
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶାସକ ବିଜେଡିର ରାଜ୍ୟସ୍ତରୀୟ ନେତାମାନେ କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନମଣ୍ଡଳୀରେ ଟଙ୍କା ବାଣ୍ଟୁଛନ୍ତି। ଏପରି ଅଭିଯୋଗ ଆଣି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛି ବିଜେପି। ଚତୁର୍ଥ ପର୍ଯ୍ୟାୟ ନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ କରିବା ପାଇଁ କେନ୍ଦ୍ରାପଡାରୁ ରାଜ୍ୟସ୍ତରୀୟ ନେତାଙ୍କୁ ହଟାଇବା ସହ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ କରିବା ପାଇଁ ବିଜେପି ଦାବି କରିଛି।
ଅଭିଯୋଗରେ କୁହାଯାଇଛି, ମହାକାଳପଡ଼ା ବିଜେଡି ବିଧାୟକ ପ୍ରାର୍ଥୀ ଅତନୁ ସବ୍ୟସାଚୀ ନାୟକ ମହିଳା ସ୍ୱୟଂ ସହାୟକ ଗ୍ରୁପ ଦ୍ୱାରା ଟୁମୁଟା ପଞ୍ଚାୟତରେ ଟଙ୍କା ବାଣ୍ଟୁଛନ୍ତି। ସେହିପରି ବିଜେଡି ନେତା ବିଜୟ ସ୍ୱାଇଁ ମହାକାଳପଡା ବିଧାନସଭା ନିର୍ବାଚନମଣ୍ଡଳୀର ଟିଖିରି ପଞ୍ଚାୟତରେ ଖୁଲମଖୁଲା ଗାଁରେ ଟଙ୍କା ବାଣ୍ଟି ଭୋଟ ଦେବା ପାଇଁ ମତଦାତାଙ୍କୁ କହୁଛନ୍ତି। କେନ୍ଦ୍ରାପଡା ବିଧାନସଭା ମଣ୍ଡଳୀର ବଗଡା ଗ୍ରାମର ୧୭୮ ଓ ୧୭୯ ବୁଥରେ ବିଜେଡିର ଉପ-ସଭାପତି ସୁଭାଷ ଚୌହାନ ଅଛନ୍ତି। ଯିଏ କେନ୍ଦ୍ରାପଡାର ବାସିନ୍ଦା ନୁହନ୍ତି। ବିଜେଡିର ଗୁଣ୍ଡାମାନେ ପଟିଣ୍ଡା ପଞ୍ଚାୟତର ବଧିଆ ଗାଁର ଲୋକଙ୍କୁ ଟଙ୍କା ବାଣ୍ଟିବା ସହ ଭୋଟ ଦେବା ପାଇଁ ଧମକ ଦେଉଛନ୍ତି। ଆଳି ବିଧାନସଭାର ବଚରାଇ ଗାଁର ୧୬୭ ନଂ ବୁଥ୍ରେ ଟଙ୍କା ବଣ୍ଟା ଯିବା ସହ ବୁଥ୍ ରିଗିଂ ପାଇଁ ଷଡ଼ଯନ୍ତ୍ର କରୁଛନ୍ତି। ତେଣୁ ଏହି ଅଞ୍ଚଳରେ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ କରିବାକୁ ବିଜେପି ଦାବି କରିଛି।
ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏଭଳି ଦାବି ଜଣାଇଛି। ଏଥିରେ ରାଜ୍ୟ ଉପ ସଭାପତି ପୀତାମ୍ୱର ଆଚାର୍ଯ୍ୟ, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର, ମୁଖପାତ୍ର ଜୀବନ ସାହୁ, ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।
from Odisha Reporter http://bit.ly/2DC4pDP
No comments:
Post a Comment