କୋଲକାତାକୁ ୧୦୮ ରନରେ ରୋକିଲା ଚେନ୍ନାଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 9, 2019

କୋଲକାତାକୁ ୧୦୮ ରନରେ ରୋକିଲା ଚେନ୍ନାଇ

ଚେନ୍ନାଇ: ଦୁଇ ଭେଟେରାନ୍ ସ୍ପିନର୍ ହରଭଜନ ସିଂହ ଓ ଇମ୍ରାନ୍ ତାହିର୍ ଏବଂ ଯୁବ ପେସର ଦୀପକ ଚହରଙ୍କ ଘାତକ ବୋଲିଂକୁ ସାମ୍ନା କରିନପାରି କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଏଠାରେ ଖେଳାଯାଉଥିବା ଚେନ୍ନାଇ ସୁପର କିଙ୍ଗସ (ସିଏସକେ) ବିପକ୍ଷ ମ୍ୟାଚରେ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ୧୦୮ ରନ୍ କରିବାକୁ ସକ୍ଷମ ହୋଇଛି।

କେକେଆର ପକ୍ଷରୁ ଆନ୍ଦ୍ରେ ରସେଲ୍ ସର୍ବାଧିକ ୫୦ (୪୪ ବଲ୍, ୫ ଚୌକା, ୩ ଛକା) ରନ୍ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଆଖିଦୃଶିଆ ପ୍ରଦର୍ଶନ କରିନାହାନ୍ତି। ପଏଣ୍ଟ ଟେବୁଲ ଶୀର୍ଷ ସ୍ଥାନକୁ ଉଠିବା ପାଇଁ ଚେନ୍ନାଇକୁ ୨୦ ଓଭରରେ ୧୦୯ ରନ୍ କରିବାକୁ ପଡ଼ିବ।

ସ୍ଥାନୀୟ ଏମ୍. ଚିଦାମ୍ବରମ୍ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚରେ ସିଏସକେ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଧୋନିଙ୍କ ଏହି ନିଷ୍ପତ୍ତିକୁ ଦଳର ବୋଲରମାନେ ଉଚିତ୍ ପ୍ରମାଣିତ କରି କେକେଆର ବ୍ୟାଟିଂରେ ଅଙ୍କୁଶ ଲଗାଇଥିଲେ।

ପୂର୍ବ ମ୍ୟାଚରେ ଦ୍ରୁତ ଅର୍ଦ୍ଧଶତକ ମାରି ଫର୍ମକୁ ଫେରିଥିବା କେକେଆର ଓପ୍ନର କ୍ରିସ୍ ଲିନ୍ ଖାତା ଖୋଲିବା ପୂର୍ବରୁ ଚହରଙ୍କ ଶିକାର ହୋଇଥିଲେ। ଏହା ପରେ ଅନ୍ୟତମ ଓପ୍ନର ସୁନୀଲ୍ ନରିନ୍ (୬)ଙ୍କୁ ଅଭିଜ୍ଞ ସ୍ପିନର ହରଭଜନ ଆଉଟ୍ କରି କେକେଆରକୁ ଡବଲ୍ ଝଟକା ଦେଇଥିଲେ।

ଚହର୍ ନିଜର ଆକ୍ରମଣାତ୍ମକ ବୋଲିଂ ଜାରି ରଖି ରବିନ୍ ଉଥାପ୍ପା (୧୧) ଓ ନୀତୀଶ ରାଣା (୦) ମଧ୍ୟ ନିଜର ଶିକାର ବନାଇଥିଲେ। ଅଧିନାୟକ ଦିନେଶ କାର୍ତ୍ତିକ ପୁଣିଥରେ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ସେ ୧୯ ରନ୍ କରିଥିବା ବେଳେ ଇମ୍ରାନ୍ ତାହିରଙ୍କ ବଲରେ ହରଭଜନଙ୍କ ଦ୍ୱାରା ଧରା ପଡ଼ିଥିଲେ।

ଯୁବ ବ୍ୟାଟ୍ସମ୍ୟାନ୍ ଶୁବମାନ୍ ଗିଲ୍ (୯) ମଧ୍ୟ କିଛି ଖାସ କରିପାରି ତାହିରଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ଏହା ପରେ ଇନଫର୍ମ ବ୍ୟାଟ୍ସମ୍ୟାନ୍ ରସେଲ୍ ଗୋଟିଏ ପଟେ ଧୈର୍ଯ୍ୟର ସହ ବ୍ୟାଟିଂ କରୁଥିବା ବେଳେ ଅନ୍ୟପଟେ ୱିକେଟ୍ ପତନ ହେବାରେ ଲାଗିଥିଲା। ରସେଲ୍ ଆଜି ନିଜର ଚିରାଚରିତ ଶୈଳୀର ସମ୍ପୂର୍ଣ୍ଣ ବିପରୀତ ବ୍ୟାଟିଂ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ।

ତାଙ୍କୁ ନନଷ୍ଟ୍ରାଇକର ଏଣ୍ଡରେ ହ୍ୟାରୀ ଗର୍ଣ୍ଣି (୧*) ଭରପୂର ସହଯୋଗ କରିଥିଲେ। ଦୁହେଁ ଅନ୍ତିମ ୱିକେଟ୍ ପାଇଁ ୨୯ ରନର ଉପଯୋଗୀ ଭାଗୀଦାରୀ କରିଥିଲେ। ଚେନ୍ନାଇ ପକ୍ଷରୁ ଚହର୍ ୧୪ ରନ୍ ଦେଇ ୩ଟି, ହରଭଜନ ଓ ତାହିର୍ ୨ଟି ଲେଖାଏ ୱିକେଟ୍ ହାସଲ କରିଛନ୍ତି। ରବୀନ୍ଦ୍ର ଜାଡେଜା ଗୋଟିଏ ୱିକେଟ୍ ନେଇଛନ୍ତି।



from Odisha Reporter http://bit.ly/2In3jPE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages