
ନୂଆଦିଲ୍ଲୀ: କଂଗ୍ରେସ ନିଜ ନିର୍ବାଚନୀ ଇସ୍ତାହାରରେ ମହିଳାଙ୍କୁ ଉଭୟ ବିଧାନସଭା ଓ ଲୋକସଭା ଏବଂ ଚାକିରିରେ ୩୩ ପ୍ରତିଶତ ମହିଳା ସଂରକ୍ଷଣ ନେଇ ପ୍ରତିଶୃତି ଦେଇଛି। ହେଲେ ବର୍ତ୍ତମାନ ଯାଏଁ କଂଗ୍ରେସ ଦେଇଥିବା ୩୫୦ ରୁ ଅଧିକ ପ୍ରାର୍ଥୀଙ୍କ ମଧ୍ଯରୁ ମହିଳା ପ୍ରାର୍ଥୀ ୧୩ ପ୍ରତିଶତ ଅର୍ଥାତ୍ ୪୭ ଜଣ ରହିଛନ୍ତି। ଅନ୍ତିମ ସାଧାରଣ ନିର୍ବାଚନରେ କଂଗ୍ରେସ ୬୦ଟି ଆସନରେ ମହିଳା ପ୍ରାର୍ଥୀ ଦେଇଥିଲା।
ନିର୍ବାଚନୀ ଇସ୍ତାହାରରେ ମହିଳା ସଶକ୍ତିକରଣକୁ ନେଇ ଏକାଧିକ ପ୍ରତିଶୃତି ଦେଇଛି କଂଗ୍ରେସ। ଯେଉଁଥିରେ ଚଳିତ ନିର୍ବାଚନରେ ସମ୍ବିଧାନ ସଂଶୋଧନ ସହିତ କ୍ଷମତାକୁ ଆସିଲେ ଚାକିରିରେ ୩୩ ପ୍ରତିଶତ ମହିଳା ସଂରକ୍ଷଣ ଭଳି ପ୍ରତିଶୃତି ଦେଇଛି ଦଳ।
ବର୍ତ୍ତମାନ ସୁଦ୍ଧା କଂଗ୍ରେସ ଘୋଷଣା କରିଥିବା ମହିଳା ପ୍ରାର୍ଥୀଙ୍କ ମଧ୍ଯରେ ଉତ୍ତର ପ୍ରଦେଶ ଓ ପଶ୍ଚିମବଙ୍ଗରେ ଅଧିକ ରହିଛନ୍ତି। ଉତ୍ତର ପ୍ରଦେଶରେ ଟିକେଟ ଦେଇଥିବା ୫୫ ପ୍ରାର୍ଥୀଙ୍କ ମଧ୍ଯରୁ ୟୁପିଏ ଅଧ୍ଯକ୍ଷା ସୋନିଆ ଗାନ୍ଧିଙ୍କ ସମେତ ୧୦ ଜଣ ମହିଳାଙ୍କୁ ଦଳ ପ୍ରାର୍ଥୀ କରିଛି। ସେହିପରି ପଶ୍ଚିମଙ୍ଗରେ ୪୨ ଲୋକସଭା ଆସନରୁ ୮ ଜଣ ମହିଳାଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି।
ତେବେ ପଶ୍ଚିମବଙ୍ଗରେ ଶାସକ ଦଳ ତୃଣମୂଳ ୪୨ଟି ଲୋକସଭା ଆସନରୁ ୪୧ ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ କରିଛି। ୨୦୧୪ରେ ୩୫ ପ୍ରତିଶତ ମହିଳାଙ୍କୁ ଟିଏମସି ପ୍ରାର୍ଥୀ କରିଥିଲା।
ସେହିପରି ଓଡ଼ିଶାରେ ବିଜୁ ଜନତା ଦଳ ୨୧ଟି ଲୋକସଭା ଆସନ ପାଇଁ ୩୩ ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ କରିଛି। ଯାହାକି ପୂର୍ବରୁ ଘୋଷଣା କରିଥିଲେ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ।
from Odisha Reporter http://bit.ly/2uXDiyF
No comments:
Post a Comment