
ନୂଆଦିଲ୍ଲୀ: ଆମେଠି ଲୋକସଭା ଆସନର କଂଗ୍ରେସ ପ୍ରାର୍ଥୀ ରାହୁଲ ଗାନ୍ଧି ନାମାଙ୍କନ ପତ୍ରରେ ଉଲ୍ଲେଖ କରିଥିବା ତଥ୍ୟକୁ ଚ୍ୟାଲେଞ୍ଜ କରିଛନ୍ତି ସ୍ୱାଧୀନ ପ୍ରାର୍ଥୀ ଧ୍ରୁବ ଲାଲ୍। ସେ ଅଭିଯୋଗ କରିଛନ୍ତି, ବ୍ରିଟେନରେ ପଞ୍ଜିକୃତ କମ୍ପାନୀର ତଥ୍ୟ ଅନୁଯାୟୀ, ରାହୁଲ ଗାନ୍ଧି ୟୁକେର ନାଗରିକତ୍ୱ ଗ୍ରହଣ କରିଛନ୍ତି। ତେଣୁ ଜଣେ ଅନ୍ୟ ଦେଶର ନାଗରିକ ଭାରତରେ ନିର୍ବାଚନ ଲଢ଼ିପାରିବେ ନାହିଁ ବୋଲି ଯୁକ୍ତି ବାଢ଼ିଛନ୍ତି।
Ravi Prakash, lawyer of independent MP candidate from Amethi, Dhruv Lal who has raised objections on Rahul Gandhi’s nomination papers: On basis of certificate of incorporation of a company registered in UK, he declared himself a UK citizen. A non-citizen can’t contest polls here. pic.twitter.com/A8ifZgbGhC
— ANI UP (@ANINewsUP) April 20, 2019
ଏଥିସହ ରାହୁଲ ଯେଉଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ସେଥିରେ ତାଙ୍କର ସମ୍ପତ୍ତି ଅନ୍ତର୍ଭୁକ୍ତ ଯେଉଁ କମ୍ପାନୀ ବାବଦରେ ଉଲ୍ଲେଖ କରିଛନ୍ତି ସେଥିରେ ତାଙ୍କର ଲାଭ କ୍ଷତି ଇତ୍ୟାଦି ଉଲ୍ଲେଖ କରି ନାହାନ୍ତି। ଏଥିସହ ରାହୁଲ ଗାନ୍ଧିଙ୍କ ଶିକ୍ଷାଗତ ଯୋଗ୍ୟତା ତଥ୍ୟରେ ଅନେକ ତ୍ରୁଟି ଥିବା ସ୍ୱାଧୀନ ପ୍ରାର୍ଥୀ ଧ୍ରୁବ ଲାଲଙ୍କ ଓକିଲ ରବି ପ୍ରକାଶ କହିଛନ୍ତି। ତେଣୁ ରାହୁଲ ଗାନ୍ଧି ତାଙ୍କର ଅରିଜିନାଲ ସାର୍ଟିଫିକେଟ ଦାଖଲ କରିବା ଉଚିତ ବୋଲି ସ୍ୱାଧୀନ ପ୍ରାର୍ଥୀଙ୍କ ଓକିଲ ଦାବି କରିଛନ୍ତି।
ଏହାପୂର୍ବରୁ ବିଜେପି ମଧ୍ୟ ରାହୁଲ ଗାନ୍ଧିଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ପ୍ରଶ୍ନ ଉଠାଇଛି। ବିନା ଏମ.ଏରେ ରାହୁଲ ଗାନ୍ଧି କିଭଳି ଏମ୍ ଫିଲ୍ ସାର୍ଟିଫିକେଟ ଗୋଟିଏ ବିଦେଶୀ ବିଶ୍ଵବିଦ୍ୟାଳୟରୁ ପାଇଛନ୍ତି ସେ ନେଇ ବରିଷ୍ଠ ଆଇନଜୀବୀ ତଥା ରାଜ୍ୟସଭା ସାଂସଦ ସୁବ୍ରମନ୍ୟନ ସ୍ୱାମୀ ପ୍ରଶ୍ନ କରିଛନ୍ତି।
from Odisha Reporter http://bit.ly/2IIyIwc
No comments:
Post a Comment