
ନୂଆଦିଲ୍ଲୀ: ସମାଜବାଦୀର ବିବାଦୀୟ ନେତା ଆଜମ ଖାନ୍ଙ୍କୁ ‘ମୋଗାମ୍ବୋ’ ବୋଲି କହି ଅଡ଼ୁଆରେ ପଡ଼ିଛନ୍ତି ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ମୁକ୍ତାର ଆବ୍ବାସ ନକଭୀ। ଏଭଳି ବୟାନ ଦେଇ ସେ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବାରୁ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।
ରାମପୁର ଏଏସ୍ପି ଅରୁଣ କୁମାର ସିଂହ କହିଛନ୍ତି, “ ଆଜମ ଖାନ୍ଙ୍କୁ ସମାଲୋଚନା କରିବା ପାଇଁ ମୁକ୍ତାର ଆବ୍ବାସ ନକଭୀ ବଲିଉଡ୍ର ଲୋକପ୍ରିୟ ଖଳନାୟକ ଚରିତ୍ର ‘ମୋଗାମ୍ବୋ’ଶବ୍ଦ ବ୍ୟବହାର କରିଥିଲେ। ଏକ ସାଧାରଣ ସଭାରେ ସେ ଏଭଳି ବୟାନ ଦେଇଥିଲେ। ଏହି ସଭାକୁ ମନିଟରିଂ କାରୁଥିବା ମାଜିଷ୍ଟ୍ରେଟ୍ ଏମକେ ଗୁପ୍ତା ଏଭଳି ବୟାନ ପାଇଁ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ପରେ ଆମେ ମାମଲା ରୁଜୁ କରିଛୁ।”
ଏପ୍ରିଲ ୧୫ରେ ରାମପୁର ଠାରେ ଏକ ସଭାର ଆୟୋଜନ ହୋଇଥିଲା। ଏଥିରେ ବିଜେପି ପ୍ରାର୍ଥୀ ଜୟାପ୍ରଦାଙ୍କ ସପକ୍ଷରେ ପ୍ରଚାର କରୁଥିବା ମୁକ୍ତାର ବିରୋଧୀ ଆଜମ ଖାନ୍ଙ୍କୁ ସମାଲୋଚନା କରି ମୋଗାମ୍ବୋ ଶବ୍ଦର ବ୍ୟବହାର କରିଥିଲେ।
from Odisha Reporter https://odishareporter.in/nation/union-minister-naqvi-booked-for-calling-azam-khan-mugambo-370108
No comments:
Post a Comment