ମଦ ପିଇ ୪ ମୃତ, ୨୮ ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 30, 2019

ମଦ ପିଇ ୪ ମୃତ, ୨୮ ଗୁରୁତର

death

ଭଦ୍ରକ(ତପନ ସ୍ୱାଇଁ): ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଅଞ୍ଚଳରେ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୧ ଜଣ ଗୁରୁତର ଅସୁସ୍ଥ ହୋଇଥିବା ଅଭିଯୋଗ ହୋଇଛି।

ମୃତକମାନେ ହେଉଛନ୍ତି, ନିମାଇ ସାହିର ସାଧୁଚରଣ ନାୟକ, ପୀରହାଟ ଅଞ୍ଚଳର ଶଙ୍କର୍ଷଣ ପରିଡ଼ା ଏବଂ ଦୌଲତପୁରର ସର୍ବେଶ୍ୱର ଦାସ ଓ ରାମଚନ୍ଦ୍ର ପଢ଼ିଆରୀ।

୨୮ ଅସୁସ୍ଥଙ୍କ ମଧ୍ୟରୁ ୨୫ ଜଣଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ୩ ଜଣଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ତେବେ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଅସୁସ୍ଥଙ୍କର ଠିକ୍‌ ଭାବେ ଚିକିତ୍ସା କରାଯାଉ ନଥିବା ନେଇ ସେମାନଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଭଦ୍ରକ ଜିଲ୍ଲାପାଳ ଡାକ୍ତରଖାନା ଯାଇ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି। ଜିଲ୍ଲାପାଳ କହିଛନ୍ତି ଯେ, ତଦନ୍ତ ପରେ ଏ ଘଟଣା ସଂପର୍କରେ ସବିସ୍ତୃତ ତଥ୍ୟ ଜଣାପଡ଼ିବ।

bhadrakଅନ୍ୟପକ୍ଷରେ ଏହି ଘଟଣାର ପ୍ରତିବାଦରେ ସ୍ଥାନୀୟ ଲୋକେ ପୀରହାଟରେ ରାସ୍ତାରୋକ କରିଛନ୍ତି। ଫଳରେ ଭଦ୍ରକ-ଚାନ୍ଦବାଲି ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି।

ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ଏମାନେ ସମସ୍ତେ ପୀରହାଟ ନୂଆସାହିରେ ମଦ ପିଇଥିଲେ। ରାତି ପ୍ରାୟ ୧୧ଟା ବେଳକୁ ଜଣେ ପରେ ଜଣେ ଅସୁସ୍ଥ ହୋଇଥିଲେ। ରାମଚନ୍ଦ୍ର ପଢ଼ିଆରୀଙ୍କର ତାଙ୍କ ଗାଁରେ ମୃତ୍ୟୁ ଘଟିଥିଲା। ସେହିପରି ମଦ ପିଇବା ପରେ ଅସୁସ୍ଥ ହୋଇପଡ଼ିଥିବା ସାଧୁଚରଣ ନାୟକ ଓ ସର୍ବେଶ୍ୱର ଦାସଙ୍କୁ ପ୍ରଥମେ ତିହିଡ଼ି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଂକଟାପନ୍ନ ଥିବା ଯୋଗୁ ସେମାନଙ୍କୁ ଭଦ୍ରକ ଡାକ୍ତରଖାନାକୁ ଅଣାଯାଇଥିଲା। ତେବେ ସେମାନଙ୍କର ବି ମୃତ୍ୟୁ ଘଟିଥିଲା। ଶଙ୍କର୍ଷଣ ପରିଡ଼ା ବି ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ।

ଭଦ୍ରକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଅସୁସ୍ଥଙ୍କ ମଧ୍ୟ କେତେ ଜଣ କହିଛନ୍ତି ଯେ ମଦ ପିଇଲା ପରେ ହିଁ ସେମାନଙ୍କର ଏମିତି ଅବସ୍ଥା ହୋଇଛି।



from Odisha Reporter http://bit.ly/2LbAuIV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages