୋଷ୍ଠୀ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି ଓ ଘଟଣାର ତଦନ୍ତ କରୁଛି।
from Odisha Reporter http://bit.ly/2IftMhR
No comments:
Post a Comment