ପୁଣି ପ୍ରତ୍ୟର୍ପଣ ବିରୋଧରେ ମାଲ୍ୟାଙ୍କ ଆବେଦନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 12, 2019

ପୁଣି ପ୍ରତ୍ୟର୍ପଣ ବିରୋଧରେ ମାଲ୍ୟାଙ୍କ ଆବେଦନ

ଲଣ୍ଡନ: ଭାରତରୁ ଋଣ ନେଇ ଫେରାର ହୋଇଥିବା ମଦ ବ୍ୟବସାୟୀ ବିଜୟ ମାଲ୍ୟା ବ୍ରିଟେନ୍‌ ସରକାର ପ୍ରତ୍ୟର୍ପଣ ପାଇଁ ଦେଇଥିବା ନିର୍ଦ୍ଦେଶ ବିରୋଧରେ ପୁଣିଥରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ପୂର୍ବରୁ ମଧ୍ୟ ସେ ଏଭଳି ଆବେଦନ କରିଥିଲେ ହେଁ ଏହାକୁ କୋର୍ଟ ଖାରଜ କରିଦେଇଥିଲେ। ତେଣୁ ସେ ଭାରତ ଫେରିବା ନିଶ୍ଚିତ ହୋଇଥିଲା। କିନ୍ତୁ ଏବେ ସେ ପୁଣି କୋର୍ଟରେ ପ୍ରତ୍ୟର୍ପଣ ବିରୋଧରେ ଆବେଦନ କରି ଭାରତକୁ ଫେରିବାରେ ବିଳମ୍ବ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି। ତେବେ ମାଲ୍ୟାଙ୍କ ଆବେଦନର ଶୁଣାଣି କେବେ ହେବ, ତାହା ଜଣାପଡ଼ିନାହିଁ।

ମାଲ୍ୟା ପ୍ରତ୍ୟର୍ପଣ ବିରୋଧରେ ସୋମବାର ଆବେଦନ କରିଥିଲେ ହେଁ ବ୍ରିଟେନ୍‌ ହାଇକୋର୍ଟ ଏହାକୁ ଖାରଜ କରିଦେଇଥିଲେ। ଏହାପୂର୍ବରୁ ୱେଷ୍ଟମିନିଷ୍ଟର କୋର୍ଟ ମଧ୍ୟ ମାଲ୍ୟାଙ୍କୁ ଭାରତ ପ୍ରତ୍ୟର୍ପଣ ପାଇଁ ନିର୍ଦ୍ଦେଶ ଦେଇଥିଲେ।

ବ୍ରିଟେନ୍‌ ଗୃହ ମନ୍ତ୍ରଣାଳୟର ମୁଖପାତ୍ରଙ୍କ ସୂଚନା ଅନୁଯାୟୀ, “ମାଲ୍ୟା ପ୍ରତ୍ୟର୍ପଣ ବିରୋଧରେ ଆବେଦନ କରିବାକୁ ଚାହୁଁଥିବା ପ୍ରଥମେ ଏକ ଦରଖାସ୍ତ ହାଇକୋର୍ଟରେ ଦାଖଲ କରିଥିଲେ। କିନ୍ତୁ ଏହା ଖାରଜ ହୋଇଥିଲା। ଏବେ ସେ ଏହି ଦରଖାସ୍ତକୁ ରିନ୍ୟୁ କରିବାକୁ ଆବେଦନ କରିଛନ୍ତି। ଏବେ କୋର୍ଟ ୫ ଦିନ ମଧ୍ୟରେ ଓରାଲ୍‌ କନସିଡେରେସନ୍‌ ପାଇଁ ମାଲ୍ୟାଙ୍କୁ ସୁଯୋଗ ଦେବେ କି ନାହିଁ, ତାହା ବିଚାର କରାଯିବ।”

ସୂଚନାଯୋଗ୍ୟ, ମାଲ୍ୟା ଭାରତର ବିଭିନ୍ନ ବ୍ୟାଙ୍କରୁ ୯ ହଜାର କୋଟି ଟଙ୍କା ନେଇ ଫେରାର ହୋଇଯାଇଛନ୍ତି।



from Odisha Reporter http://bit.ly/2Is1q4k

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages