
ପୁରୀ(ମଧୁସୂଦନ ମିଶ୍ର): ଶ୍ରୀମନ୍ଦିର ପରିସରରେ ହୋଇଥିବା ଦୁଇଟି ଲୁଟ୍ ଘଟଣାରେ ପୁଲିସ୍କୁ ସଫଳତା ମିଳିଛି। ଏହି ଦୁଇ ଘଟଣାରେ ବ୍ରହ୍ମଗିରି ଅଞ୍ଚଳର ଜଣେ ନାବାଳକକୁ ସିଂହଦ୍ଵାର ଥାନା ପୁଲିସ୍ ଗିରଫ କରିଛି। ତା’ ଠାରୁ ନଗଦ ୧୬,୩୬୧ଟଙ୍କା ଏବଂ ଗୋଟିଏ ମୋବାଇଲ୍ ଜବତ କରାଯାଇଛି। ଗିରଫ କରିବା ପରେ ପୁଲିସ୍ ତାକୁ ଜୁଭେନାଇଲ ଜଷ୍ଟିସ ବୋର୍ଡଙ୍କ ପୁରୀ ପ୍ରିନ୍ସିପାଲ୍ ମାଜିଷ୍ଟ୍ରେଟ୍ଙ୍କ ନିକଟରେ ହାଜର କରିଥିଲା।
ଅଭିଯୁକ୍ତ ଗତ ୧୧ ତାରିଖରେ କୋଇଲି ବୈକୁଣ୍ଠ ନିକଟ ସୁଆର ମହାସୁଆର ନିଯୋଗର ଅନ୍ନଦାନ ଆଟିକା କାର୍ଯ୍ୟାଳୟ ନିକଟରେ ଥିବା ସିମେଣ୍ଟ ଜାଲି କାନ୍ଥ ଭାଙ୍ଗି କ୍ୟାସ୍ କାଉଣ୍ଟର ଭିତରେ ପଶି ଲୁଟ୍ କରିଥିଲା। ତା’ପର ଦିନ ଲୁଟ୍ ଅର୍ଥରେ ଘୋଡ଼ାବଜାର ଅଞ୍ଚଳରୁ ଗୋଟିଏ ଦାମୀ ମୋବାଇଲ୍ କିଣି ଟ୍ରେନ ଯୋଗେ ଭୁବନେଶ୍ୱର ପଳାଇଥିଲା। ତେବେ ସିସିଟିଭି ଫୁଟେଜ୍ ଆଧାରରେ ଭୁବନେଶ୍ୱର ଷ୍ଟେସନ୍ରୁ ଜିଆରପି ତାକୁ ଧରି ଅଟକ ରଖିଥିଲା। ପୁଲିସ୍ ତାକୁ ସେଠାରେ ପଚରାଉଚରା କରିବା ପରେ ଶ୍ରୀମନ୍ଦିର ପରିସରରୁ ହୋଇଥିବା ଚୋରି ଉପରୁ ପରଦା ହଟିଥିଲା।
ଏହା ପୂର୍ବରୁ ଗତ ଦୁଇ ତାରିଖରେ ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ନିକଟରେ ଥିବା ରାମ ମନ୍ଦିରରୁ ଯେଉଁ ଲୁଟ୍ ହୋଇଥିଲା ସେଥିରେ ବି ଏହି ନାବାଳକର ସଂପୃକ୍ତି ରହିଥିଲା। ଏହି ଘଟଣାରେ ତା’ ସହ ଆଉ ଦୁଇ ଜଣ ରହିଥିବା ସେ କହୁଥିଲେ ବି ସଠିକ୍ ତଥ୍ୟ ମିଳି ନଥିବା ଏସ୍ପି କହିଛନ୍ତି। ସଂପୃକ୍ତ ନାବାଳକ ମନ୍ଦିର ବାହାରେ ମାଳି ବିକ୍ରି କରେ ବୋଲି ଏସ୍ପି କହିଛନ୍ତି।
from Odisha Reporter http://bit.ly/2IwfV7e
No comments:
Post a Comment