ଭୋଟରଙ୍କୁ ଇଦ୍‌ରେ ମିଳିବ ଅଧା ରେଟ୍‌ରେ ମଦ ଓ ମାଗଣା ଛେଳି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 17, 2019

ଭୋଟରଙ୍କୁ ଇଦ୍‌ରେ ମିଳିବ ଅଧା ରେଟ୍‌ରେ ମଦ ଓ ମାଗଣା ଛେଳି

ନୂଆଦିଲ୍ଲୀ: ଦେଶରେ ନିର୍ବାଚନୀ ଋତୁ ଚାଲିଥିବା ବେଳେ ବିଭିନ୍ନ ରାଜନୀତିକ ଦଳ ପ୍ରତିଶ୍ରୁତି ବର୍ଷା କରି ଚାଲିଛନ୍ତି। ଏହିକ୍ରମରେ ଦିଲ୍ଲୀର ଏକ ଆଞ୍ଚଳିକ ଦଳ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନିଜର ଦଳୀୟ ଇସ୍ତାହାରରେ ଅଜବ ପ୍ରତିଶ୍ରୁତି ଦେଇଛି। ସାଞ୍ଝି ବିରାସତ ପାର୍ଟି( Sanjhi Virasat Party) ପକ୍ଷରୁ ଆଜି ଜାରି ଦଳୀୟ ଇସ୍ତାହାର ଜାରି କରାଯାଇଛି।

ଏଥିରେ କୁହାଯାଇଛି ଯେ ଦଳ ଯଦି ଲୋକସଭା ନିର୍ବାଚନରେ ଜିତିବ, ତା’ହେଲେ ଇଦ୍‌ରେ ମୁସଲିମ ସଂପ୍ରଦାୟ ପାଇଁ ଅଧା ଦାମରେ ମଦ ଯୋଗାଇ ଦିଆଯିବ। ସେହିପରି ଇଦ୍‌ ଦିନ ମୁସଲିମ ପରିବାରକୁ ମାଗଣା ଛେଳି ଓ ମହିଳାଙ୍କୁ ମାଗଣା ସୁନା ଦିଆଯିବ।

ଉତ୍ତର ପୂର୍ବ ଦିଲ୍ଲୀ ଲୋକସଭା ଆସନରୁ ସାଞ୍ଝି ବିରାସତ ପାର୍ଟି ପକ୍ଷରୁ ଅମିତ ଶର୍ମା ପ୍ରାର୍ଥୀ ହୋଇଛନ୍ତି। ବିଭିନ୍ନ ସ୍ଥାନରେ ତାଙ୍କର ଫଟୋ ଥିବା ପୋଷ୍ଟର ଲଗା ଯାଇଛି। ଏଥିରେ ଏଭଳି ପ୍ରତିଶ୍ରୁତି ସମ୍ପର୍କରେ ଉଲ୍ଲେଖ କରାଯାଇଛି।

ଏସବୁ ପ୍ରତିଶ୍ରୁତି ବାଦ ପିଏଚ୍‌ଡି ପର୍ଯ୍ୟନ୍ତ ମାଗଣା ଶିକ୍ଷା, ଛାତ୍ରଛାତ୍ରୀଙ୍କୁ ମାଗଣା ମେଟ୍ରୋ ଓ ବସ ସେବା, ଘରୋଇ ସ୍କୁଲ ପାଇଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ, ମାଗଣା ରାସନ, କନ୍ୟା ସନ୍ତାନ ଜନ୍ମ ହେଲେ ୫୦ ହଜାର, ବାହାଘର ବେଳେ ଅଢ଼େଇ ଲକ୍ଷ ଦିଆଯିବ। ସେହିପରି ବେକାର ଥିବା ଯୁବଗୋଷ୍ଠୀଙ୍କୁ ମାସିକ ୧୦ ହଜାର, ବରିଷ୍ଠ ନାଗରିକ, ବିଧବା ଓ ଦିବ୍ୟାଙ୍ଗଙ୍କୁ ମାସିକ ୫ ହଜାର ଟଙ୍କାର ପେନସନ ଓ ଘରୋଇ ହସ୍ପିଟାଲ୍‌ରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋକଙ୍କୁ ମାଗଣା ସେବା ଯୋଗାଇ ଦିଆଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି।



from Odisha Reporter https://odishareporter.in/nation/sanjhi-virasat-party-beats-all-in-offering-doles-for-votes-370104

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages