ଖରାଦିନେ ଘରେ ଏହିପରି କରନ୍ତୁ ଫେସିଆଲ୍‌, ଉଜ୍ୱଳ ଦିଶିବ ତ୍ୱଚା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 2, 2019

ଖରାଦିନେ ଘରେ ଏହିପରି କରନ୍ତୁ ଫେସିଆଲ୍‌, ଉଜ୍ୱଳ ଦିଶିବ ତ୍ୱଚା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସଫା ଏବଂ ଉଜ୍ୱଳ ତ୍ୱଚା କାହାକୁ ବା ପସନ୍ଦ ନୁହେଁ।  ଏଥିପାଇଁ ପାର୍ଲର ଯାଇ  ଯୁବତୀମାନେ ବହୁ ସମୟ ଏବଂ ଟଙ୍କା ଖର୍ଚ୍ଚ କରିଥାନ୍ତି।  ହେଲେ ଆପଣ ଘରେ କେବେ ଫେସିଆଲ ପ୍ୟାକ୍‌ ପ୍ରସ୍ତୁତ କରି ଏହାକୁ ବ୍ୟବହାର କରିଛନ୍ତି କି ? ଯଦି ନା, ତେବେ କରନ୍ତୁ ଏବଂ ଏହାକୁ ଥରେ ଲଗାଇ ଫରକ୍‌ ଅନୁଭବ କରନ୍ତୁ। ବେଳେବଳେ ବିଭିନ୍ନ ପ୍ରକାର ଫେସ୍‌ ପ୍ୟାକ୍‌ କରି ମୁହଁରେ ଲଗାଇ ପାରିବେ। ଏହାଦ୍ୱାରା ମୁହଁ ସୁନ୍ଦର ଦିଶିବା ସହ ଉଜ୍ଜ୍ୱଳ ଲାଗିଥାଏ।

ଆଜି ଆମେ ଘରେ କିପରି ଫେସିଆଲ୍‌ କରି ମୁହଁକୁ ଚିକ୍କଣ ଏବଂ ଉଜ୍ୱଳ କରିପାରିବେ  ସେ ବିଷୟରେ କହିବୁ, ଯାହାକୁ ଆପଣ ନିଜେ ବ୍ୟବହାର କଲା ପରେ ହିଁ ଅନୁଭବ କରିପାରିବେ।

ତେବେ କିପରି ଘରେ କମ୍‌ ଖର୍ଚ୍ଚ ଏବଂ କମ୍‌ ସମୟରେ ଫେସିଆଲ୍‌ କରିପାରିବେ ପଢ଼ନ୍ତୁ।

ଆବଶ୍ୟକୀୟ ଉପକରଣ

ଟମାଟୋ, ଉଷୁମ ପାଣିରେ ଭିଜା ହୋଇଥିବା ଟାୱେଲ୍‌, ଆଲୋବେରା ଜେଲ୍‌ ଏବଂ ଚାଉଳ ଚୂନା।

ପ୍ରଥମେ ଆପଣଙ୍କ ମୁହଁକୁ ସଫା କରିବା ପାଇଁ ଗୋଟା ଟମାଟୋକୁ ଦୁଇ ଫାଳ କରି କାଟି ଦିଅନ୍ତୁ। ଏହା ପରେ ଫାଳେ ଟମାଟୋ ନେଇ ମୁହଁରେ ମାଲିସ୍‌ କରନ୍ତୁ। ଏହାକୁ ଦୁଇରୁ ତିନି ମିନିଟ୍‌  ପର୍ଯ୍ୟନ୍ତ ମୁହଁରେ ଘଷନ୍ତୁ।

ଏହା ପରେ  ଉଷୁମ ପାଣିରେ ଭିଜା ହୋଇଥିବା ଟାୱେଲ୍‌କୁ ନେଇ ଚିପୁଡ଼ି ଦିଅନ୍ତୁ। ଏହା ପରେ ସେହି ଟାୱେଲ୍‌କୁ କିଛି ସମୟ ମୁହଁରେ ପକାଇ ରଖନ୍ତୁ।

ଏମିତି କରିବା ଦ୍ୱାରା ପୂର୍ବରୁ ଆପଣଙ୍କ ମୁହଁରେ ଥିବା ମଇଳା ସଫା ହୋଇଯିବ। ଏହା ମଧ୍ୟ ଆପଣଙ୍କ ତ୍ୱଚାକୁ ଉଜ୍ୱଳ କରିବାରେ ସାହାଯ୍ୟ କରିବ। ଏହାକୁ କେବଳ ମୁହଁ ନୁହେଁ ହାତ ବେକ ଇତ୍ୟାଦିରେ ମଧ୍ୟ ଲଗାଇପାରିବେ। ଏହା ଦ୍ୱାରା ଦାଗ ଭଲ ହୋଇଯାଇଥାଏ।

ଏହା ପରେ ମୁହଁରେ ଲଗା ହୋଇଥିବା ଟମାଟୋ ରସକୁ ସେହି ଟାୱେଲ୍‌ରେ ପୋଛି ଦିଅନ୍ତୁ। ଏହା ପରେ ଏକ ପାତ୍ରରେ କିଛି ଆଲୋବେରା ଜେଲ୍‌ ନିଅନ୍ତୁ ସେଥିରେ ଆପଣ ଆବଶ୍ୟକ ଅନୁସାରେ ଚାଉଳ ଚୂନା ପକାଇ ଭଲରେ ଗୋଳାଇ ଦିଅନ୍ତୁ।

 

ଏହିଠାରେ ଆପଣ ଘରେ ଲଗା ହୋଇଥିବା ଆଲୋବେରା ନ ନେଇ ବଜାରରେ ମିଳୁଥିବା ଜେଲ୍‌କୁ ଆଣି ବ୍ୟବହାର କରିଲେ ଭଲ। କାରଣ ଘରେ ଲାଗିଥିବା ଆଲୋବେରାକୁ ଆମେ କାଟିକି ଆଣିଲେ ସେଥିରେ ଆପଣ ଦେଖିଥିବେ ଯେ, କିଛି ହଳଦିଆ ଅଂଶ ଥାଏ ଯାହା ଆମ ତ୍ୱଚା ପାଇଁ ଖରାପ ହୋଇପାରେ। ତେଣୁ ଆପଣ ବାହାରୁ କିଣି ଆଣି ବ୍ୟବହାର କରିପାରିବେ।

ଗୋଳା ଯାଇଥିବା ଚାଉଳ ଏବଂ ଆଲୋବେରା ଜେଲ୍‌କୁ ଆପଣ ମୁହଁରେ ଲଗାଇଦିଅନ୍ତୁ। ଏହାକୁ ଆପଣ ହାତରେ ଧିରେ ଧିରେ ମସାଜ୍‌ କରିବେ। ଏହି ପରି କିଛି ସମୟ କଲା ପରେ ମୁହଁ ଧୋଇ ଦିଅନ୍ତୁ।

ଏହା ପୂରାପୁରି ପ୍ରାକୃତିକ ଫେସିଆଲ୍‌ ହୋଇଥିବାରୁ ଆପଣଙ୍କ ମୁହଁର କୌଣସି କ୍ଷତି ଘଟିବ ନାହିଁ। ଏବଂ ଏହାର ସାଇଡ୍‌ ଇଫେକ୍ଟ ମଧ୍ୟ ନ ଥାଏ।

ମୁହଁ ଧୋଇଲା ପରେ ଆପଣ ନିଜେ ହିଁ ମୁହଁରେ ଆସୁଥିବା ଉଜ୍ୱଳତା ଅନୁଭବ କରିପାରିବେ।

ଏହାକୁ କେବଳ ମୁହଁରେ ନୁହେଁ ଆପଣ ହାତ, ଗୋଡ଼, ବେକ ଇତ୍ୟାଦିରେ ମଧ୍ୟ ଲଗାଇ ଏହାର ଫାଇଦା ନେଇ ପାରିବେ।

ଏହାକୁ ସପ୍ତାହରେ ଥରେ ବ୍ୟବହାର କରନ୍ତୁ। ଏହି ଫେସିଆଲ୍‌ କରିବା ପାଇଁ ଅଧିକ ସମୟ ବି ନଷ୍ଟ ହେବ ନାହିଁ। କିମ୍ବା ଆପଣଙ୍କୁ ଘଣ୍ଟା ଘଣ୍ଟା ଧରି ପାର୍ଲରରେ ମଧ୍ୟ ବସିବାକୁ ପଡ଼ିବ ନାହିଁ।



from Odisha Reporter https://ift.tt/2WKEMYV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages