ବିରାଟ ଓ ଏବିଙ୍କ ବିସ୍ଫୋରକ ବ୍ୟାଟିଂ, ଆରସିବି ୨୦୫/୩ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 5, 2019

ବିରାଟ ଓ ଏବିଙ୍କ ବିସ୍ଫୋରକ ବ୍ୟାଟିଂ, ଆରସିବି ୨୦୫/୩

ବେଙ୍ଗାଲୁରୁ: ଶେଷରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଟିମର ବ୍ୟାଟ୍ସମ୍ୟାନଙ୍କ ବ୍ୟାଟରୁ ରନ୍ ବର୍ଷିଛି। ଶୁକ୍ରବାର କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ ମ୍ୟାଚରେ ଅଧିନାୟକ ବିରାଟ କୋହଲି ଓ ଏବି ଡି’ଭିଲିୟର୍ସଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଆରସିବି ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ ହରାଇ ୨୦୫ ରନ୍ କରିଛି।

ବିରାଟ ୮୪ (୪୯ ବଲ, ୯ ଚୌକା ଓ ୨ ଛକା) ଓ ଡି’ଭିଲିୟର୍ସ ୬୩ (୩୨ ବଲ, ୫ ଚୌକା, ୪ ଛକା) ରନର ଦମଦାର ଇନିଂସ୍ ଖେଳିଛନ୍ତି। ସେହିପରି ମାର୍କସ ଷ୍ଟୋଇନିସ୍ ଦ୍ରୁତ ୨୮ (୧୩ ବଲ୍, ୩ ଚୌକା, ୧ ଛକା) ରନର ଯୋଗଦାନ କରି ଦଳକୁ ବଡ଼ ସ୍କୋରରେ ପହଞ୍ଚାଇଛନ୍ତି।

ଏମ୍. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ କେକେଆର ଅଧିନାୟକ ଦିନେଶ କାର୍ତ୍ତିକ ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଆରସିବିକୁ ଭଲ ଷ୍ଟାର୍ଟ ଦେଇଥିଲେ ପାର୍ଥିବ ପଟେଲ ଓ ବିରାଟ୍। ଦୁହେଁ ପ୍ରଥମ ୱିକେଟ ପାଇଁ ୬୪ ରନ୍ ଯୋଡ଼ିଥିଲେ।

ପାର୍ଥିବ ୨୫ ରନ୍ କରି ନୀତୀଶ ରାଣାଙ୍କ ବଲରେ ଆଉଟ ହୋଇଥିଲେ। ଏହା ପରେ ବିରାଟ ଓ ଏବି ଧୂଆଁଧାର ବ୍ୟାଟିଂ କରି ଆରସିବିକୁ ବଡ଼ ସ୍କୋର ଅଭିମୁଖେ ନେଇଥିଲେ। ଦ୍ୱିତୀୟ ୱିକେଟ ପାଇଁ ଉଭୟେ ୧୦୮ ରନର ଶତକୀୟ ଭାଗୀଦାରୀ କରିଥିଲେ।

ଦଳର ସ୍କୋର ୧୭୨ ଥିବା ବେଳେ ବିରାଟଙ୍କୁ କୁଲଦୀପ ଯାଦବ ପ୍ୟାଭିଲିୟନ୍ ପଠାଇଥିଲେ। ପରେ ପରେ ଏବିଙ୍କୁ ସୁନୀଲ ନରିନ ଆଉଟ କରି ଆରସିବିକୁ ତୃତୀୟ ଝଟକା ଦେଇଥିଲେ। କିନ୍ତୁ ଅଲରାଉଣ୍ଡର ଷ୍ଟୋଇନିସ ଜବରଦସ୍ତ ବ୍ୟାଟିଂ କରି ଆରସିବି ସ୍କୋରକୁ ୨୦୦ ଅତିକ୍ରମ କରାଇଥିଲେ। କେକେଆର ପକ୍ଷରୁ ନରିନ୍, କୁଲଦୀପ ଓ ନୀତୀଶ ଗୋଟିଏ ଲେଖାଏ ୱିକେଟ ନେଇଛନ୍ତି।



from Odisha Reporter http://bit.ly/2TTCN2s

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages