
ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀକ୍ଷେତ୍ରରେ ଦାମ୍ ଦେଖାଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ବିଶାଳ ରୋଡ୍ ଶୋ କରି ସେ ଶକ୍ତି ପ୍ରଦର୍ଶନ କରିଛନ୍ତି। ମରିଚିକୋଟ୍ ଛକରୁ ବାହାରିଥିବା ରୋଡ୍ ଶୋ ମାର୍କେଟ୍ ଛକ ପର୍ଯ୍ୟନ୍ତ ଯାଇଥିଲା। ଏଥିରେ ହଜାର ହଜାର ବିଜେପି କର୍ମୀ ସାମିଲ ହୋଇଥିଲେ।
ବିଜେପି ଅଧ୍ୟକ୍ଷଙ୍କ ରୋଡ୍ ଶୋ’ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂହ, ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ସମେତ ପୁରୀ ଲୋକସଭା ଆସନରୁ ଲଢୁଥିବା ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ଓ ଜିଲ୍ଲାର ସମସ୍ତ ବିଜେପି ବିଧାୟକ ପ୍ରାର୍ଥୀ ସାମିଲ ହୋଇଥିଲେ।
ରୋଡ୍ ଶୋ’ରେ ବାହାରିବା ପୂର୍ବରୁ ଅମିତ ଶାହ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିବା ସହ ବେଢ଼ା ପରିକ୍ରମା କରିଥିଲେ। ପରେ ଶ୍ରୀ ଶାହ ଆଳତୀ ମଧ୍ୟ କରିଥିଲେ।
from Odisha Reporter http://bit.ly/2GbxNm5
No comments:
Post a Comment