ଆପଣ ଦିନରେ ଢୋଳାଉଛନ୍ତି କି ? ମନ୍ଦ ନୁହେଁ ଏହି ଅଭ୍ୟାସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 14, 2019

 ଆପଣ ଦିନରେ ଢୋଳାଉଛନ୍ତି କି ? ମନ୍ଦ ନୁହେଁ ଏହି ଅଭ୍ୟାସ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ଦିନ ସାରା କାର୍ଯ୍ୟ ବ୍ୟସ୍ତତା ଭିତରେ ଟିକେ ଆଖି ଲାଗିଯିବା ସ୍ୱାଭାବିକ ଘଟଣା। ଏଥିଯୋଗୁ ନିଜକୁ ଅସହଜ କିମ୍ୱା ଅସ୍ୱସ୍ତିକର ପରିସ୍ଥିତିରେ ପକାଇବା ଅନୁଚିତ। କାରଣ ଦିନ ଭରି କାର୍ଯ୍ୟ ବ୍ୟସ୍ତତା ଭିତରେ  କିଛି ସମୟ ଢୋଳାଇବା ଦ୍ୱାରା ମଣିଷ ଭିତରେ ପୁଣିଥରେ କାମ ପ୍ରତି ସ୍ପୃହା ଓ ଉର୍ଜା ଜାଗ୍ରତ ହୁଏ। ଅଧିକ ସମୟ କାମ କରିବାକୁ ମଧ୍ୟ ପୁଣି ଥରେ ଆଗ୍ରହ ସୃଷ୍ଟି ହୁଏ।  ଆମେରିକାର ସ୍ପେଶ୍‌ ଏଜେନ୍ସି ନାଶା ଦ୍ୱାରା ହୋଇଥିବା ଏକ ଗବେଷଣାରେ ଦିନରେ କିଛି ସମୟ ଢୋଳାଇବା ବା ‘ପାୱାର ନ୍ୟାପ୍‌ ’ ମନ୍ଦ ଅଭ୍ୟାସ ନୁହେଁ ବୋଲି କୁହାଯାଇଛି।

ସମ୍ପୂର୍ଣ୍ଣ ଦିନ ଭିତରେ କିଛି ସମୟ ଆରାମ କରିବା ଦ୍ୱାରା ଶାରୀରିକ ଓ ମାନସିକ ଭାବେ ମଣିଷ ଭିତରେ ଏନର୍ଜୀ ଜାଗ୍ରତ ହୁଏ।  ରାତି ସାରା ଶୋଇ ସକାଳୁ ଜଣେ ବ୍ୟକ୍ତି ଯେତିକି ଫ୍ରେଶ୍‌ ଅନୁଭବ କରେ, ଦିନରେ ୧୦, ୧୫ ମିନିଟ୍‌ ଆରାମ କରିବା ଦ୍ୱାରା ମଧ୍ୟ ସେପରି ସତେଜତା ଅନୁଭବ କରେ।

ନାସା ଦ୍ୱାରା ହୋଇଥିବା ସର୍ଭେ ମୁତାବକ ଜଣେ ବ୍ୟକ୍ତି ଲଗାତାର ଭାବେ ୭ରୁ ୮  ଘଣ୍ଟା କାମ କରିବା ପରେ ନିଦ୍ରା ମୁଦ୍ରାରେ ଯିବା ସ୍ୱାଭାବିକ। ଏପରି ପରିସ୍ଥିତିକୁ ଆଭଏଡ କରିବା ଲାଗି ଆମେ ଚା, କଫିର ସାହାରା ମଧ୍ୟ ନେଇଥାଉ।  ହେଲେ ଏହାବ୍ୟତୀତ  ଆମେ ୧୦ରୁ୨୦ ମିନିଟ୍‌ ରେଷ୍ଟ ନେବା ଲାଭଦାୟକ ବୋଲି ଗବେଷଣାରୁ ଜଣାପଡିଛି। ଏହାଦ୍ୱାରା ହାଲିଆ ହୋଇପଡିଥିବା ଆମ ମାଂସପେଶୀ ଶି ପୁଣି ଥରେ କାର୍ଯ୍ୟକ୍ଷମ ହୋଇପଡିଥାଏ।  ଏହାପରେ ଆମେ ମାନସିକ ଓ ଶାରୀରିକ ଭାବେ ପୁଣି ଥରେ ଫ୍ରେଶ୍‌ ଅନୁଭବ କରୁ।

ନାସା ଦ୍ୱାରା ହୋଇଥିବା ସର୍ଭେରେ ନିଦ ସମ୍ପର୍କୀତ ରୋଚକ ତଥ୍ୟ ବାହାରକୁ ଆସିଥିଲା। ୧୬ ହଜାର ଲୋକଙ୍କ ଉପରେ ହୋଇଥିବା ଏହି ସର୍ଭେରେ ଜଣାପଡିଲା ଯେ, ପ୍ରାୟ ୭୭ ପ୍ରତିଶତରୁ ଊର୍ଦ୍ଧ୍ୱ ଲୋକେ ସପ୍ତାହରେ ୨ରୁ ୩ ଦିନ ଅଫିସରେ କାମ କରୁଥିବା ସମୟରେ ଢୋଳାଇଥାନ୍ତି।

ଗ୍ରେଟ୍‌ ଇଣ୍ଡିଆ ସ୍କିଲ୍‌ ସ୍କୋରକାର୍ଡ ଦ୍ୱାରା ଦିଲ୍ଲୀ ବାସିନ୍ଦାଙ୍କ ନିଦ ସମ୍ପର୍କୀତ ତଥ୍ୟ ଜାଣିବାକୁ ଚେଷ୍ଟା କରାଯାଇଥିଲା। ୧୭ ହଜାର ଲୋକଙ୍କୁ ଏ ସମ୍ପର୍କୀତ ବିଭିନ୍ନ ପ୍ରଶ୍ନ ପଚରାଯାଇଥିବା ବେଳେ ୮୦ ପ୍ରତିଶତ ଲୋକ  ନିଦ୍ରାହୀନତା ଅଭିଯୋଗ ଆଣିଥିଲେ। ସେମାନଙ୍କ ମଧ୍ୟରୁ ୫୨ ପ୍ରତିଶତ ଲୋକ ରାତି ୧୧ଟାରୁ ୧ଟା ମଧ୍ୟରେ ଶୋଉଥିବା  କହିଥିଲେ।

ସେମାନଙ୍କ ବ୍ୟତୀତ  ୩୧ ପ୍ରତିଶତ ୭ ଘଣ୍ଟାରୁ ବି କମ୍‌ ସମୟ ଶୋଉଥିବା ଅଭିଯୋଗ ଆଣିଥିଲେ। ଜଣାପଡିଥିଲା ଯେ, ଅଧିକାଂଶ ଲୋକେ ରାତିରେ  ସୋଶାଲ ମିଡ଼ିଆରେ ଚାଟିଂ କରି ସମୟ ଅତିବାହିତ କରୁଥିବା ବେଳେ କେତେକ ଲୋକ ବିଳମ୍ୱିତ ରାତରେ ବିଭିନ୍ନ ଶୋ ଦେଖିଥାନ୍ତି।

ଡାକ୍ତରଙ୍କ କହିବାନୁଯାୟୀ, ଆବଶ୍ୟକ ନିଦ ନ ହେବା ଦ୍ୱାରା ଶରୀର ଉପରେ ଏହାର ବିପରୀତ ପ୍ରଭାବ ପଡ଼ିଥାଏ। ଏହାଦ୍ୱାରା ଉଚ୍ଚ ରକ୍ତଚାପ, ହୃଦରୋଗ  ଆଦି ବିଭିନ୍ନ ସାଂଘାତିକ ରୋଗ ହୋଇଥାଏ।  ତେଣୁ ଦିନରେ କାମ ସମୟରେ କିଛି ସମୟ ଢୋଳାଇଲେ, କିଛି ଦୋଷ ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ।



from Odisha Reporter http://bit.ly/2VQJvbv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages