
ନୂଆଦିଲ୍ଲୀ: ଗୁଗଲ୍ ପ୍ଲେ ଷ୍ଟୋର ଏବଂ ଆପଲ୍ ଆପ୍ ଷ୍ଟୋରରୁ ବହୁ ଲୋକପ୍ରିୟ ଆପ୍ଲିକେସନ୍ ‘ଟିକ୍ଟକ୍’ ବାଦ୍ ପଡ଼ିବା ପରେ ଏବେ ଟିକ୍ଟକ୍ପ୍ରେମୀଙ୍କ ପାଇଁ ଆଶ୍ୱସ୍ତିର ଖବର ଆସିଛି। ଗତ ସପ୍ତାହରେ ହିଁ ଏହାକୁ ବ୍ୟାନ କରିଥିବା ମାଡ୍ରାସ୍ ହାଇକୋର୍ଟ ଏହି ବ୍ୟାନ୍ ହଟାଇଛନ୍ତି। କୋର୍ଟ ବିଶଦ ସମୀକ୍ଷା କରିବା ପରେ କହିଛନ୍ତି, ନ୍ୟାୟାଳୟର ଦାୟିତ୍ୱ କେବଳ ଶିଶୁଙ୍କ ବିରୋଧରେ ସଂଘଟିତ ଅପରାଧ ଉପରେ ରୋକ୍ ଲଗାଇବା। କିନ୍ତୁ ଆମେରିକାର କୋପ୍ପା ଆଇନ ପରି ଆମ ଦେଶରେ ସାଇବର କ୍ଷେତ୍ରରେ ଶିଶୁଙ୍କ ପାଇଁ କିଛି ଆଇନ ନାହିଁ।
ଖୁବ୍ଶୀଘ୍ର ଏହି ଆପ୍ଲିକେସନ୍ ପୂର୍ବବତ୍ ପ୍ଲେଷ୍ଟୋର ଏବଂ ଆପଲ ଆପ୍ ଷ୍ଟୋରରେ ଉପଲବ୍ଧ ହେବ।
ପୂର୍ବରୁ ମାଡ୍ରାସ୍ ହାଇକୋର୍ଟ ଏହି ଆପ୍ର ଡାଉନ୍ଲୋଡ୍ ଉପରେ ସାମୟିକ ବ୍ୟାନ୍ ଲଗାଇଥିଲେ। ଏହା ଶିଶୁଙ୍କୁ ପର୍ଣ୍ଣୋଗ୍ରାଫି ଆଡ଼କୁ ଆକୃଷ୍ଟ କରିବାର ସମ୍ଭାବନା ଥିବାରୁ ଏହାକୁ ବନ୍ଦ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ଯଦିଓ ଏହାର ପ୍ରସାର ଉପରେ ରୋକ୍ ଲାଗିଥିଲା, ପୂର୍ବରୁ ଏହି ଆପ୍ଲିକେସନ୍ ରଖିଥିବା ବ୍ୟବହାରକାରୀମାନେ ଏହି ସେବାକୁ ବ୍ୟବହାର କରିପାରୁଥିଲେ।
ଜଷ୍ଟିସ୍ ଏନ୍ କିରୁବାକାରନ୍ ଏବଂ ଜଷ୍ଟିସ୍ ଏସ୍ଏସ୍ ସୁନ୍ଦରଙ୍କୁ ନେଇ ଗଠିତ ଏହି ଖଣ୍ଡପୀଠ କଟକଣା ଉଠାଇବା ସପକ୍ଷରେ ରାୟ ଦେଇଛନ୍ତି। କୋର୍ଟଙ୍କ ପୂର୍ବ ରାୟ ବିରୋଧରେ ଟିକ୍ଟକ୍ ଯୁକ୍ତି ରଖିଥିଲା ଯେ ଏହା ସମ୍ବିଧାନର ଧାରା ୧୯ (୧)ର ଉଲ୍ଲଂଘନ କରୁଛି, ଯାହାକି ବ୍ୟକ୍ତିର ମତାଧିକାରକୁ ସୁରକ୍ଷା ଦେଇଥାଏ। ଟିକ୍ଟିକ୍ର ଓକିଲ କୋର୍ଟଙ୍କୁ କହିଥିଲେ, ସମ୍ବିଧାନରେ ଯାହାକୁ ଅନୁମତି ମିଳିଛି, ନ୍ୟାୟପାଳିକା ସେଥିରେ କିପରି ରୋକ୍ ଲଗାଇପାରିବ। ସେ ଯୁକ୍ତି କରିଥିଲେ, କେବଳ ଆପ୍ ବ୍ୟାନ୍ କରିଦେଲେ ସମସ୍ୟାର ସମାଧାନ ହୋଇପାରିବ ନାହିଁ ଏବଂ ସମସ୍ତଙ୍କ ଅଧିକାର ଅକ୍ଷୁଣ୍ଣ ରହିବାର ଆବଶ୍ୟକତା ରହିଛି।
from Odisha Reporter http://bit.ly/2Gv3mX3
No comments:
Post a Comment