ସିନେ ଜଗତର ଜନ୍ମଦାତାଙ୍କ ପ୍ରଥମ ଫିଲ୍ମର ବଜେଟ୍‌ କେତେ ଥିଲା ଆପଣ ଜାଣିଛନ୍ତି କି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 30, 2019

ସିନେ ଜଗତର ଜନ୍ମଦାତାଙ୍କ ପ୍ରଥମ ଫିଲ୍ମର ବଜେଟ୍‌ କେତେ ଥିଲା ଆପଣ ଜାଣିଛନ୍ତି କି?

ମୁମ୍ବାଇ: ଦାଦା ସାହେବ୍‌ ଫାଲ୍‌କେଙ୍କୁ ଭାରତୀୟ ସିନେମା ଜଗତର ଜନ୍ମଦାତା ବୋଲି କୁହାଯାଏ। ଆଜି ହେଉଛି ସେହି ଜନ୍ମଦାତାଙ୍କ ଜନ୍ମଦିନ। ଫାଲ୍‌କେଙ୍କ ଜନ୍ମ ୩୦ ଏପ୍ରିଲ୍‌ ୧୮୭୦ ମସିହାରେ ମୁମ୍ୱାଇର ଏକ ବ୍ରାହ୍ମଣ ପରିବାରରେ ହୋଇଥିଲା। ସେ ଦେଶରେ ସିନେମା ଆରମ୍ଭ କରିବା ସହ ୧୯୧୩ ମସିହାରେ ‘ରାଜା ହରିଶ୍ଚନ୍ଦ୍ର’ ନାମରେ  ପ୍ରଥମ ଫିଲ୍ମ ନିର୍ମାଣ କରିଥିଲେ। ତେବେ ତାଙ୍କର ଜନ୍ମଦିନରେ ଜାଣନ୍ତୁ ତାଙ୍କ ବିଷୟରେ କିଛି ଅଜଣା କଥା।

ଦାଦା ସାହେବ୍‌ ଫାଲ୍‌କେଙ୍କ ପାରିବାରିକ ଜୀବନ

ଦାଦା ସାହେବଙ୍କ ବାପା ଜଣେ ପୂଜକ ଭାବେ କାମ କରି ପରିବାର ଚଳାଉଥିବା ବେଳେ ମା’ ଥିଲେ ଗୃହିଣୀ। ଏହି ଦମ୍ପତିଙ୍କର ୭ସନ୍ତାନ ଥିବା ବେଳେ ସେମାନଙ୍କ ଭିତରେ ୩ ପୁଅ ଓ ୪ ଝିଅ ଥିଲେ। ଫାଲ୍‌କେ ପ୍ରଥମେ ଫଟୋଗ୍ରାଫର ହେବାକୁ ମନ ବଳାଇଥିଲେ। ଏଥିନିମନ୍ତେ ୧୮୯୫ ମସିହାରେ ଗୋଧ୍ରାରେ ଏକ ଷ୍ଟୁଡ଼ିଓ ଖୋଲିଲେ। ହେଲେ ହେଲେ ଭାଗ୍ୟ ତାଙ୍କ ସପକ୍ଷରେ ଗଲା ନାହିଁ।

ଇତି ମଧ୍ୟରେ ୧୯୦୦ ମସିହାରେ ମହାମାରୀ ବ୍ୟାପୀ ତାଙ୍କ ସ୍ତ୍ରୀ ଓ ପିଲାଙ୍କ ମୃତ୍ୟୁ ହେଲା, ଯାହାକି ତାଙ୍କୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଥିଲା। ଉକ୍ତ ସମୟରେ ଲୋକଙ୍କ ମନରେ ଧାରଣା ହେଲା ଯେ, କ୍ୟାମେରା ଲାଇଟ ଶରୀରରେ ପଡ଼ିଲେ, ମଣିଷର ମୃତ୍ୟୁ ସୁନିଶ୍ଚିତ। ତେଣୁ ଲୋକେ ଫଟୋ ଉଠାଇବାକୁ ଡରିଲେ, ଏବଂ ଦାଦା ସାହେବଙ୍କ ଷ୍ଟୁଡ଼ିଓରେ ତାଲା ପଡ଼ିଲା।

ଏହାପରେ ସେ ଜଣେ ଜର୍ମାନ ଯାଦୁକରଙ୍କ ନିକଟରୁ ଯାଦୁ ଶିଖି କିଛି ଦିନ ଗୁଜୁରାଣ ମେଣ୍ଟାଇଲେ। ଏହାପରେ ମୁମ୍ୱାଇ ପଳାଇ ଆସି ଏକ ପ୍ରିଣ୍ଟିଂ ପ୍ରେସ୍‌ ଖୋଲିଲେ। ଏହିଠାରେ ତାଙ୍କ ଜୀବନ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଲା। ମୁମ୍ୱାଇରେ ଫିଲ୍ମ ଦେଖିବାକୁ ସୁଯୋଗ ପାଇବାକୁ ନିଜେ ମଧ୍ୟ ଫିଲ୍ମ ତିଆରି କରିବାକୁ ମନ ବଳାଇଲେ। ଏହିଠୁ ତାଙ୍କ ଫିଲ୍ମି କ୍ୟାରିଅର ଆରମ୍ଭ ହେଲା।  ୭୩ ବର୍ଷରେ ୧୯୪୪ ମସିହା ୧୬ ଫେବୃୟାରୀରେ ତାଙ୍କ ମୃତ୍ୟୁ ହୋଇଥିଲା।

ସିନେମା ଜଗତରେ ଦାଦା ସାହେବ୍‌ଙ୍କ ଯାତ୍ରା

ଦାଦା ସାହେବ୍‌ ଫାଲ୍‌କେ ଜଣେ ଜଣାଶୁଣା ଫିଲ୍ମ ନିର୍ମାତା,ନିର୍ଦ୍ଦେଶକ ଏବଂ ଲେଖକ ମଧ୍ୟ ଥିଲେ। ସେ ତାଙ୍କର ୧୯ ବର୍ଷର ଲମ୍ବା କ୍ୟାରିୟର୍‌ରେ ୯୫ ଟି ଫିଲ୍ମ ଏବଂ ୨୭ଟି ସର୍ଟ ଫିଲ୍ମ ବା ଛୋଟ ସିନେମା କରିଛନ୍ତି। ବହୁତ କମ୍‌ ଲୋକ ଜାଣିଛନ୍ତି ଯେ, ପୂର୍ବରୁ ତାଙ୍କ ନାମ ଧୁନ୍ଦିରାଜ୍‌ ଗୋବିନ୍ଦ ଫାଲ୍‌କେ ଥିଲା। ‘ଦ ଲାଇଫ୍‌ ଅଫ୍‌ ଖ୍ରୀଷ୍ଟ’ ତାଙ୍କ ଜୀବନରେ ଏକ ନିର୍ଣ୍ଣାୟକ ମୋଡ଼ ଥିଲା। ଏହା ଏକ ସାଇଲେଣ୍ଟ ମୁଭି ଥିଲା। ସେ ଏହି ଫିଲ୍ମ ଦେଖିବା ପରେ ସିନେମା ତିଆରି କରିବାକୁ ତାଙ୍କ ପତ୍ନୀଙ୍କଠାରୁ କିଛି ଟଙ୍କା ଉଧାର ନେଇଥିଲେ ।

ଦାଦା ସାହେବ୍‌ ‘ରାଜା ହରିଶ୍ଚନ୍ଦ୍ର’ ନାମରେ ପୂରା ଫିଚର୍‌ ଫିଲ୍ମ ନିର୍ମାଣ କହିଥିଲେ। ଯାହାକି ହିନ୍ଦି ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରଥମ ଫିଲ୍ମ ନାମରେ ପରିଚିତ। ସେତେବେଳେ ‘ରାଜା ହରିଶ୍ଚନ୍ଦ୍ର’ ଫିଲ୍ମର ବଜେଟ୍‌ ଥିଲା ୧୫ ହଜାର ଟଙ୍କା।

କ୍ରୀସ୍‌ମାସ୍‌ ଅବସରରେ ସେ ମୁମ୍ବାଇର ଏକ ଥିଏଟର୍‌ରେ ‘ଦ ଲାଇଫ୍‌ ଅଫ୍‌ ଖ୍ରୀଷ୍ଟ’ ଫିଲ୍ମ ଦେଖିବା ପରେ ତାଙ୍କ ମନକୁ ଅନେକ ଚିନ୍ତା ଆସିଥିଲା। ଫିଲ୍ମଟି ଖ୍ରୀଷ୍ଟଙ୍କ ଉପରେ ତିଆରି ହୋଇଥିଲା। ଏହି ଫିଲ୍ମକୁ ଦେଖିଲା ପରେ ଦାଦା ସାହେବ୍‌ଙ୍କ ମନରେ ଫିଲ୍ମ ତିଆରି କରିବା ପାଇଁ ଚିନ୍ତାଧାରା ଜାଗ୍ରତ ହୋଇଥିଲା। ତାଙ୍କୁ ସେହି ଫିଲ୍ମରେ ଖ୍ରୀଷ୍ଟଙ୍କ ଜାଗାରେ ରାମ ଏବଂ କୃଷ୍ଣ ଦେଖାଯାଇଥିଲେ। ସେହି ଦିନଠୁ ହିଁ ତାଙ୍କର ଫିଲ୍ମ ନିର୍ମାଣ ଯାତ୍ରା ଆରମ୍ଭ ହୋଇଥିଲା।

ଏହା ପରେ ସେ ଫିଲ୍ମ ତିଆରି କରିବା ପାଇଁ ବହୁତ ପ୍ରକାର ପରୀକ୍ଷା କରିବା ଆରମ୍ଭ କରିଦେଇଥିଲେ। ‘ମଟର କେ ପୌଧେ କା ବିକାସ’ ନାମରେ ସେ ଏକ ଫିଲ୍ମ କରିଥିଲେ। ସେଥିରେ କିପରି ମଟର ଗଛ ବିକସିତ ହେଉଛି ତାହା ଦର୍ଶାଯାଇଥିଲା। ଏହି ଫିଲ୍ମ କରିବା ପାଇଁ ସେ ମଟର ଗଛ ବଢ଼ିବା ଚିତ୍ର ନେଇଥିଲେ। ଗଛ ପୂରା ବଢ଼ିବା ପର୍ଯ୍ୟନ୍ତ ସେ ଏହି ଚିତ୍ର ସବୁ ନେଉଥିଲେ। ଏବଂ ପରେ ଗଛ ପୂରା ବଢ଼ିବା ପ୍ରକ୍ରିୟାକୁ ସେ ଫିଲ୍ମର ରୂପ ଦେଇଥିଲେ।



from Odisha Reporter http://bit.ly/2VsfkKL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages