୨୦୦ ମିଟର ଦୌଡ଼ରେ ଦୂତୀଙ୍କୁ ବ୍ରୋଞ୍ଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 24, 2019

୨୦୦ ମିଟର ଦୌଡ଼ରେ ଦୂତୀଙ୍କୁ ବ୍ରୋଞ୍ଜ

ଦୋହା: ଏଠାରେ ଚାଲିଥିବା ୨୩ତମ ଏସିଆନ୍‌ ଆଥଲେଟିକ୍‌ ଚାମ୍ପିୟନଶିପ୍‌ରେ ଚମକିଛନ୍ତି ଓଡ଼ିଆ ଝିଅ ଦୂତୀ ଚାନ୍ଦ। ଆଜି ୨୦୦ ମିଟର ଦୌଡ଼ରେ ଦୂତୀଙ୍କୁ ବ୍ରୋଞ୍ଜ ପଦକ ମିଳିଛି। ସେ ଧାର୍ଯ୍ୟ ଦୂରତାକୁ ୨୩.୨୪ ସେକେଣ୍ଡରେ ଅତିକ୍ରମ କରି ଏହି ସଫଳତା ପାଇଛନ୍ତି। ଏହି ଇଭେଣ୍ଟରେ ବାହାରିନ୍‌ର ସାଲୱା ନାସିର ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ କଜାଖସ୍ତାନର ଓଲଗା ସାର୍ଫନୋଭା ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସାଲୱା ଧାର୍ଯ୍ୟ ଦୂରତାକୁ ୨୨.୭୪ ସେକେଣ୍ଡ ଓ ଓଲଗା ୨୨.୮୭ ସେକେଣ୍ଡରେ ଅତିକ୍ରମ କରି ଏହି ସଫଳତା ପାଇଛନ୍ତି।
ଅନ୍ୟପକ୍ଷରେ ୧୫ଶହ ମିଟର ଇଭେଣ୍ଟରେ ଭାରତର ପିୟୁ ଚିତ୍ରା ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେ ଏହି ଦୂରତାକୁ ୪.୧୪.୫୬ ସେକେଣ୍ଡରେ ଅତିକ୍ରମ କରି ଭାରତକୁ ଗୌରବାନ୍ୱିତ କରିଛନ୍ତି। ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ବାହାରିନ୍‌ ଖେଳାଳି ରହିଛନ୍ତି। ଗାଶୱ ଟିଗେଷ୍ଟ ୪.୧୪.୮୧ ସେକେଣ୍ଡ ଓ ୱିନ୍‌ଫ୍ରେଡ୍‌ ମୁଟାଇଲେ ୟାଭି ୪.୧୬.୧୮ ସେକେଣ୍ଡରେ ଧାର୍ଯ୍ୟ ଦୂରତାକୁ ଅତିକ୍ରମ କରି ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି।

 

ଅନ୍ୟପକ୍ଷରେ ପୁରୁଷ ୧୫ଶହ ମିଟିର ଦୌଡ଼ରେ ଭାରତର ଷ୍ଟାର ଆଥଲେଟ ଅଜୟ କୁମାର ସରୋଜ ଦମଦାର ପ୍ରଦର୍ଶନ କରିଛନ୍ତି। ସେ ଧାର୍ଯ୍ୟ ଦୂରତାକୁ ୩.୪୩.୧୮ ସେକେଣ୍ଡରେ ଅତିକ୍ରମ କରି ଭାରତ ପାଇଁ ରୌପ୍ୟ ପଦକ ଜିତିଛନ୍ତି।



from Odisha Reporter http://bit.ly/2USFRRZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages