ବୈଜୟନ୍ତ ବନାମ ବିଜେଡି: କେନ୍ଦ୍ରାପଡ଼ାରେ ବାଜି ଲାଗିଛି ସମ୍ମାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 27, 2019

ବୈଜୟନ୍ତ ବନାମ ବିଜେଡି: କେନ୍ଦ୍ରାପଡ଼ାରେ ବାଜି ଲାଗିଛି ସମ୍ମାନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ାରେ ହାଇଭୋଲଟେଜ୍ ନିର୍ବାଚନ ପ୍ରଚାର ସାଙ୍ଗକୁ ବିଜେଡି ବନାମ ବୈଜୟନ୍ତ ପଣ୍ଡା ଲଢ଼େଇ ଉପରେ ଏବେ ସମଗ୍ର ରାଜ୍ୟର ନଜର। କେନ୍ଦ୍ରାପଡ଼ା ଲୋକସଭା ଆସନ ଜିତିବା ଏବେ ଉଭୟ ବିଜେଡି ଓ ବୈଜୟନ୍ତଙ୍କ ପାଇଁ ସମ୍ମାନର ପ୍ରଶ୍ନ ପାଲଟିଥିବାବେଳେ ବିଜେଡି ଏଠାରେ ଦଳର ତିନି ଡଜନରୁ ଅଧିକ ନେତା, ଦଳ ପାଇଁ ସ୍ଲିପର ସେଲ୍ ଭାବେ କାମ କରୁଥିବା ସରକାରୀ କଳ ଓ ଷ୍ଟାର ପ୍ରଚାରକ ନବୀନ ପଟ୍ଟନାୟକଙ୍କୁ ବାରମ୍ବାର ପ୍ରଚାର ମଇଦାନକୁ ଓହ୍ଲାଇ ଜନମତକୁ ପ୍ରଭାବିତ କରିବାର କୌଣସି ସୁଯୋଗକୁ ହାତଛଡ଼ା କରୁନି। ବୈଜୟନ୍ତ ମଧ୍ୟ କଂଗ୍ରେସର ଏକ ବଡ଼ ଗୋଷ୍ଠୀ ଓ ସମାଜର ବିଭିନ୍ନ ବର୍ଗର ଲୋକଙ୍କ ସକ୍ରିୟ ସହଯୋଗରେ ଗତ ୧୦ବର୍ଷ ମଧ୍ୟରେ କେନ୍ଦ୍ରାପଡ଼ା ସାଂସଦ ଭାବେ ତାଙ୍କ କାର୍ଯ୍ୟର ରିପୋର୍ଟ କାର୍ଡକୁ ଆଧାର କରି ବୁଥସ୍ତରରେ ଭୋଟରଙ୍କ ମନ ଜିଣିବାରେ ଲାଗିଛନ୍ତି।

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ାରୁ ବିଜେପିର ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ବିଜୟ ମାର୍ଗରେ ବିଜେଡି ଯଥାସମ୍ଭବ ପ୍ରତିବନ୍ଧକ ସୃଷ୍ଟି କରିବା ପାଇଁ କଳବଳକୌଶଳ ଲଗାଇ ଦେଇଛି। କେନ୍ଦ୍ରାପଡ଼ାରେ ଏବେ ବୈଜୟନ୍ତ ବନାମ ନବୀନ ପଟ୍ଟନାୟକ ଓ ତାଙ୍କ ପରାମର୍ଶଦାତା ଭିକେ ପାଣ୍ଡିଆନଙ୍କ ମଧ୍ୟରେ ସିଧାସଳଖ ଲଢ଼େଇ ହେଉଥିବା ଭଳି ଜଳଜଳ ହୋଇ ଜଣାପଡ଼ୁଛି।
ପ୍ରଧାନମନ୍ତ୍ରୀ ମୋଦିଙ୍କ ବିକାଶମୂଳକ କାର୍ଯ୍ୟ ଓ ଗତ ୧୦ବର୍ଷ ମଧ୍ୟରେ ବୈଜୟନ୍ତ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରରେ ସାଂସଦ ପାଣ୍ଠିରୁ ଯେଉଁ ବିକାଶମୂଳକ କାର୍ଯ୍ୟ କରିଛନ୍ତି ତାହା ତାଙ୍କୁ ସେଠାରେ ଲୋକଙ୍କ ଆସ୍ଥାଭାଜନ କରାଇପାରିଛି। ରାଜନୀତିକ ସମୀକରଣ ଦୃଷ୍ଟିରୁ ଏବେ ସମସ୍ତ ୭ଟି ବିଧାନସଭା ଅଞ୍ଚଳରେ ଦଳୀୟ ସଂଗଠନ ସହ ବୈଜୟନ୍ତଙ୍କ ନିଜସ୍ୱ ଭୋଟ ବ୍ୟାଙ୍କ ରହିଛି। ଯାହା ବିଜେଡିକୁ ଚିନ୍ତାରେ ପକାଇ ଥିବାରୁ ପ୍ରଥମ ଦିନରୁ ହିଁ ବୈଜୟନ୍ତଙ୍କୁ ମାନସିକ ଚାପଗ୍ରସ୍ତ କରିବା ନିମନ୍ତେ ନବୀନ-ପାଣ୍ଡିଆନ ଯୋଡ଼ିଙ୍କ ଇଙ୍ଗିତରେ ନିର୍ବାଚନ କମିଶନଙ୍କ ପାଖରେ ବିଜେଡି ମାଳ ମାଳ ଭିତ୍ତିହୀନ ଅଭିଯୋଗ ଓ ସାମ୍ବାଦିକ ସମ୍ମିଳନୀରେ ରୋଷ ବ୍ୟକ୍ତ କରିବାରେ ଲାଗିଛି।

ସୂଚନା ଅନୁସାରେ, କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ରର ବିଭିନ୍ନ ଅଞ୍ଚଳରେ ବୈଜୟନ୍ତ ନିଜ ଏମପି ଲ୍ୟାଡ୍ ପାଣ୍ଠିର ଉପଯୋଗରେ ୫୭ଟି ପାଣିଟାଙ୍କି ନିର୍ମାଣ , ୨୪ଟି ମିନି ଷ୍ଟାଡିୟମ ନିର୍ମାଣ, କଟକ-ଚାନ୍ଦବାଲି ରାସ୍ତାର ଦୋହରାକରଣ, ହରିଦାସପୁର-ପାରାଦ୍ୱୀପ ରେଳ ଲାଇନର ଅଗ୍ରଗତି ଓ ଉପସାଗରୀୟ ଦେଶକୁ କାମ କରିବାକୁ ଯାଇ ଫସିଥିବା ଯୁବକଙ୍କୁ ଉଦ୍ଧାର କରାଯିବା କ୍ଷେତ୍ରରେ ବୈଜୟନ୍ତଙ୍କ ଭୂମିକାକୁ ସାଧାରଣ ଭୋଟର ପସନ୍ଦ କରିବାରେ ଲାଗିଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା ବିଜେଡିର ୧୯ ବର୍ଷ ଶାସନରେ କେନ୍ଦ୍ରାପଡ଼ା ଜିଲ୍ଲାରେ ସେଭଳି କୌଣସି ଆଖିଦୃଶିଆ ଉନ୍ନୟନ କାର୍ଯ୍ୟ ହୋଇନି ଯାହାକୁ ସମ୍ବଳ କରି ନବୀନ ଓ ତାଙ୍କ ଅନୁଗତମାନେ ଲୋକଙ୍କ ପାଖରେ ଭୋଟ ଭିକ୍ଷା କରିପାରିବେ। ତା’ଛଡ଼ା ବିଜେଡି ସାଂସଦ ପ୍ରାର୍ଥୀ ଅନୁଭବ ମହାନ୍ତି ରାଜନେତା କମ୍ ଓ ଅଭିନେତା ବେଶୀ। କେନ୍ଦ୍ରାପଡ଼ାକୁ ବିଜୁ ପଟ୍ଟନାୟକଙ୍କ କର୍ମଭୂମି ବୋଲି କହି ସହାନୁଭୂତି ଭୋଟ ସାଉଁଟିବାକୁ ଚେଷ୍ଟା କରୁଥିବା ବିଜେଡି ଜଣେ ଫୁଲ୍ ଟାଇମ୍ ରାଜନେତାଙ୍କୁ ପ୍ରାର୍ଥୀ କରିବାରେ ସକ୍ଷମ ହୋଇନି।

ସେହିପରି ଏହି ନିର୍ବାଚନ ମଇଦାନରେ ବିଜେଡି ଓ ବିଜେପି ତୁଳନାରେ କଂଗ୍ରେସ ପଛରେ ପଡ଼ିଯାଇଥିବାରୁ ଅଧିକ ସଂଖ୍ୟକ କଂଗ୍ରେସ କର୍ମୀ ଓ ସମର୍ଥକମାନେ ଏବେ ବିଜେପି ପ୍ରାର୍ଥୀ ବୈଜୟନ୍ତଙ୍କ ଆଡ଼କୁ ଢଳି ତାଙ୍କ ସପକ୍ଷରେ ଭୋଟ ପ୍ରଚାର କରୁଥିବା ଦେଖାଯାଉଛି। ବିଜେଡିର ଅନ୍ତଃକନ୍ଦଳର ଫାଇଦା ମଧ୍ୟ ବୈଜୟନ୍ତଙ୍କୁ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି। କେନ୍ଦ୍ରାପଡ଼ାରେ ଏବେ ବିଜେପିର ମଧ୍ୟ ରାଜ୍ୟସ୍ତରୀୟ ନେତାମାନେ ଡେରା ପକାଇଛନ୍ତି। ବିଜୟ ମହାପାତ୍ରଙ୍କ ଭଳି ବରିଷ୍ଠ ନେତାଙ୍କ ଅଭିଜ୍ଞତା ଓ ସମୀକରଣର ଫାଇଦା ବୈଜୟନ୍ତଙ୍କ ପାଖକୁ ଯିବ। ଆଳି ବିଧାନସଭା କ୍ଷେତ୍ରର ପୁରୁଖା କଂଗ୍ରେସ ନେତା ଦୋଳଗୋବିନ୍ଦ ନାୟକ ଓ ସାଲେପୁର ବିଧାୟକ ତଥା କଂଗ୍ରେସ ନେତା ପ୍ରକାଶ ବେହେରା ବିଜେପିରେ ଯୋଗ ଦେଇ ନିଜ ନିଜ ଅଞ୍ଚଳରେ ବିଜେପିର ବିଧାୟକ ପ୍ରାର୍ଥୀ ହେବା ପରେ ସେ ଅଞ୍ଚଳରେ କଂଗ୍ରେସ ଦୁର୍ବଳ ହେବା ସହ କଂଗ୍ରେସର ସଂଗଠନ ବଳ ଏବେ ବିଜେପି ହାତକୁ ଚାଲିଯାଇଛି।

କେନ୍ଦ୍ରାପଡ଼ାରେ ବୈଜୟନ୍ତଙ୍କ ବିଜୟ ଏବେ ବିଜେପି ପାଇଁ ମଧ୍ୟ ସମ୍ମାନର ପ୍ରଶ୍ନ ହୋଇଛି। ବୈଜୟନ୍ତଙ୍କ ମାଧ୍ୟମରେ ନବୀନ -ପାଣ୍ଡିଆନ ଯୋଡ଼ିକୁ ଉଚିତ୍ ଜବାବ ଦେବାକୁ ମଧ୍ୟ ବିଜେପି ଲକ୍ଷ୍ୟ ରଖିଛି।



from Odisha Reporter http://bit.ly/2VwMTv8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages