ମାତ୍ର ୨୫ ବଲରେ ଶତକ ମାରି ବିଶ୍ୱ ରେକର୍ଡ କଲେ ଏହି ବ୍ୟାଟ୍ସମ୍ୟାନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 23, 2019

ମାତ୍ର ୨୫ ବଲରେ ଶତକ ମାରି ବିଶ୍ୱ ରେକର୍ଡ କଲେ ଏହି ବ୍ୟାଟ୍ସମ୍ୟାନ୍

ନୂଆଦିଲ୍ଲୀ: ସ୍କଟଲ୍ୟାଣ୍ଡ ବ୍ୟାଟ୍ସମ୍ୟାନ୍ ଜର୍ଜ ମୁନସେ ଟି-୨୦ କ୍ରିକେଟରେ ନୂଆ ବିଶ୍ୱ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ମାତ୍ର ୨୫ ବଲରେ ଶତକ ମାରି ନୂଆ ବିଶ୍ୱ ରେକର୍ଡ କରିଛନ୍ତି। ଏହାଛଡ଼ା ସେ ଗୋଟିଏ ଓଭରରେ ୬ ଛକା ମାରିବାର ନୂଆ କାରନାମା କରିଛନ୍ତି।

ଗ୍ଲସେଷ୍ଟରଶାୟାର ସେକେଣ୍ଡ ଇଲେଭେନ୍ ଓ ବାଥ୍ ସିସି ମଧ୍ୟରେ ହୋଇଥିବା ଅନଅଫିସିଆଲ୍ ଟି-୨୦ ମ୍ୟାଚରେ ମୁନସେ ମାତ୍ର ୩୯ ବଲରେ ୧୪୭ ରନର ବିସ୍ଫୋରକ ଇନିଂସ୍ ଖେଳିଥିଲେ। ମୁନସେ ନିଜର ଏହି ମାରାଥନ ଇନିଂସ୍ ମଧ୍ୟରେ ୫ ଚୌକା ଓ ୨୦ ଛକା ମାରିଛନ୍ତି।

ଏହି ମ୍ୟାଚରେ ମଇଦାନକୁ ବ୍ୟାଟିଂ କରିବାକୁ ଆସିବା ମାତ୍ରକେ ମୁନସେ ପ୍ରତିପକ୍ଷ ବୋଲରଙ୍କୁ ଆକ୍ରମଣ କରିଥିଲେ। ସେ ମାତ୍ର ୧୭ ବଲରେ ଅର୍ଦ୍ଧଶତକ ମାରିବା ପରେ ଶତକ ପୂରଣ ପାଇଁ ମାତ୍ର ୭ ବଲ ଖେଳିଥିଲେ। ଏହା ମଧ୍ୟରେ ସେ ଗୋଟିଏ ଓଭରରେ ୬ ଛକା ମଧ୍ୟ ମାରିଥିଲେ।

ମୁନସେ ଓ ଜିପି ୱିଲୋଜ (୭୨)ଙ୍କ ଦମଦାର ବ୍ୟାଟିଂ ବଳରେ ଗ୍ଲସେଷ୍ଟରଶାୟାର ଟିମ୍ ୨୦ ଓଭରରେ ୩ ୱିକେଟ୍ ହରାଇ ୩୨୬ ରନ୍ କରିଥିଲା। ଜବାବରେ ସ୍କଟଲ୍ୟାଣ୍ଡ୍ ପକ୍ଷରୁ ୨୬ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା ମୁନସେ ୧୫୦.୬୭ ଷ୍ଟ୍ରାଇକରେଟରେ ୫୫୯ ରନ୍ କରିଛନ୍ତି। ଜବାବରେ ବାଥ୍ ବିସି ନିର୍ଦ୍ଧାରିତ ଓଭରରେ ୮ ୱିକେଟ୍ ହରାଇ ୨୧୪ ରନ୍ କରିବାକୁ ସକ୍ଷମ ହୋଇଥିଲା।

ଟି-୨୦ରେ କ୍ରିକେଟରେ ଦ୍ରୁତ ଶତକର ରେକର୍ଡ କ୍ରିସ୍ ଗେଲଙ୍କ ନାମରେ ରହିଛି। ୨୦୧୩ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଖେଳି ଗେଲ୍ ପୁନେ ୱାରିୟର୍ସ ବିପକ୍ଷରେ ମାତ୍ର ୩୦ ବଲରେ ଶତକ ମାରିଥିଲେ।



from Odisha Reporter http://bit.ly/2W5UJsM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages