
ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଗ୍ରାଜୁଏଟ ନୁହନ୍ତି। ଗତକାଲି ଉତ୍ତର ପ୍ରଦେଶ ଆମେଠି ଲୋକସଭା ପାଇଁ ନାମାଙ୍କନ ଭରିବା ବେଳେ ଯେଉଁ ସତ୍ୟପାଠ ଦାଖଲ କରିଛନ୍ତି ସେଥିରେ ସେ ଏହା ଉଲ୍ଲେଖ କରିଛନ୍ତି। ସେ ଗ୍ରାଜୁଏସନ ପାଇଁ ଆଡ଼ମିଶନ କରିଥିବାବେଳେ ଏ ଯାଏଁ ପୂରଣ କରିନଥିବା ସତ୍ୟପାଠରେ ଉଲ୍ଲେଖ କରିଛନ୍ତି।


୧୯୯୪ରେ ଦିଲ୍ଲୀ ବିଶ୍ଵବିଦ୍ୟାଳୟର ଓପନ ଲର୍ନିଂ ସ୍କୁଲ (କରେସପନଡେନ୍ସ)ରେ ବାଣିଜ୍ୟରେ ସ୍ନାତକ ପାଇଁ ଆଡମିଶନ କରିଥିବା ବେଳେ ଏଯାଏଁ ଶେଷ କରି ନ ଥିବା ଉଲ୍ଲେଖ କରିଛନ୍ତି। ତେବେ ୨୦୧୭ରେ ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଭରିବା ବେଳେ ସମାନ ତଥ୍ୟ ଇରାନୀ ଦାଖଲ କରିଥିଲେ।
ହେଲେ ୨୦୧୪ ସାଧାରଣ ନିର୍ବାଚନରେ ଆମେଠି ଆସନ ପାଇଁ ନାମାଙ୍କନ ଭରିବା ବେଳେ ସେ ବାଣିଜ୍ୟରେ ସ୍ନାତକ ୧୯୯୪ରେ କରିଥିବା ଦର୍ଶାଇଥିଲେ। ଅର୍ଥାତ୍ ଗ୍ରାଜୁଏଟ ବୋଲି ନିଜକୁ ଦର୍ଶାଇଥିଲେ।
ଏହା ପୂର୍ବରୁ ୨୦୦୪ରେ ଦିଲ୍ଲୀ ଚାନ୍ଦିନୀ ଚୌକରେ କଂଗ୍ରେସ ନେତା କପିଲ ସିବଲଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଥିଲେ ସ୍ମୃତି ଇରାନୀ। ସେତେବେଳେ ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ (କରସପେନଡେନ୍ସ) କଳାରେ ସ୍ନାତୋକ ୧୯୯୬ ମସିହାରେ ପୂରଣ କରିଥିବା ଦର୍ଶାଇଥିଲେ।
ତେବେ ୨୦୧୪ ମସିହାରେ ସ୍ମୃତି ଇରାନୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ କଂଗ୍ରେସ ଆପତ୍ତି ଉଠାଇଥିଲା। ସେ ସ୍ନାତକ ପାସ୍ କରି ନ ଥିବା ବିରୋଧୀ ଦାବି କରିଥିଲେ।
from Odisha Reporter http://bit.ly/2G5UKG3
No comments:
Post a Comment