
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଭୁବନେଶ୍ୱର ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ପାଲଟିଛି। ଏଠାରେ ତାପମାତ୍ରା ୪୩.୭ ଡିଗ୍ରୀ ସେଲସିୟସ୍ ରହିଛି। ରାଜ୍ୟର ୮ଟି ସହର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ତାଳଚେରରେ ୪୩.୩ ଡିଗ୍ରୀ, ଅନୁଗୋଳରେ ୪୨.୭ ଡିଗ୍ରୀ, ଟିଟିଲାଗଡ଼ରେ ୪୨ ଡିଗ୍ରୀ, କଟକରେ ୪୧.୧ ଡିଗ୍ରୀ, ମାଲକାନଗିରିରେ ୪୦.୮ ଡିଗ୍ରୀ, ଚାନ୍ଦବାଲିରେ ୪୦.୫ ଡିଗ୍ରୀ ଓ ଝାରସୁଗୁଡ଼ାରେ ୪୦ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ଼ କରାଯାଇଛି।
ମୁଣ୍ଡଫଟା ଖରା ସାଙ୍ଗକୁ ତତଲା ହାୱା ରାଜଧାନୀବାସୀଙ୍କୁ ଅସ୍ତବ୍ୟସ୍ତ କଲାଣି। ଉପକୂଳ ଓଡ଼ିଶାବାସୀ ମଧ୍ୟ ଗରମରେ ଆଉଟୁପାଉଟୁ ହେଉଛନ୍ତି। ଦିନ ୧୧ଟା ବେଳକୁ ରାଜଧାନୀର ରାସ୍ତାଘାଟ ଶୂନ୍ଶାନ ହୋଇଯାଉଛି।
from Odisha Reporter http://bit.ly/2IAYlyS
No comments:
Post a Comment