କଲୋନ୍ ବକ୍ସିଂ ୱାର୍ଲ୍ଡ କପ୍: ସ୍ୱର୍ଣ୍ଣ ଜିତିଲେ ମୀନା କୁମାରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 14, 2019

କଲୋନ୍ ବକ୍ସିଂ ୱାର୍ଲ୍ଡ କପ୍: ସ୍ୱର୍ଣ୍ଣ ଜିତିଲେ ମୀନା କୁମାରୀ

ନୂଆଦିଲ୍ଲୀ: ଭାରତୀୟ ଷ୍ଟାର ମହିଳା ବକ୍ସର ମୀନା କୁମାରୀ ମୈସନାମ (୫୪ କେଜି) ଜର୍ମାନୀର କଲୋନରେ ଆୟୋଜିତ ବକ୍ସିଂ ୱାର୍ଲ୍ଡ କପରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଅନ୍ୟପକ୍ଷରେ ସାକ୍ଷୀ (୫୭ କେଜି) ଓ ପିଲାଓ ବାସୁମାତାରୀ (୬୪ କେଜି) ଫାଇନାଲରେ ହାରି ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି।

ଏହି ସମ୍ମାନଜନକ ୟୁରୋପୀୟ ଟୁର୍ଣ୍ଣାମେଣ୍ଟରେ ଭାରତ ମୋଟ ୫ ପଦକ ନିଜ ନାମରେ କରିଛି। ୨୦୧୪ ଏସିଆନ୍ ଚାମ୍ପିଅନଶିପ୍ ବ୍ରୋଞ୍ଜ ପଦକ ବିଜେତା ତଥା ତିନିଥରର ଜାତୀୟ ଚାମ୍ପିଅନଶିପ୍ ଟାଇଟଲ୍ ବିଜେତା ମୀନା କୁମାରୀ ଫାଇନାଲରେ ଥାଇଲ୍ୟାଣ୍ଡର ମାଚାଇ ବୁନ୍ୟାନଟଙ୍କୁ ପରାସ୍ତ କରିଛନ୍ତି।

ଏହା ପୂର୍ବରୁ ମୀନା କୁମାରୀ ଷ୍ଟ୍ରାଞ୍ଜା କପରେ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଡିଫେଣ୍ଡିଂ ୟୁଥ୍ ୱାର୍ଲ୍ଡ ଚାମ୍ପିଅନ୍ ସାକ୍ଷୀ ଫାଇନାଲରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ରୌପ୍ୟ ପଦକ ବିଜେତା ମିଚେଲା ୱାଲ୍ସଙ୍କ ନିକଟରୁ ପରାସ୍ତ ହୋଇଛନ୍ତି। ସେହିପରି ଭାରତର ଅନ୍ୟତମ ବକ୍ସର ବାସୁମାତାରୀ ଫାଇନାଲରେ ଚୀନର ଚେଙ୍ଗୟୁ ୟାଙ୍ଗଙ୍କଠାରୁ ହାରି ରୌପ୍ୟ ପଦକ ହାସଲ କରିଥିଲେ। ଚଳିତ ଟୁର୍ଣ୍ଣାମେଣ୍ଟରେ ଭାରତର ପିଙ୍କି ରାନୀ (୫୧ କେଜି) ଓ ପରବୀନ୍ (୬୦ କେଜି) ବ୍ରୋଞ୍ଜ ପଦକ ଜିତିଥିଲେ।



from Odisha Reporter http://bit.ly/2UBBTwD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages