ବଲିଉଡ୍‌ରେ ଡେବ୍ୟୁ କରିବେ ଷ୍ଟାର୍ କିଡ୍‌ ତୈମୁର ଅଲ୍ଲୀ ଖାନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 7, 2019

ବଲିଉଡ୍‌ରେ ଡେବ୍ୟୁ କରିବେ ଷ୍ଟାର୍ କିଡ୍‌ ତୈମୁର ଅଲ୍ଲୀ ଖାନ୍‌

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ୍‌ ଏବେ ନିଜ ଫିଲ୍ମି କ୍ୟାରିୟର୍‌ ପାଇଁ ଯେତିକି ଚର୍ଚ୍ଚିତ ନୁହନ୍ତି, ତା’ଠୁ ଅଧିକ ପୁଅ ତୈମୁରଙ୍କ ପାଇଁ। ତୈମୁର ବୟସରେ ଏବେ ଅନେକ ସାନ, ହେଲେ ତାଙ୍କର ଫ୍ୟାନ୍‌ ଫଲୋଇଂ ଢେର ଅଧିକ। ତାଙ୍କ ନାଁରେ ଫେସ୍‌ବୁକ୍‌ରେ ଅନେକ ପେଜ୍‌ ମଧ୍ୟ ଚାଲିଛି।  ବର୍ତ୍ତମାନ ତୈମୁରଙ୍କ ଫ୍ୟାନ୍‌ମାନେ ତାଙ୍କୁ ଫିଲ୍ମରେ ଦେଖିବାକୁ ଚାହୁଁଛନ୍ତି। ତେବେ ସେହି ଫ୍ୟାନ୍‌ମାନଙ୍କ ପାଇଁ ଆମେ ଏକ ଖୁସି ଖବର ନେଇ ଆସିଛୁ। ଖୁବ୍‌ ଶୀଘ୍ର ତୈମୁର୍‌ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ପ୍ରଥମ ଫିଲ୍ମରେ ହିଁ ସେ ନିଜ ମା’ କରିନାଙ୍କ ସହ ସ୍କ୍ରିନ ଶେଆର କରିବେ।

ବଲିଉଡର ଷ୍ଟାର୍‌ କିଡ୍‌ମାନଙ୍କ ମଧ୍ୟରେ ତୈମୁର୍‌ ସବୁଠାରୁ ଅଧିକ ଲୋକପ୍ରିୟତା ହାସଲ କରିଛନ୍ତି। ଏହି ଷ୍ଟାର କିଡ଼୍‌ ନିଜ ଜନ୍ମରୁ ହିଁ ଚର୍ଚ୍ଚାରେ ରହିଆସିଛନ୍ତି। କାରଣ ଗତ କିଛି ଦିନ ତଳେ ତୈମୁରଙ୍କ ନାଆଁରେ କଣ୍ଢେଇ ଓ କୁକିଜ୍‌ ବଜାରକୁ ଆସିବ ବୋଲି ଖବର ଆସିଥିଲା।

ଏବେ ତୈମୁର ଅଲ୍ଲୀ ଖାନ୍‌ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ସେ ବଲିଉଡରେ  ନିଜ ପ୍ରଥମ ଫିଲ୍ମ ସାଇନ କରିଛନ୍ତି। ସୂଚନାଯୋଗ୍ୟ ଯେ, ମା’ କରିନାଙ୍କ ଆଗାମୀ ଫିଲ୍ମ ‘ଗୁଡ୍‌ ନ୍ୟୁଜ୍‌’ରେ ଡେବ୍ୟୁ କରିବେ ଏହି ଷ୍ଟାର୍‌ କିଡ୍‌ । ‘ଗୁଡ୍‌ ନ୍ୟୁଜ୍‌’ ଚଳଚ୍ଚିତ୍ରରେ କରିନା କପୁର ଖାନ୍‌, ଅକ୍ଷୟ କୁମାର, ଦିଲଜିତ୍‌ ଦୋସାନ୍‌ଝ ଓ କିଆରା ଆଡ଼ଭାନୀ ମୁଖ୍ୟ ଭୂମିକାରେ ଅଭିନୟ କରିବୋ।

ସିନେମାରେ ଅକ୍ଷୟ କୁମାର ଓ କରୀନା କପୁରଙ୍କ ପୁଅ ଭୂମିକାରେ ଅଭିନୟ କରିବେ ତୈମୁର। ଏହି ଫିଲ୍ମରେ ସେ ୧୦ ମିନଟ୍‌ର ଅଭିନୟ କରିବେ। ଯେତେବେଳେ ଫିଲ୍ମ ପାଇଁ ଜଣେ ଛୋଟ ପିଲାର ରୋଲ ଲାଗି ଶିଶୁ କଳାକାର ଖୋଜାଯାଉଥିଲା କରିନା ତାଙ୍କ ପୁଅ ବିଷୟରେ ପରାମର୍ଶ ଦେଇଥିଲେ।

ତୈମୁର ଫିଲ୍ମରେ ଅଭିନୟ କଲେ ଫିଲ୍ମକୁ ବେଶ ଫାଇଦା ହେବ ବୋଲି ବେବୋ କହିଥିଲେ। ଏହା ସହ ପିଲାବେଳୁ କ୍ୟାମେରାକୁ ଫେସ୍‌ କରୁଥିବାରୁ ସେ  ଖୁବ କ୍ୟାମେରା ଫ୍ରେଣ୍ଡଲି।  ଏହି ପ୍ରପୋଜାଲ ଶୁଣି କରନ ଜୋହର ମଧ୍ୟ ତୁରନ୍ତ ହଁ କରିଥିଲେ। ଫିଲ୍ମଟି ଚଳିତ ବର୍ଷ ସେପ୍ଟେମ୍ବରରେ ପରଦାକୁ ଆସିବ। ସୂଚନା ଅନୁଯାୟୀ ଫିଲ୍ମରେ ୧୦ ମିନିଟ୍‌ ରୋଲ୍ ପାଇଁ ତୈମୁର ୨ କୋଟି ଟଙ୍କା ନେବେ।



from Odisha Reporter http://bit.ly/2IiluWF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages