ପୃଥ୍ୱୀଙ୍କୁ ନିଜ ଘରେ ଡିନର୍ କରାଇଲେ ସଚିନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 18, 2019

ପୃଥ୍ୱୀଙ୍କୁ ନିଜ ଘରେ ଡିନର୍ କରାଇଲେ ସଚିନ

ମୁମ୍ବାଇ: ଭାରତର ପ୍ରତିଭାଶାଳୀ କ୍ରିକେଟର୍ ପୃଥ୍ୱୀ ଶ’ ବର୍ତ୍ତମାନ ଆଇପିଏଲରେ ବ୍ୟସ୍ତ ଅଛନ୍ତି। ପୃଥ୍ୱୀ ସର୍ବଦା କ୍ରିକେଟ୍ ଭଗବାନ ସଚିନ ତେନ୍ଦୁଲକରଙ୍କୁ ନିଜର ଆଦର୍ଶ ମାନି ଆସୁଛନ୍ତି। ଅନେକ ସମୟରେ ସଚିନ ପୃଥ୍ୱୀଙ୍କୁ ବ୍ୟାଟିଂ ଟିପ୍ସ ଦେଉଥିବାର ଦେଖିବାକୁ ମିଳେ। କେବଳ ଏତିକି ନୁହେଁ, ପୃଥ୍ୱୀଙ୍କ ବ୍ୟାଟିଂ ମଧ୍ୟ ସଚିନଙ୍କୁ ବହୁତ ପସନ୍ଦ।

ଏହି କାରଣରୁ ସଚିନ ଚଳିତ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍ ପୂର୍ବରୁ ପୃଥ୍ୱୀଙ୍କୁ ନିଜ ଘରେ ଡିନର୍ ପାଇଁ ନିମନ୍ତ୍ରଣ ଦେଇଥିଲେ। ଯାହା ପରେ ପୃଥ୍ୱୀ ସିଧା ସଚିନଙ୍କ ଘରେ ଯାଇ ପହଞ୍ଚି ଯାଇଥିଲେ। ନିଜ ଆଦର୍ଶ ସଚିନଙ୍କଠାରୁ ଡିନର ଆମନ୍ତ୍ରଣ ମିଳିବା ପରେ ପୃଥ୍ୱୀ ବହୁତ ଖୁସି ହୋଇଯାଇଥିଲେ।

ପୃଥ୍ୱୀ ତୁରନ୍ତ ଏହି ଖବର ଟ୍ୱିଟର ମାଧ୍ୟମରେ ପ୍ରଶଂସକଙ୍କ ନିକଟରେ ପହଞ୍ଚାଇଥିଲେ। ଯାହା ପରେ ସୋଶାଲ ମିଡିଆରେ ଏହା ଭାଇରାଲ୍ ହେବାରେ ଲାଗିଛି। ପୃଥ୍ୱୀ ଟ୍ୱିଟ୍ କରିଛନ୍ତି, ବହୁତ ଭଲ ଡିନର୍ ପାଇଁ ସଚିନ ସାରଙ୍କୁ ଧନ୍ୟବାଦ। ସାର(ସଚିନ)ଙ୍କ ସହ ସାକ୍ଷାତ କରିବା ମୋତେ ସର୍ବଦା ଖୁସି ଦେଇଥାଏ। ପୃଥ୍ୱୀଙ୍କ ଏହି ଟ୍ୱିଟକୁ ଏପର୍ଯ୍ୟନ୍ତ ୧୧ହଜାରରୁ ଊଦ୍ଧ୍ୱର୍ ଲୋକ ଲାଇକ୍ କରିବା ସହ ୭୦୦ ପ୍ରଶଂସକ କମେଣ୍ଟ ମଧ୍ୟ କରିଛନ୍ତି।

ସୂଚନାଯୋଗ୍ୟ, ମୁମ୍ବାଇ ପକ୍ଷରୁ ରଣଜୀ ଖେଳୁଥିବା ପୃଥ୍ୱୀ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ଦଳର ନିୟମିତ ସଦସ୍ୟ। ଅନ୍ୟପକ୍ଷରେ ସଚିନ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ଦଳର ମେଣ୍ଟର ଅଛନ୍ତି। ଏଭଳି ସ୍ଥିତିରେ ଦୁହେଁ ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହେବାକୁଥିବା ମୁକାବିଲାରେ ଅଲଗା-ଅଲଗା ବସିବେ।

ପୃଥ୍ୱୀ ଚଳିତ ଆଇପିଏଲରେ ୮ ମ୍ୟାଚ୍ ଖେଳି ୨୩.୩୭ ହାରରେ ୧୮୭ ରନ୍ କରିଛନ୍ତି। ଗତ ବର୍ଷ ସେ ଆଇପିଏଲରେ ଡେବ୍ୟୁ କରିଥିଲେ ଏବଂ ୯ ମ୍ୟାଚରେ ୨୭.୨୨ ହାରରେ ୨୪୫ ରନ୍ କରିଥିଲେ। ଏହାଛଡ଼ା ସେ ଗତବର୍ଷ ୱେଷ୍ଟଇଣ୍ଡିଜ୍ ବିପକ୍ଷ ନିଜର ପଦାର୍ପଣ ଟେଷ୍ଟରେ ଶତକ ମାରି ଇତିହାସ ରଚିଥିଲେ।



from Odisha Reporter http://bit.ly/2KJyG9J

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages