ଦାମିକା ମେକ୍‌ଅପ୍‌ ବ୍ରସ୍‌ ନ କିଣି ମଧ୍ୟ କିପରି କରିବେ ମେକ୍‌ଅପ୍‌, ଜାଣନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 5, 2019

ଦାମିକା ମେକ୍‌ଅପ୍‌ ବ୍ରସ୍‌ ନ କିଣି ମଧ୍ୟ କିପରି କରିବେ ମେକ୍‌ଅପ୍‌, ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ସୁନ୍ଦର ଓ ଆକର୍ଷଣୀୟ ଦେଖାଯିବାକୁ ସମସ୍ତଙ୍କ ଇଚ୍ଛା ଥାଏ। ଏଥିପାଇଁ ପରଫେକ୍ଟ ମେକଅପ୍‌ ଦରକାର। ହେଲେ ଏଥିପାଇଁ ଆବଶ୍ୟକ ମେକ୍‌ଅପ୍‌ ଟୁଲ୍ସ୍‌ର ଦାମ୍‌ ଶୁଣି ଆମେ ନିଜ ମନକୁ ବୁଝାଇ ଦେଉ।

ମେକ୍‌ଅପ୍‌ କରିବାରେ ବ୍ରସ୍‌ ବହୁତ ଜରୁରୀ ହୋଇଥାଏ। ମେକ୍‌ଅପ୍‌ ବ୍ରସ୍‌ର ସାଇଜ ଏବଂ ଆକାର ଅଲଗା ଅଲଗା ରହିଥିବାର ଆପଣ ଦେଖିଥିବେ। ସେହିଭଳି ଏହାର କାମ ମଧ୍ୟ ଅଲଗା ଅଲଗା ହୋଇଥାଏ। ପାଉଡର୍‌ ପାଇଁ ଅଲଗା ଅଲଗା ବ୍ରସ୍‌, ଫାଉଣ୍ଡେସନ୍‌ ପାଇଁ ଅଲଗା ବ୍ରସ୍‌ ଏବଂ ଆଇ ସ୍ୟାଡୋ ଲଗାଇବା ପାଇଁ ମଧ୍ୟ ଅଲଗା ବ୍ରସ୍‌ ଆଦି ରହିଥାଏ।

ତେବେ ଭଲ ମେକ୍‌ଅପ୍‌ ବ୍ରସ୍‌ ମଧ୍ୟ ବହୁତ ମହଙ୍ଗା ହୋଇଥାଏ। ମହଙ୍ଗା କାରଣରୁ ବ୍ରସ୍‌ କିଣିବା ପାଇଁ ଆପଣଙ୍କୁ ଅଧିକା ପଇସା ଖର୍ଚ୍ଚ କରିବା ସଠିକ୍‌ ଲାଗି ନଥାଏ। କିନ୍ତୁ ଆପଣଙ୍କର ମେକ୍‌ଅପ୍‌ ନେବା ପାଇଁ ଇଚ୍ଛା ଥାଏ  ତେବେ ଆପେ ଆଜି ଏମିତି କିଛି ଜିନିଷ ବିଷୟରେ କହିବୁ ଯାହାକୁ ଆପଣ ମେକ୍‌ଅପ୍‌ ବ୍ରସ୍‌ ଭଳି ବ୍ୟବହାର କରିପାରିବେ, ଆଉ ସେପରି ଚମକ ପାଇପାରିବେ।

ଆଉ ଏହାକୁ କିଣିବା ପାଇଁ ଆପଣଙ୍କୁ ଅଧିକା ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ।

ତେବେ ଜାଣିରଖନ୍ତୁ ସେ ଜିନିଷ ସବୁ କ’ଣ

କଟନ୍‌  ସ୍କ୍ରବ୍‌

 

ଆପଣ ମେକ୍‌ଅପ୍‌ କରିବାରେ କଟନ୍‌ ସ୍କ୍ରବ୍‌କୁ ବ୍ୟବହାର କରିପାରିବେ। ଏହା ଆପଣଙ୍କୁ ମେକ୍‌ଅପ୍‌ କରିବାରେ ବହୁତ ସାହାଯ୍ୟ କରିବ। ଆଇ ସ୍ୟାଡୋ ଲଗାଇବା ପାଇଁ ଆପଣ କଟନ୍‌ ସ୍କ୍ରବ୍‌କୁ ବ୍ୟବହାର କରନ୍ତୁ। ଆଉ ଏହାଦ୍ୱାରା କାଜଲ୍‌କୁ ସାଇଜ୍‌ ବି କରାଯାଇ ପାରିବ। ଆପଣ କାଜଲକୁ ଅଧିକ ସମୟ ପାଇଁ ରଖିବାକୁ ଚାହୁଁଥିଲେ ଏହାକୁ ବ୍ୟବହାର କରି ସେଟ୍‌ ମଧ୍ୟ କରିପାରିବେ।

ଆପଣ ଆଇ ଲାଇନର୍‌ ଲଗାଇବା ସମୟରେ ସ୍କ୍ରବ୍‌କୁ ହାତରେ  ଧରନ୍ତୁ। ପ୍ରାୟ ସମୟରେ ଦେଖାଯାଏ ଯେ, ଲାଇନର୍‌ ଲଗାଇଲା ବେଳେ ଖରାପ ହୋଇଯାଏ। ସେତେବେଳେ ଆପଣ ଏହାକୁ ବ୍ୟବହାର କରି ଲାଇନର୍‌ ଛଡ଼ାଇ ପାରିବେ।

ଟିସୁ

ମେକ୍‌ଅପ୍‌ କଲାବେଳେ ଟିସୁ ବହୁତ କାମରେ ଆସିଥାଏ। ମେକ୍‌ଅପ୍‌ ପାଉଡର୍‌ ଲଗାଇବା ପାଇଁ ଆପଣ ଟିସୁ ପେପର ବ୍ୟବହାର କରି ପାରିବେ। ଯଦି କେଉଁ ଜାଗାରେ ଅଧିକା ପାଉଡର୍‌ ଲାଗି ଯାଇଛି ତାହାଲେ ଆପଣ ଟିସୁକୁ ବ୍ୟବହାର କରି ପାଉଡର୍‌ ଛଡ଼ାଇ ପାରିବେ।

ପେଣ୍ଟ ବ୍ରସ୍‌

 

ମେକ୍‌ଅପ୍‌ ବ୍ରସ୍‌ ମଧ୍ୟରୁ ପେଣ୍ଟ ବ୍ରସ୍‌ ସବୁଠୁ ଶସ୍ତା ବୋଲି ଆମେ ଜାଣିଛୁ। ତେବେ ଆପଣ ଏହାକୁ କମ୍‌ ଟଙ୍କାରେ ବଜାରରୁ ଆଣି ବ୍ୟବହାର କରିପାରିବେ। ଏହା ଆଇ ମେକ୍‌ଅପ୍‌ ନେଲା ବେଳେ ଅଧିକ କାମରେ ଆସିଥାଏ। ସେହିପରି ଆଇ ସ୍ୟାଡୋ ଲଗାଇବା ପାଇଁ ଆପଣଙ୍କ ଆବଶ୍ୟକ ଅନୁସାରେ ଛୋଟ କିମ୍ବା ବଡ଼ ପେଣ୍ଟ ବ୍ରସ୍‌ ବ୍ୟବହାର କରନ୍ତୁ। ଏହା ଆପଣଙ୍କ ମେକ୍‌ଅପ୍‌କୁ ଆହୁରି ସହଜ କରିଦେବ।



from Odisha Reporter http://bit.ly/2OTMZHp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages