
ମୁମ୍ବାଇ: ଶୁକ୍ରବାର ମୁମ୍ୱାଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିରେ ରିଲାଏନ୍ସ ଗ୍ରୁପର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ପୁଅ ଆକାଶ ଅମ୍ବାନୀକୁ ଦେଖିବାକୁ ମିଳିଛି। ସଭାସ୍ଥଳର ପ୍ରଥମ ଧାଡ଼ିରେ ଆକାଶ ଅମ୍ବାନୀ ବସିଥିବାର ଦେଖିବାକୁ ମିଳିଛି। କିଛି ଦିନ ତଳେ ଦକ୍ଷିଣ ମୁମ୍ବାଇର କଂଗ୍ରେସ ସାଂସଦ ମିଲିନ୍ଦ ଦେଓରାଙ୍କୁ ସମର୍ଥନ କରି ମୁକେଶ ଅମ୍ବାନୀ ଏକ ଭିଡିଓ ଜାରି କରିଥିଲେ। ତେଣୁ ଅମ୍ବାନୀଙ୍କ ପୁଅକୁ ମୋଦିଙ୍କ ରାଲିରେ ଉପସ୍ଥିତିକୁ ନେଇ ଅନେକ ଚର୍ଚ୍ଚା ହୋଇଛି।
ତେବେ ମହାରାଷ୍ଟ୍ରର ଏକ ମରାଠୀ ଚ୍ୟାନେଲକୁ ପ୍ରତିକ୍ରିୟା ଦେଇ ଆକାଶ ଅମ୍ୱାନୀ କହିଛନ୍ତି, “ମୁଁ ପ୍ରଧାନମନ୍ତ୍ରୀଙ୍କୁ ଶୁଣିବାକୁ ଆସିଛି, ଦେଶକୁ ସମର୍ଥନ କରୁଛି।”
ରାଫେଲ ଡିଲ ନେଇ କଂଗ୍ରେସ ବାରମ୍ବାର ମୁକେଶ ଅମ୍ବାନୀଙ୍କ ସାନ ଭାଇ ଅନୀଲ ଅମ୍ବାନୀଙ୍କୁ ଟାର୍ଗେଟ କରୁଛି। ଏଭଳି ସ୍ଥଳରେ ମୁକେଶ ଅମ୍ବାନୀ କଂଗ୍ରେସ ପ୍ରାର୍ଥୀଙ୍କୁ ସମର୍ଥନ କରିବା, ପୁଅ ମୋଦିଙ୍କ ରାଲିରେ ଆଗରେ ବସିବା ଏବଂ ସାନ ଭାଇ ଅମ୍ବାନୀଙ୍କ ଉପରେ ଆସୁଥିବା ଅଭିଯୋଗକୁ ବିଜେପି ବିରୋଧ କରିବା ନିର୍ବାଚନ ବେଳେ ଚର୍ଚ୍ଚାକୁ ଖୋରାକ ଯୋଗାଇଛି।
from Odisha Reporter http://bit.ly/2VoSsvy
No comments:
Post a Comment