
କୋଲକାତା: ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ଚାଲିଥିବା ବେଳେ ପଶ୍ଚିମବଙ୍ଗର ନାଦିଆ ଜିଲ୍ଲାରୁ ନିଖୋଜ୍ ହୋଇଥିବା ନିର୍ବାଚନ ଅଧିକାରୀ ଅର୍ଣ୍ଣବ ରୟଙ୍କ ସ୍ତ୍ରୀ ସୋଶାଲ ମିଡିଆ ଫେସବୁକ୍ ଜରିଆରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ ଆଦୌ ଚାପଗ୍ରସ୍ତ ନଥିଲେ ଏବଂ ସ୍ୱାମୀଙ୍କ (ଅର୍ଣ୍ଣବ) ସହିତ ତାଙ୍କର ସମ୍ପର୍କ ବହୁତ ଭଲ ଥିଲା ବୋଲି ସ୍ପଷ୍ଟ କରିଛନ୍ତି। ସେ ତାଙ୍କ ସ୍ୱାମୀକୁ ଖୋଜିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରିବେ ବୋଲି କହିଛନ୍ତି।
ନଦିଆ ଜିଲ୍ଲା ପାଇଁ ନିର୍ବାଚନ ପର୍ଯ୍ୟବେକ୍ଷକ ଦାଇତ୍ୱରେ ଥିବା ଅଜୟ ଭି. ନାୟକ ଗତକାଲି କହିଥିଲେ ‘ଅର୍ଣ୍ଣବ ସମ୍ଭବତଃ ପାରିବାରିକ ସମସ୍ୟା କାରଣରୁ ମାନସିକ ଚାପଗ୍ରସ୍ତ ହୋଇଥାଇ ପାରନ୍ତି।
ତେବେ ନିର୍ବାଚନ ଅଧିକାରୀ ଅର୍ଣ୍ଣବ ରୟଙ୍କ ନିଖୋଜ୍ ଘଟଣାରେ ତଦନ୍ତ କରୁଥିବା ଜଣେ ପୁଲିସ ଅଧିକାରୀ ପ୍ରତିକ୍ରିୟାରେ କହିଛନ୍ତି ଶୁକ୍ରବାର ସୁଦ୍ଧା ଅର୍ଣ୍ଣବଙ୍କର କୌଣସି ଖୋଜ ଖବର ମିଳି ନାହିଁ। ସମସ୍ତ ପ୍ରକାର ତଦନ୍ତ ଚାଲିଛି।
ସୂଚନାଯୋଗ୍ୟ, ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ନଦିଆ ଜିଲ୍ଲାର ବିପ୍ରଦାସ ଚୌଧୁରୀ ପଲିଟେକନିକ୍ କଲେଜରେ ଥିବା ବୁଥରେ ଅର୍ଣ୍ଣବ ରୟ ଇଭିଏମ୍ ଏବଂ ଭିଭିପ୍ୟାଟ ଦାୟିତ୍ୱରେ ନିୟୋଜିତ ଥିଲେ। କିନ୍ତୁ ପାଖାପାଖି ୧୨ଟା ୩୦ ପରେ ସେ ନିଖୋଜ୍ ହୋଇ ଯାଇଛନ୍ତି। ନିଖୋଜ୍ ହେବାର ୩ ଦିନ ହେଲାଣି ହେଲେ ପୁଲିସ ଆଜି ଯାଏଁ କୌଣସି ଖୋଜ୍ ଖବର ପାଇନାହିଁ।
from Odisha Reporter http://bit.ly/2GwPwVa
No comments:
Post a Comment