ଷ୍ଟ୍ରେଟ୍‌ କେଶ ଲାଗି ଆପଣନ୍ତୁ ନଡ଼ିଆ କ୍ଷୀର ହେୟାର ମାସ୍କ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 30, 2019

ଷ୍ଟ୍ରେଟ୍‌ କେଶ ଲାଗି ଆପଣନ୍ତୁ ନଡ଼ିଆ କ୍ଷୀର ହେୟାର ମାସ୍କ…

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଆଜିକାଲି ହେୟାର ଷ୍ଟ୍ରେଟନିଂ କରିବା ଏକ ଫ୍ୟାଶନରେ ପରିଣତ ହେଲାଣି।  ହେୟାର ଷ୍ଟ୍ରେଟନିଂ କରି ଫ୍ୟାଶନେବୁଲ ଲାଗିବାକୁ  ସବୁ ଯୁବତୀଙ୍କ ଇଚ୍ଛା ।  ହେଲେ ପାର୍ଲରରେ ଏହାକୁ କରିବାକୁ ପଡୁଥିବା ବେଳେ ଏହା ବହୁତ ବ୍ୟୟସାପେକ୍ଷ। ତା ସହିତ ଏହାର ଆବଶ୍ୟକ ରକ୍ଷଣାବେକ୍ଷଣ ନିମନ୍ତେ ମଧ୍ୟ ହେବାକୁ ପଡେ ବହୁ ଖର୍ଚ୍ଚାନ୍ତ। ଏଥିଲାଗି ପକେଟକୁ ଏହା ସୁହାଉ ନ ଥିବାରୁ ମନର ଇଚ୍ଛା ମନରେ ମାରିବାକୁ ପଡ଼ୁଛି।

ପାର୍ଲରରେ ହେୟାର ଷ୍ଟ୍ରେଟନିଂ କଲେ କେମିକାଲ ଭାଗ ବହୁତ ରହିଥାଏ। ପ୍ରଥମେ ପ୍ରଥମେ ଏହା ଦେଖିବାକୁ ଭାରି ଆକର୍ଷଣୀୟ ଲାଗେ।  ହେଲେ ଧିରେ ଧିରେ କେମିକାଲ ପ୍ରଭାବରେ କେଶର ସୌନ୍ଦର୍ଯ୍ୟ ନଷ୍ଟ ହୋଇଯାଏ। ଏହାଦ୍ୱାରା କେଶ ଦୋମୁହାଁ ହେବା ସହ ରୁକ୍ଷ ଓ ପତଳା ହୋଇଯାଏ। ଏତେ ସବୁ ସମସ୍ୟାକୁ ମଧ୍ୟ ଯୁବତୀମାନେ ଅଣଦେଖା କରି କେଶ ଷ୍ଟ୍ରେଟ କରିବାକୁ ପଛାଉ ନାହାନ୍ତି।

ଆଜି ଆମେ ଘରୋଇ ଉପାୟରେ କେଶ ଷ୍ଟ୍ରେଟ କିପରି କରିହେବ ସେ ବିଷୟରେ ଆପଣଙ୍କୁ ଜଣାଇବୁ। ଏହାଦ୍ୱାରା କେଶର ଚମକ ବଜାୟ ରହିବ, ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ହେବ ନାହିଁ।  ଆସନ୍ତୁ ଜାଣିବା କିପରି ନଡ଼ିଆ କ୍ଷୀର ହେୟାର ମାସ୍କ ଦ୍ୱାରା ଆପଣ ଘରେ ମଧ୍ୟ  କିପରି କେଶକୁ ଷ୍ଟ୍ରେଟ କରି ପାରିବେ।

ନଡ଼ିଆ କ୍ଷୀର ହେୟାର ମାସ୍କ କରିବା ବିଧି

ନଡ଼ଇଆ କ୍ଷୀର କେଶ ଲାଗି ବହୁ ଲାଭଦାୟକ। ଏହା କେଶରେ ଚମକ ଆଣିବା ସହ କେଶ ଝଡ଼ିବା ସମସ୍ୟା ଓ  ଚନ୍ଦାପଣରୁ ମଧ୍ୟ ଏହା ମୁକ୍ତି ଦେଇଥାଏ। ଆସନ୍ତୁ ଜାଣିବା ଏହାକୁ କିପରି ପ୍ରସ୍ତୁତ କରିବା

୧- ପ୍ରଥମେ ନାଳି ନଡ଼ିଆକୁ ସାଇଜ କରି ବାହାର କରି ଦିଅନ୍ତୁ। ଏହାପରେ ସେଥିରୁ କ୍ଷୀର ବାହାର କରନ୍ତୁ। ନଡ଼ିଆ କ୍ଷୀର ଆପଣ ଘରେ କରି ନ ପାରିଲେ ବଜାରରୁ ମଧ୍ୟ ଏହାକୁ କିଣି ଆଣି ପାରିବେ।

୨- ନଡ଼ିଆ କ୍ଷୀରରେ ୨ , ୩ ଚାମଚ ଲେମ୍ବୁ ରସ ମିଶାଇ ଦିଅନ୍ତୁ।

୩- ଏବେ ଏହି ମିଶ୍ରରକୁ ରାତି ସାରା ଫ୍ରିଜ୍‌ରେ ରଖି ଦିଅନ୍ତୁ।

ଏହାକୁ ଲଗାଇବା ବିଧି

୧-ଏହାକୁ ଲଗାଇବା ପୂର୍ବରୁ କେଶକୁ ଧୋଇ ଦିଅନ୍ତୁ

୨-ଏହାକୁ ପ୍ରାକୃତିକ ଉପାୟରେ ଶୁଖିବାକୁ ଛାଡ଼ି ଦିଅନ୍ତୁ। ଏହାକୁ ହେୟାର ଡ୍ରାୟର କିମ୍ୱା ଅନ୍ୟ କୌଣସି ଯନ୍ତ୍ର ଦ୍ୱାରା ନ ଶୁଖାଇବା ଭଲ ।

୩- ଏହାପରେ ନଡ଼ିଆ କ୍ଷୀରର କ୍ରିମି ପେଷ୍ଟ ଚୁଟିର ମୂଳରେ ଲଗାନ୍ତୁ। ଏହାକୁ ସମ୍ପୂର୍ଣ୍ଣ ମୁଣ୍ଡରେ ଭଲ ଭାବେ ଲଗାଇ ଦିଅନ୍ତୁ।

୪-  ଗରମ ତଉଲିଆକୁ ମୁଣ୍ଡରେ ଗୁଡ଼ାଇ ଦିଅନ୍ତୁ ଏବଂ ୧ ଘଣ୍ଟା ଛାଡ଼ି ଦିଅନ୍ତୁ ।

୫- ଘଣ୍ଟେ ପରେ ଥଣ୍ଡା ପାଣିରେ ମୁଣ୍ଡ ଧୋଇ ଦିଅନ୍ତୁ। ଗରମ ପାଣିରେ କେବେ ବି ଚୁଟି ଧୁଅନ୍ତୁ ନାହିଁ। ଆପଣ ଚାହିଁଲେ ଶାମ୍ପୁ, କଣ୍ଡିସନରର ବ୍ୟବହାର ମଧ୍ୟ କରିପାରିବେ।

ସପ୍ତାହରେ ଅତି କମ୍‌ରେ ୩ ଥର ଏହାର ପ୍ରୟୋଗ କରନ୍ତୁ ଆଉ ଫରକ ଅନୁଭବ କରନ୍ତୁ। ଏହାଦ୍ୱାରା କେଶ ନମନିୟ, ଉଜ୍ଜ୍ୱଳ ହେବା ସହ  ଷ୍ଟ୍ରେଟ ମଧ୍ୟ ହେବ।



from Odisha Reporter http://bit.ly/2VAQrwn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages