
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦଳୀୟ ଟିକେଟରୁ ବଞ୍ଚିତ ହୋଇଥିବା ପୂର୍ବତନ କଂଗ୍ରେସ ମୁଖପାତ୍ର ସୋନାଲି ସାହୁ ଆଜି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟ ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବରେ ସେ ଦଳରେ ସାମିଲ ହୋଇଥିଲେ।
ସୋନାଲି ଗତକାଲି କଂଗ୍ରେସରୁ ଇସ୍ତଫା ଦେଇଥିଲେ।
ବିଜେପିରେ ସାମିଲ ହେବା ପରେ ସୋନାଲି କହିଛନ୍ତି ଯେ, ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗ ଦେଇଛନ୍ତି। କଂଗ୍ରେସରେ ଗଣତନ୍ତ୍ର ନୁହେଁ ବରଂ ପରିବାରବାଦ ରାଜନୀତିକୁ ଅଧିକ ପ୍ରୋତ୍ସାହନ ମିଳିଥାଏ। ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ହିଁ ପ୍ରକୃତ ପିସିସି ସଭାପତି। ନିରଞ୍ଜନଙ୍କ ପାଖରେ ମୁଣ୍ଡ ନୋଇଁଲେ ସବୁ ସୁବିଧା ମିଳେ। ସ୍ୱାଭିମାନ ଥିବା ଲୋକ ସେ କାମ କରିପାରିବ ନାହିଁ। ସେ ମହିଳା କଂଗ୍ରେସ ସଭାନେତ୍ରୀ ହେବାକୁ ଚାହିଁଥିଲେ, ମାତ୍ର ତାଙ୍କୁ କରାଇ ଦିଆଗଲାନି। ଟିକେଟ୍ ବଣ୍ଟନ ପ୍ରକ୍ରିୟାରେ ସମସ୍ୟା ପାଇଁ ବରିଷ୍ଠ ନେତା ନରସିଂହ ମିଶ୍ର ମଧ୍ୟ ନିରଞ୍ଜନଙ୍କ ଭଳି ସମପରିମାଣରେ ଦାୟୀ ବୋଲି ସେ କହିଛନ୍ତି।
ଆଜିର ଏହି ମିଶ୍ରଣ ପର୍ବରେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ଉପସଭାପତି ସମୀର ମହାନ୍ତି, ବିଭୁପ୍ରସାଦ ତରାଇ, ଟଙ୍କଧର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।
from Odisha Reporter http://bit.ly/2Uy1wOV
No comments:
Post a Comment