ରାତି ୩ଟାରେ ଯୋଗୀଙ୍କ ଘରକୁ ଯାଇ ଧମକ ଦେଲେ ସହଯୋଗୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 15, 2019

ରାତି ୩ଟାରେ ଯୋଗୀଙ୍କ ଘରକୁ ଯାଇ ଧମକ ଦେଲେ ସହଯୋଗୀ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବିଜେପି ପାଇଁ ପୁଣି ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି। ବିଜେପିର ସହଯୋଗୀ ଦଳ ଏସ୍‌ବିଏସ୍‌ପିର ମୁଖ୍ୟ ଓମ ପ୍ରକାଶ ରାଜବାହର ରବିବାର ରାତି ୩ଟାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଘରକୁ ଯାଇ ଖୋଲାଖୋଲି ଧମକ ଦେଇଛନ୍ତି।

ସେ ରାତି ୩ଟାରେ ଯୋଗୀଙ୍କ ଘରେ ପହଞ୍ଚି ନିଜର ଇସ୍ତଫାପତ୍ର ଦେବାକୁ ଦାବି କରିବା ସହ  ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିବାକୁ ଜିଦ୍‌ କରିଥିଲେ। ହେଲେ ଯୋଗୀ ଶୋଇଥିବାରୁ ଏହା ସମ୍ଭବପର ହୋଇପାରି ନଥିଲା। ଫଳରେ ସେ ଧମକ ଦେଇ ସେଠାରୁ ‍ଫେରି ଆସିଛନ୍ତି।

ଟିକେଟ୍‌ ବଣ୍ଟାକୁ ନେଇ ଓମ ପ୍ରକାଶ ବିଜେପି ଉପରେ କ୍ଷୁବ୍ଧ ଥିବା ଜଣାପଡ଼ିଛି। ଯୋଗୀଙ୍କ ଦେଖା ମିଳି ନଥିବାରୁ ସେ ଉତ୍ତର ପ୍ରଦେଶର ୨୫ଟି ଆସନରେ ନିଜ ଦଳ ପକ୍ଷରୁ ପ୍ରାର୍ଥୀ ଦିଆଯିବ ବୋଲି ଘୋଷଣା କରିଛନ୍ତି। ପୂର୍ବ ୟୁପିରେ ଓମ୍‌ ପ୍ରକାଶଙ୍କ ଦଳର ବେଶ ଦବଦବା ରହିଛି। ତଥାପି ବିଜେପି ତାଙ୍କ ଦଳକୁ ଦାବି ଅନୁସାରେ ପର୍ଯ୍ୟାପ୍ତ ଆସନ ଦେଇନାହିଁ। ଓମ୍‌ ପ୍ରକାଶ ଏବେ ଯୋଗୀଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟ ରହିଛନ୍ତି। ତଥାପି ନିର୍ବାଚନ ପୂର୍ବରୁ ଏଭଳି ଘଟଣା ବିଜେପି ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି।

ସୂଚନା ଅନୁସାରେ ଓମ ପ୍ରକାଶଙ୍କ ଦଳ ପୂର୍ବ ଉତ୍ତର ପ୍ରଦେଶରେ ୫ଟି ଆସନ ଚାହୁଁଥିଲା। ତଥାପି ବିଜେପି ସେତିକି ଆସନ ଦେବାକୁ ରାଜି ନାହିଁ। ଏହାକୁ ନେଇ ଓମ ପ୍ରକାଶ କ୍ଷୁବ୍ଧ ହୋଇଛନ୍ତି।



from Odisha Reporter http://bit.ly/2Zdv9nu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages