
ଆନନ୍ଦପୁର(ମୁନା ସିଂହ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଆନନ୍ଦପୁର ଥାନା ଅଧୀନ ଡୁଡୁଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ତୀରମାଡରେ ଜଣେ ଯୁବକ ଗୁରୁତର ଆହତ ହୋଇ ଶନିବାର ରାତିରେ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଗୁରୁତର ଯୁବକଙ୍କ ନାଁ ହେଉଛି ମୁନା ବେହେରା। ତେବେ ମୁନାଙ୍କୁ ପୂର୍ବ ଶତ୍ରୁତା କାରଣରୁ କେହି ତୀରମାଡ଼ କରିଥାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଅପରପକ୍ଷେ ଗତକାଲି ରାତିରେ ମୁନାଙ୍କୁ ଆନନ୍ଦପୁର ଡାକ୍ତରଖାନା ଅଣାଯିବା ପରେ ଡାକ୍ତର ଅବସ୍ଥା ଗୁରୁତର ହୋଇଥିବା ଦେଖି ତାଙ୍କୁ କଟକ ସ୍ଥାନାନ୍ତର କରିଥିଲେ।
from Odisha Reporter http://bit.ly/2XzmjyN
No comments:
Post a Comment