ୱିଙ୍ଗ କମାଣ୍ଡର ‘ଅଭିନନ୍ଦନ’ଙ୍କ ନାଁ ନେଇ ଅଡୁଆରେ ପଡ଼ିପାରନ୍ତି ପ୍ରଧାନମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 21, 2019

ୱିଙ୍ଗ କମାଣ୍ଡର ‘ଅଭିନନ୍ଦନ’ଙ୍କ ନାଁ ନେଇ ଅଡୁଆରେ ପଡ଼ିପାରନ୍ତି ପ୍ରଧାନମନ୍ତ୍ରୀ

ଅହମଦାବାଦ: ଗୁଜରାଟର ପାଟନ ଜିଲ୍ଲାରେ ନିର୍ବାଚନୀ ପ୍ରଚାରରେ ବାୟୁସେନା ୱିଙ୍ଗ କମାଣ୍ଡର ‘ଅଭିନନ୍ଦନ’ଙ୍କ ନା ନେଇ ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ। ଯାହାକୁ ନେଇ ଗୁଜରାଟ ମୁଖ୍ୟ ନିର୍ବାଚନ ଅଧିକାରୀ ମୁରଲୀ କ୍ରିଷ୍ନା ସ୍ଥାନୀୟ ନିର୍ବାଚନ ଅଧିକାରୀଙ୍କୁ ରିପୋର୍ଟ ମାଗିଥିବା ଜଣାପଡ଼ିଛି।
ପାକିସ୍ତାନକୁ କିଭଳି ଧମକ ଦେଇ ପାଇଲଟ୍‌ ଅଭିନନ୍ଦନଙ୍କୁ ଛାଡ଼ିବାକୁ ପ୍ରଧାନମନ୍ତ୍ରୀ ଚେତାବନୀ ଦେଇଥିଲେ ସେକଥା ନିର୍ବାଚନୀ ସଭାରେ ଉଦବୋଧନ ଦେଇ କହିଥିଲେ ମୋଦି। ସେ କହିଥିଲେ ପାଇଲଟ୍‌ ଅଭିନନ୍ଦନଙ୍କୁ ପାକିସ୍ତାନ ସେନା ନିୟନ୍ତ୍ରଣରେ ଥିବା ଖବର ଆସିବା ପରେ ପାକିସ୍ତାନ ଅନେକ ଦାବି ରଖିଥିଲା। ହେଲେ ପାଇଲଟ୍‌ ଅଭିନନ୍ଦନଙ୍କର ଯଦି କୌଣସି ଅସୁବିଧା ହୁଏ, ତାହେଲେ ତା’ର ପରିଣାମ ଭୋଗିବ ବୋଲି ପାକିସ୍ତାନକୁ ଚେତାବନୀ ଦେଇଥିବା କହିଥିଲେ ମୋଦି।
ତେବେ ନିର୍ବାଚନ କମିଶନଙ୍କ ଆଚରଣ ବିଧି ନିୟମ ଅନୁଯାୟୀ ଯବାନ, ସେନାର ଫଟୋ ଆଦିକୁ ନିର୍ବାଚନରେ କୌଣସି ରାଜନୈତିକ ଦଳ ଏବଂ ପ୍ରାର୍ଥୀ ବ୍ୟବହାର କରିପାରିବେ ନାହିଁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏବେ ପ୍ରଧାନମନ୍ତ୍ରୀ ଅଭିନନ୍ଦନଙ୍କ ନାମ ନିର୍ବାଚନୀ ସଭାରେ ନେବା ପରେ ଇସି ମୋଦିଙ୍କ ଅଭିଭାଷଣକୁ ପରୀକ୍ଷା କରୁଥିବା ଜଣାପଡ଼ିଛି।


from Odisha Reporter http://bit.ly/2IwpGDh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages