
ଲକ୍ଷ୍ନୌ: ବିଜେପିର ରାମପୁର ଲୋକସଭା ପ୍ରାର୍ଥୀ ତଥା ଅଭିନେତ୍ରୀ ଜୟାପ୍ରଦାଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେବା ସମାଜବାଦୀ ପାର୍ଟି ନେତା ଆଜମ ଖାନ୍ ପ୍ରତି ଅଡ଼ୁଆ ସୃଷ୍ଟି କରିଛି। ଏଥିପାଇଁ ଆଜି ଉତ୍ତର ପ୍ରଦେଶ ପୁଲିସ୍ ନିକଟରେ ମାମଲା ରୁଜୁ ହୋଇଛି। ଜଣେ ମହିଳାଙ୍କ ପ୍ରତି ଅଶ୍ଳୀଳ ମନ୍ତବ୍ୟ ଦେଇଥିବାରୁ ଉତ୍ତର ପ୍ରଦେଶ ପୁଲିସ୍ ଆଜମ ଖାନ୍ଙ୍କ ବିରୋଧରେ ଆଇପିସିର ସେକସନ୍ ୫୦୯ରେ ମାମଲା ରୁଜୁ କରିଛି।
ଉଭୟ ଆଜମ ଖାନ୍ ଏବଂ ଜୟାପ୍ରଦା ରାମପୁର ଆସନ ପାଇଁ ଯଥାକ୍ରମେ ସମାଜବାଦୀ ପାର୍ଟି ଏବଂ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି। ମହିଳାଙ୍କ ପ୍ରତି ଏଭଳି ଅଭଦ୍ରୋଚିତ ମନ୍ତବ୍ୟ ଦେଇଥିବାରୁ ତାଙ୍କୁ ନିର୍ବାଚନରୁ ବାସନ୍ଦ କରାଯାଉ ବୋଲି ଜୟାପ୍ରଦା ଦାବି କରିଛନ୍ତି।
ଗତକାଲି ଏକ ରାଲିରେ ଉଦବୋଧନ ଦେଉଥିବାବେଳେ ଆଜମ ଖାନ୍, ଜୟାଙ୍କ ନାଁ ନନେଇ ପରୋକ୍ଷରେ ଇଙ୍ଗିତ କରି ଅଶାଳୀନ ମନ୍ତବ୍ୟ ଦେଇଥିଲେ। ମହିଳା ପ୍ରାର୍ଥୀଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇଥିବାରୁ ମହିଳା କମିଶନ ମଧ୍ୟ ଆଜମ ଖାନ୍ଙ୍କ ନାଁରେ ମାମଲା ରୁଜୁ କରିବା ସହିତ ତାଙ୍କୁ ଜବାବ ତଲବ କରିଛନ୍ତି।
from Odisha Reporter http://bit.ly/2UeFKLf
No comments:
Post a Comment