୮.୬୫%କୁ ବଢ଼ିଲା ଇପିଏଫ୍‌ ସୁଧ ହାର, ଉପକୃତ ହେବେ ୬ କୋଟି କର୍ମଚାରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 26, 2019

୮.୬୫%କୁ ବଢ଼ିଲା ଇପିଏଫ୍‌ ସୁଧ ହାର, ଉପକୃତ ହେବେ ୬ କୋଟି କର୍ମଚାରୀ

ନୂଆଦିଲ୍ଲୀ: ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଏମ୍ପ୍ଲଇଜ୍‌ ପ୍ରୋଭିଡେଣ୍ଟ ଫଣ୍ଡ (ଇପିଏଫ୍‌) ସୁଧ ହାର ପରିମାଣକୁ ୮.୬୫%କୁ ବୃଦ୍ଧି କରିବା ନେଇ ମଞ୍ଜୁରୀ ପ୍ରଦାନ କରିଛନ୍ତି ଅର୍ଥ ମନ୍ତ୍ରଣାଳୟ। ଏହା ସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ୬ କୋଟି କର୍ମଚାରୀଙ୍କୁ ଫାଇଦା ଦେବ। ମନ୍ତ୍ରଣାଳୟର ଏକ ବିଭାଗ ଡିପାର୍ଟମେଣ୍ଟ ଅଫ୍‌ ସର୍ଭିସେସ୍‌ (ଡିଏଫ୍‌ଏସ୍‌) ଏହି ଅନୁମୋଦନ ପ୍ରଦାନ କରିଛି, ଯାହାକି ପୂର୍ବରୁ ଏମ୍ପ୍ଲଇଜ୍‌ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ୍‌ (ଇପିଏଫ୍‌ଓ) ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଏହି ସୁଧ ହାର ଲାଗୁ ହେବ।

ଡିଏଫ୍‌ଏସ୍‌ ଇପିଏଫ୍‌ଓର ନିର୍ଦ୍ଦିଷ୍ଟ କିଛି ସର୍ତ୍ତ ଓ ଆବଶ୍ୟକତା ଆଧାରରେ ଏହି ନିଷ୍ପତ୍ତି ନେଇଛନ୍ତି। ଏହା ପୂର୍ବରୁ ‍ଫେବୃଆରୀରେ ଇପିଏଫ୍‌ଓର ଉପରିସ୍ଥ ଅନୁଷ୍ଠାନ ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଟ୍ରଷ୍ଟିଜ୍‌ ଏହି ବାବଦରେ ନିଷ୍ପତ୍ତି ନେଇଥିଲା। କେନ୍ଦ୍ର ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କ ନେତୃତ୍ୱାଧୀନ ଏହି ବୋର୍ଡ ନିଷ୍ପତ୍ତି ନେଇଥିଲା ୨୦୧୮-୧୯ ପାଇଁ ସୁଧ ହାର ୮.୬୫%କୁ ବୃଦ୍ଧି କରାଯିବ।

ଗତ ୩ ବର୍ଷରେ ପ୍ରଥମ ଥର ପାଇଁ ସୁଧହାରରେ ଏହି ପରିବର୍ତ୍ତନ କରାଯାଉଛି। ୨୦୧୭-୧୮ର ସୁଧ ହାର ୮.୫୫% ଗତ ୫ ବର୍ଷରେ ସର୍ବନିମ୍ନ ଥିଲା ବୋଲି ମିଳିଥିବା ସୂଚନାରୁ ଜଣାପଡ଼ିଛି।



from Odisha Reporter http://bit.ly/2Wex89n

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages