
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦିନକୁ ଦିନ ଖରାର ପ୍ରକୋପ ବଢ଼ି ଚାଲିଥିବା ବେଳେ ଆଜି ୧୧ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଟପିଛି। ତତଲାଗଡ଼ ଭାବେ ପରିଚିତ ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ଼ରେ ଆଜି ତାପମାତ୍ରା ସର୍ବାଧିକ ୪୪ ଡିଗ୍ରୀ ରହିଥିଲା।
ବଲାଙ୍ଗିରରେ ତାପମାତ୍ର ୪୩ ଡିଗ୍ରୀ ରହିଥିବା ବେଳେ ଝାରସୁଗୁଡ଼ାରେ ୪୨.୨ ଡିଗ୍ରୀ ରହିଥିଲା। ଭବାନୀପାଟଣା, ମାଲକାନଗିରି ଓ ସମ୍ବଲପୁରରେ ତାପମାତ୍ର ୪୧.୯ ଡିଗ୍ରୀ ରେକର୍ଡ କରାଯାଇଥିଲା। ସେହିପରି ହୀରାକୁଦ ଓ ଅନୁଗୋଳରେ ତାପମାତ୍ରା ଯଥାକ୍ରମେ ୪୧.୫ ଓ ୪୧.୧ ଡିଗ୍ରୀ ରହିଥିଲା।
ସୁନ୍ଦରଗଡ଼ରେ ତାପମାତ୍ରା ୪୦.୫ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଫୁଲବାଣୀରେ ୪୦.୨ ଡିଗ୍ରୀ ରହିଥିଲା।
ଆଜି ଭୁବନେଶ୍ୱର ଅପେକ୍ଷା କଟକରେ ଅଧିକ ଖରା ହୋଇଥିଲା। କଟକରେ ତାପମାତ୍ରା ୩୯ ଡିଗ୍ରୀ ରହିଥିବା ବେଳେ ଭୁବନେଶ୍ୱରରେ ୩୮.୨ ଡିଗ୍ରୀ ରହିଥିଲା।
from Odisha Reporter http://bit.ly/2XMcZru
No comments:
Post a Comment