ପରିବର୍ତ୍ତନର ସମୟ ଆସିଛି, ନୂଆ ଓଡ଼ିଶା ପାଇଁ ଭୋଟ୍ ଦିଅନ୍ତୁ: ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 2, 2019

ପରିବର୍ତ୍ତନର ସମୟ ଆସିଛି, ନୂଆ ଓଡ଼ିଶା ପାଇଁ ଭୋଟ୍ ଦିଅନ୍ତୁ: ମୋଦି

modi

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତକାଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ରାଜ୍ୟର ନବୀନ ସରକାରକୁ ଉପାଡ଼ି ଫିଙ୍ଗି ଦେବାକୁ ଭୋଟରଙ୍କୁ କହିଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ନୂଆ ଓଡ଼ିଶା ଗଠନ ପାଇଁ ଭୋଟ୍ ଦେବାକୁ ଆହ୍ୱାନ ଦେଇଛନ୍ତି।

ଆଜି ଭବାନୀପାଟଣାରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ, ଓଡ଼ିଶାରେ ଏବେ ପରିବର୍ତ୍ତନର ସମୟ ଆସିଛି। ଏଥର ଓଡ଼ିଶା ଏକ ଇତିହାସ ରଚନା କରିବାକୁ ଯାଉଛି। ଯାହା ତ୍ରିପୁରାରେ ହୋଇଛି, ତାହା ଏଥର ଓଡ଼ିଶାରେ ହେବ। ଓଡ଼ିଶାରେ ଏଥର ବିଜେପି ସରକାର ହେବ। ଯେଉଁ ବିକାଶ ଧାରା ୧୯ ବର୍ଷରେ ହୋଇନି, ତାହା ଆମେ ୫ ବର୍ଷରେ କରି ଦେବୁ।

ସେ କହିଥିଲେ,“ଓଡ଼ିଶାରେ ପରିବର୍ତ୍ତନ ଆଣନ୍ତୁ ଓ କେନ୍ଦ୍ରରେ ଆମ ସରକାରକୁ ଆହୁରି ମଜବୁତ କରିବାକୁ ଭୋଟ୍ ଦିଅନ୍ତୁ। ବିକାଶର ଡବଲ୍ ଇଞ୍ଜିନ୍ ପାଇଁ ଆପଣମାନଙ୍କୁ ଭୋଟ୍‌ ଦେବାକୁ ହେବ।”

ବିଜେଡିକୁ ଟାର୍ଗେଟ୍‌ କରି ଲୋକଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ କହିଥିଲେ,“୨୦୧୪ରେ ଏଠି ବିଜେପି ସରକାର ହୋଇଥିଲେ ବିକାଶ କାମ ତ୍ୱରାନ୍ୱିତ ହୋଇଥାନ୍ତା। ଏଠି ବସିଥିବା ରାଜ୍ୟ ସରକାର ବିଲକୁଲ ସହଯୋଗ କରୁନାହାନ୍ତି। ତା’ ସତ୍ତ୍ୱେ ମୁଁ ଆପଣଙ୍କ କାମ କରୁଛି।”

ରାଜ୍ୟ ସରକାରଙ୍କ ଉପରେ ବର୍ଷି ସେ କହିଥିଲେ, କେନ୍ଦ୍ର ସରକାର ଧାନ ଓ କପାର ଏମ୍‌ଏସ୍‌ପି ବଢ଼ାଇଛନ୍ତି। କିନ୍ତୁ ଏଠିକା ସରକାର ଠିକ୍‌ ଭାବେ ଏଗୁଡ଼ିକୁ କିଣୁ ନାହାନ୍ତି। ଦେଶର କୋଟି କୋଟି ଚାଷୀଙ୍କୁ ସହାୟତା ମିଳୁଛି। କିନ୍ତୁ ଓଡ଼ିଶା ଚାଷୀ ସହାୟତା ପାଉନାହାନ୍ତି। କାରଣ ଆୟୁଷ୍ମାନ ଭାରତ ଭଳି ପିଏମ୍ କିଷାନକୁ ଅସହଯୋଗ କରୁଛନ୍ତି ଓଡ଼ିଶା ସରକାର।

ପ୍ରଧାନମନ୍ତ୍ରୀ କହିଥିଲେ, ଗତ ୨ ଦଶନ୍ଧିରେ ଏଠି (ଓଡ଼ିଶାରେ) ଖଣି ଓ ଚିଟ୍‌ଫଣ୍ଡ୍‌ ମାଫିଆଙ୍କୁ ପ୍ରଶ୍ରୟ ମିଳିଛି। ଲୋକଙ୍କ ପାଇଁ ଉଦ୍ଦିଷ୍ଟ ସୁବିଧା ମାଫିଆଙ୍କ ହାତକୁ ପଳାଇଛି।

ଉଭୟ କଂଗ୍ରେସ ଓ ବିଜେଡିକୁ ଟାର୍ଗେଟ୍ କରି ସେ କହିଥିଲେ, ଏ ଦୁଇ ଦଳ ଗରିବଙ୍କୁ ଗରିବ ରଖିବା ପାଇଁ ଚାହୁଁଛନ୍ତି। ଗରିବଙ୍କୁ ଭୋଟ୍‌ ବ୍ୟାଙ୍କ୍‌ କରି ପ୍ରତିଥର ଧୋକା ଦେଉଛନ୍ତି। ଗରିବୀ ପାଇଁ ଦାନ ମାଝୀ ଭଳି ଲୋକଙ୍କୁ ଆମ୍ବୁଲାନ୍ସ ଟିଏ ମିଳୁନି। ଏହି ଧୋକା ପାଇଁ କେତେ ଲୋକ କାମ ପାଇଁ ବାହାରକୁ ଯାଉଛନ୍ତି।

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ,“କଳାହାଣ୍ଡିରେ ରାଜୀବ ଗାନ୍ଧି କହିଥିଲେ କେନ୍ଦ୍ର ସରକାର ପଠାଉଥିବା ଟଙ୍କା ଗାଁରେ ପହଞ୍ଚୁନି। ଦିଲ୍ଲୀରୁ ୧ ଟଙ୍କା ପଠାଇଲେ, ଗାଁରେ ୧୫ ପଇସା ପହଞ୍ଚୁଛି ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ ଯଦି ତାହା ଜାଣିଥିଲେ, ତା’ର ସେ କ’ଣ ପ୍ରତିକାର କରିଥିଲେ? ଡାକ୍ତର ରୋଗ ଜଣାଇଲେ, କିନ୍ତୁ ଔଷଧ ଦେଲେନି। କେବଳ ମୋଦି ରୋଗ ଚିହ୍ନେ ଓ ତା ପାଇଁ କଡ଼ା ଔଷଧ ଦିଏ। ଆମ ସରକାର ପଠାଉଥିବା ଟଙ୍କା ଲୋକଙ୍କ ପାଖରେ ପହଞ୍ଚୁଛି।”

ଏହା ସହିତ ପ୍ରଧାନମନ୍ତ୍ରୀ ଗତ ୫ ବର୍ଷରେ ତାଙ୍କ ସରକାର ସାରା ଦେଶରେ ଓ ଓଡ଼ିଶା ପାଇଁ କରିଥିବା ଉନ୍ନୟମୂଳକ କାର୍ଯ୍ୟ ସଂପର୍କରେ କହିଥିଲେ।

ସେ କହିଥିଲେ, ଗତ ୫ ବର୍ଷରେ ଓଡ଼ିଶାରେ ପ୍ରାୟ ୫୦ ଲକ୍ଷ ଶୌଚାଳୟ ନିର୍ମାଣ କରାଯାଇଛି। ୮ ଲକ୍ଷ ଗରିବଙ୍କୁ ପକ୍କା ଘର ମିଳିଛି। ୨୪ ଲକ୍ଷ ଘରକୁ ମାଗଣା ବିଜୁଳି ସଂଯୋଗ ମିଳିଛି। ସେହିଭଳି ରାଜ୍ୟର ୪୦ ଲକ୍ଷ ଗରିବ ଭଉଣୀଙ୍କୁ ମାଗଣା ଗ୍ୟାସ୍ ସଂଯୋଗ ଦିଆଯାଇଛି। ୧ କୋଟି ୪୦ ଲକ୍ଷ ଲୋକଙ୍କ ବ୍ୟାଙ୍କ ଖାତା ଖୋଲାଯାଇଛି।

ଆଜିର ଏହି ସଭାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଦଳର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓ ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ସମେତ ଅନ୍ୟ ନେତାମାନେ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ତ୍ରିପୁରାରେ ୨୦ ବର୍ଷର ମାଣିକ ସରକାରଙ୍କ ନେତୃତ୍ୱାଧୀନ ସରକାରକୁ ବିଜେପି ଗାଦିଚ୍ୟୁତ କରିଛି। ସେ ୧୯୯୮ରୁ ୨୦୧୮ ପର୍ଯ୍ୟନ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ। ସେହି ସନ୍ଦର୍ଭରେ ପ୍ରଧାନମନ୍ତ୍ରୀ ଆଜି ତ୍ରିପୁରାରେ ଗତ ବର୍ଷ ଯାହା ଘଟିଥିଲେ ଏ ବର୍ଷ ଓଡ଼ିଶାରେ ଘଟିବ ବୋଲି କହିଥିଲେ।



from Odisha Reporter https://ift.tt/2HTcHLy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages