ସମାଜବାଦୀ ପାର୍ଟିରେ ମିଶିଲେ ଶତ୍ରୁଘ୍ନ ସିହ୍ନାଙ୍କ ପତ୍ନୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 16, 2019

ସମାଜବାଦୀ ପାର୍ଟିରେ ମିଶିଲେ ଶତ୍ରୁଘ୍ନ ସିହ୍ନାଙ୍କ ପତ୍ନୀ

ନୂଆଦିଲ୍ଲୀ: ପୂର୍ବତନ ବିଜେପି ସାଂସଦ ତଥା କିଛି ଦିନ ତଳେ କଂଗ୍ରେସରେ ଯୋଗ ଦେଇଥିବା ଫିଲ୍ମ ଅଭିନେତା ଶତ୍ରୁଘ୍ନ ସିହ୍ନାଙ୍କ ପତ୍ନୀ ପୁନମ୍‌ ସିହ୍ନା ସମାଜବାଦୀ ପାର୍ଟିରେ ଯୋଗ ଦେଇଛନ୍ତି। ସେ ଡିମ୍ପଲ ଯାଦବଙ୍କ ଉପସ୍ଥିତିରେ ଯୋଗ ଦେଇଛନ୍ତି।

ସମାଜବାଦୀ ପାର୍ଟି ପକ୍ଷରୁ କୁହାଯାଇଛି ପୁନମ୍‌ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ବିପକ୍ଷରେ ଲକ୍ଷ୍ନୌରୁ ପ୍ରାର୍ଥୀ ହେବେ। ସେ ଆସନ୍ତା ୧୮ ତାରିଖରେ ନାମାଙ୍କନ ପତ୍ର ଦାଖଲ କରିବେ। ଗତ ଏପ୍ରିଲ ୬ ତାରିଖରେ ହିଁ ଶତ୍ରୁଘ୍ନ କଂଗ୍ରେସରେ ଯୋଗ ଦେଇଥିଲେ। ସେ ବିହାରର ପାଟନାସାହିବ୍‌ରୁ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି।

ସମାଜବାଦୀ ପାର୍ଟିର ରବିଦାସ ମେହରୋତ୍ରା ପୁନମ୍‌ଙ୍କ ଯୋଗଦାନ ବିଷୟରେ କହିଛନ୍ତି, ପୁନମ୍‌ ଲକ୍ଷ୍ନୌରୁ ଏସ୍‌ପି-ବିଏସ୍‌ପି-ଆରଏଲଡି ପ୍ରାର୍ଥୀ ହେବେ। ଆମେ କଂଗ୍ରେସକୁ ଆହ୍ୱାନ କରୁଛୁ ସେମାନେ ମଧ୍ୟ ଏଠାରେ ପ୍ରାର୍ଥୀ ନ ଦିଅନ୍ତୁ ଫଳରେ ବିଜେପିକୁ ହରାଯାଇ ପାରିବ। ଏହା ପୂର୍ବରୁ ଅନ୍ୟ ଜଣେ ଏସ୍‌ପି ନେତା କହିଥିଲେ, ଏହି ଆସନରେ ୩.୫% ମୁସଲିମ୍‌ ଭୋଟରଙ୍କ ବ୍ୟତୀତ ୪ ଲକ୍ଷ କାୟସ୍ଥ ଭୋଟର ଏବଂ ୧.୩ ଲକ୍ଷ ସିନ୍ଧି ଭୋଟର ଅଛନ୍ତି। ପୁନମ୍‌ ସିନ୍ଧି ଏବଂ ତାଙ୍କ ସ୍ୱାମୀ କାୟସ୍ଥ ହୋଇଥିବାରୁ ତାଙ୍କୁ ଏହି ଭୋଟ୍‌ ବ୍ୟାଙ୍କ ଫାଇଦା ଦେବ ବୋଲି ସେ ଆଶାବାଦୀ।



from Odisha Reporter http://bit.ly/2VRTCNe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages