କିଛି ଅଫିସର ନିଜ ସ୍ୱାର୍ଥ ପାଇଁ ନବୀନଙ୍କୁ ବନ୍ଦୀ କରି ରଖିଛନ୍ତି : ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 23, 2019

କିଛି ଅଫିସର ନିଜ ସ୍ୱାର୍ଥ ପାଇଁ ନବୀନଙ୍କୁ ବନ୍ଦୀ କରି ରଖିଛନ୍ତି : ମୋଦି

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ପରି ସମାନ ଢଙ୍ଗରେ ବାଲେଶ୍ୱରରେ ମଧ୍ୟ ଶାସକ ଦଳ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବାଲେଶ୍ୱରର ବସ୍ତାରେ ଆୟୋଜିତ ବିଜୟ ସଙ୍କଳ୍ପ ସମାବେଶରେ ଯୋଗ ଦେଇ ମୋଦି କହିଛନ୍ତି,“ଓଡ଼ିଶାରେ ପରିବର୍ତ୍ତନ ଆସିବାକୁ ଯାଉଛି। ପ୍ରଥମ ୨ଟି ପର୍ଯ୍ୟାୟ ମତଦାନ ପରେ ଏକଥା ସ୍ପଷ୍ଟ ହୋଇଛି ଯେ,ସାରା ଓଡ଼ିଶାରେ ଏଥର ପଦ୍ମ ଫୁଟିବାକୁ ଯାଉଛି। ଲୋକତନ୍ତ୍ରର ତାକତ ଏଠିକାର ସରକାରକୁ ମାଲୁମ ପଡ଼ିଲାଣି। ଶାସନତନ୍ତ୍ରକୁ ଜାବୁଡ଼ି ଧରିଥିବା ମୁଖ୍ୟମନ୍ତ୍ରୀ, କିଛି ଅଫିସରଙ୍କ ନିଦ ଉଡ଼ିଲାଣି। କିଛି ଅଫିସର ନିଜ ସ୍ୱାର୍ଥ ପାଇଁ ନବୀନଙ୍କୁ ବନ୍ଦୀ କରି ରଖିଛନ୍ତି। ଏଠାକାର ଲୋକ ଜାଣିଲେଣି, କଛପ ଗତିରେ ବିକାଶ ଚାଲିବନି।”

ସେ ଆହୁରି କହିଛନ୍ତି,“କିଛି ଦିନ ତଳେ ବାଲେଶ୍ୱରର ନାଁ ଇତିହାସରେ ଲିପିବଦ୍ଧ ହୋଇଛି। ମିଶନ ଶକ୍ତି ସଫଳତା ବାଲେଶ୍ୱରକୁ ଗୌରାବନ୍ୱିତ କରିଛି। ମାତ୍ର ୩ ମିନିଟରେ ଶତ୍ରୁ ପକ୍ଷର ସାଟେଲାଇଟକୁ ଧ୍ୱଂସ କରାଯାଇଛି। ଏଭଳି ପାରଦର୍ଶିତାରେ ଭାରତ ବିଶ୍ୱର ଚତୁର୍ଥ ଦେଶ ହୋଇଛି। ଭାରତ ଏବେ ଜଳ, ସ୍ଥଳ, ଆକାଶ, ମହାକାଶରେ ସୁପର ପାୱାର। ଏହି ସଫଳତା ସବୁ ଭାରତବାସୀଙ୍କୁ ଗର୍ବିତ କରିଛି। କିନ୍ତୁ କ୍ଷମତା ପାଇଁ ପାଗଳ ମହାଅସାଧୁମେଣ୍ଟଙ୍କୁ ଏହା ଖୁସି କରିନି। ଏହାକୁ ଗୁପ୍ତ ରଖିବାକୁ ମହାଅସାଧୁମେଣ୍ଟ ଚାହୁଁଥିଲା। ଏବେ ମିଜାଇଲ ଠାରୁ ମୋବାଇଲ ପର୍ଯ୍ୟନ୍ତ ସବୁକିଛି ସାଟେଲାଇଟରେ ଚାଲୁଛି। ଶତ୍ରୁପକ୍ଷ ସାଟେଲାଇଟକୁ ହମଲା କରିଥିଲେ ସବୁ ଠପ୍ ହୋଇଥାନ୍ତା। ଏବେ ଆମ ସାଟେଲାଇଟକୁ କେହି ଆକ୍ରମଣ ପୂର୍ବରୁ ଶହେଥର ଭାବିବ। ବାଲେଶ୍ୱରରେ ଆମ ପ୍ରତିଆକ୍ରମଣ ମିଜାଇଲ ସଜାଗ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପୁଣି ନବୀନ ସରକାରଙ୍କୁ ଟାର୍ଗେଟ କରି ମୋଦି କହିଛନ୍ତି,“ ଭ୍ରଷ୍ଟାଚାର ଭଳି ଦାନବ ଓଡ଼ିଶା ଲୋକଙ୍କୁ ଗରିବ କରି ରଖିଛି।ବିଜେଡି ଭ୍ରଷ୍ଟାଚାରୀ ଦାନବକୁ ଦାନାପାଣି ଯୋଗାଉଛି। ବିଜେଡି ନେତା ଖଣି ଠାରୁ ଚିଟଫଣ୍ଡ ପର୍ଯ୍ୟନ୍ତ ଭ୍ରଷ୍ଟାଚାରରେ ସଂପୃକ୍ତ। ଚିଟଫଣ୍ଡ ଯୋଗୁଁ ବାଲେଶ୍ୱର ଜନତା ତଳିତଳାନ୍ତ ହୋଇଛନ୍ତି। ଜନତାଙ୍କ ଟଙ୍କା ଲୁଟିଥିବା ଲୋକଙ୍କୁ କ୍ଷମା କରାଯିବନାହିଁ। ଗରିବଙ୍କ ଟଙ୍କା ଲୁଟିଥିବା ଲୁଟେରାଙ୍କୁ ବିଲକୁଲ ଛଡ଼ାଯିବ ନାହିଁ। ଓଡ଼ିଶାକୁ ଭ୍ରଷ୍ଟାଚାରମୁକ୍ତ କରିବାକୁ ଡବଲ ଇଂଜିନ ଦରକାର। ୫ବର୍ଷ ବିଜେପିକୁ ମଉକା ଦେଲେ ୫ ଗୁଣା ଭଲ କାମ କରି ଦେଖାଇବି।”

ଓଡ଼ିଶାର ବିକାଶ ପାଇଁ ଆମ ପାଖରେ ବ୍ୟାପକ ଯୋଜନା ଅଛି। ବାଲେଶ୍ୱରରେ ବହୁ ପର୍ଯ୍ୟଟନସ୍ଥଳୀ ଅଛି, କିନ୍ତୁ ୨୦ ବର୍ଷ ହେଲା ଅବହେଳିତ। ଦେଶପ୍ରତି ବାଲେଶ୍ୱରର ବହୁତ ଅବଦାନ ରହିଛି। ୩ ବର୍ଷ ତଳେ ଆସିଥିଲି, ପରିବର୍ତ୍ତନ ପାଇଁ ବାଲେଶ୍ୱରର ବ୍ୟଗ୍ରତା ଦେଖିଥିଲି ବୋଲି ମୋଦି କହିଛନ୍ତି।



from Odisha Reporter http://bit.ly/2DuRTWP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages