ବାପା ଓ ପୁଅ କଂଗ୍ରେସରେ ମିଶିବା ପରେ ମନ୍ତ୍ରୀପଦ ଛାଡ଼ିଲେ ବିଜେପି ନେତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 12, 2019

ବାପା ଓ ପୁଅ କଂଗ୍ରେସରେ ମିଶିବା ପରେ ମନ୍ତ୍ରୀପଦ ଛାଡ଼ିଲେ ବିଜେପି ନେତା

ଶିମଲା: ଦେଶରେ ସାଧାରଣ ନିର୍ବାଚନ ପାଇଁ ମଇଦାନ ପ୍ରସ୍ତୁତ ହେଉଥିବା ବେଳେ ହିମାଚଳ ପ୍ରଦେଶରେ ସରକାର ଗଠନ କରିଥିବା ବିଜେପିକୁ ଶକ୍ତ ଝଟ୍‌କା ଲାଗିଛି। ଦଳର ବରିଷ୍ଠ ନେତା ତଥା ରାଜ୍ୟର ଶକ୍ତିମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ଅନୀଲ ଶର୍ମା ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ପୁଅ ଆଶ୍ରୟ ଶର୍ମାଙ୍କୁ କଂଗ୍ରେସ ମାଣ୍ଡି ଲୋକସଭା ଆସନରୁ ପ୍ରାର୍ଥୀ କରିବା ପରେ ଅନୀଲ ଶର୍ମା ଏଭଳି ପଦକ୍ଷେପ ନେଇଛନ୍ତି।

ଅନୀଲ ଶର୍ମାଙ୍କ ବାପା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁଖରାମ ଓ ପୁଅ ଆଶ୍ରୟ ବିଜେପି ଛାଡ଼ି କଂଗ୍ରେସରେ ସାମିଲ ହେବା ଦିନଠାରୁ ସେ ଚାପରେ ରହିଥିଲେ। ଦଳ ମଧ୍ୟରେ ତାଙ୍କୁ ଅନେକ ସମୟରେ ବିରୋଧ ମଧ୍ୟ କରାଯାଇଥିଲା। କଂଗ୍ରେସ ମାଣ୍ଡିରୁ ତାଙ୍କ ପୁଅକୁ ପ୍ରାର୍ଥୀ କରିଥିବାରୁ ଅନୀଲ ବିଜେପି ପାଇଁ ସେଠାରେ ପ୍ରଚାର କରିବେ ନାହିଁ ବୋଲି କହିଥିଲେ। ଆଜି ମନ୍ତ୍ରୀ ପଦରୁ ଅନୀଲ ଇସ୍ତଫା ଦେଇଥିଲେ ହେଁ ବିଜେପିରେ ରହିବେ ବୋଲି କହିଛନ୍ତି।



from Odisha Reporter http://bit.ly/2GhroWt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages