
ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)ର ରବିବାର ଖେଳାଯାଇଥିବା ରାଜସ୍ଥାନ ରୟାଲ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ମ୍ୟାଚ୍ ଏକତରଫା ରହିଥିଲା। ଦିନେଶ କାର୍ତ୍ତିକଙ୍କ ନେତୃତ୍ୱରେ କେକେଆର ମ୍ୟାଚକୁ ସହଜରେ ଜିତି ନେଇଥିଲା।
୧୪୦ ରନର ବିଜୟଲକ୍ଷ୍ୟର ପିଛା କରୁଥିବା କେକେଆର ଇନିଂସରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଥିଲା। ଦଳର ଓପ୍ନର କ୍ରିସ୍ ଲିନ୍ ବ୍ୟାଟିଂ କରୁଥିବା ବେଳେ ବଲ ଷ୍ଟମ୍ପରେ ବାଜିଥିଲା, କିନ୍ତୁ ବେଲ୍ ବାହାରିନଥିଲା। ଫଳରେ ଲିନ୍ ଏକ ବଡ଼ ଜୀବନଦାନ ପାଇଥିଲେ।
ଲିନ୍ ୧୩ ରନରେ ବ୍ୟାଟିଂ କରୁଥିବା ବେଳେ ସାମ୍ନାରେ ବୋଲିଂ କରୁଥିଲେ ଧୱଲ କୁଲକର୍ଣ୍ଣି। କୁଲକର୍ଣ୍ଣିଙ୍କ ଏହି ବଲ୍ ଷ୍ଟମ୍ପରେ ବାଜିଥିଲା, କିନ୍ତୁ ବେଲ ନବାହାରିବା ସମସ୍ତଙ୍କୁ ଚକିତ କରିଥିଲା। ଫଳରେ ବଲଟି ବାଉଣ୍ଡ୍ରୀକୁ ଯାଇଥିଲା ଏବଂ କେକେଆରକୁ ଅତିରିକ୍ତ ୪ ରନ୍ ମିଳିଥିଲା। ବେଲ୍ ନବାହାରିବା ନେଇ ଗ୍ରାଉଣ୍ଡରେ ଉପସ୍ଥିତ ସମସ୍ତେ ଚକିତ ହୋଇଥିଲେ।
ବିଶେଷକରି ଲିନ୍ ଏହାକୁ ସହଜରେ ବିଶ୍ୱାସ କରିପାରିନଥିଲେ। ଏହା ପରେ ଲିନ୍ ଜବରଦସ୍ତ ବ୍ୟାଟିଂ କରି ଦ୍ରୁତ ଅର୍ଦ୍ଧଶତକ ହାସଲ କରିଥିଲେ। ଏହାକୁ ନେଇ ସୋଶାଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ମିଳିଛି। ତେବେ ଚଳିତ ଆଇପିଏଲରେ ଏଭଳି ଘଟଣା ପ୍ରଥମଥର ଘଟିନାହିଁ। ଚେନ୍ନାଇ ସୁପର କିଙ୍ଗସ ଓ ରାଜସ୍ଥାନ ରୟାଲ୍ସ ମ୍ୟାଚରେ ମଧ୍ୟ କ୍ରିକେଟପ୍ରେମୀ ଏଭଳି ଏକ ଘଟଣା ଦେଖିବାକୁ ପାଇଥିଲେ।
ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଇନିଂସର ଷଷ୍ଠ ଓଭରରେ ମହେନ୍ଦ୍ର ସିଂହ ଧୋନି ବ୍ୟାଟିଂ କରୁଥିବା ବେଳେ ସାମ୍ନାରେ ଥିଲେ ଜୋଫ୍ରା ଆର୍ଚର। ଆର୍ଚରଙ୍କ ବଲରେ ଧୋନି ଡିଫେନ୍ସ କରିବାକୁ ପ୍ରୟାସ କରିଥିଲେ। ଏହା ମଧ୍ୟରେ ବଲ ତାଙ୍କ ବ୍ୟାଟ୍ ଓ ପରେ ପ୍ୟାଡରେ ବାଜି ଷ୍ଟମ୍ପକୁ ସ୍ପର୍ଶ କରିଥିଲା। ବଲ ଷ୍ଟମ୍ପରେ ବାଜିଥିଲେ ହେଁ, ବେଲ୍ ଗଳିନଥିଲା। ତେଣୁ ଏଥିରୁ ସ୍ପଷ୍ଟ ଯେ, ଭାଗ୍ୟ ଧୋନିଙ୍କୁ କେତେ ସାଥ୍ ଦେଇଥିଲା।
ଦେଖନ୍ତୁ ଭିଡିଓ
Chris Lynn Bowled? Well, not really!
https://t.co/ojTfTmDGsb #RRvRCB pic.twitter.com/ejwSUwxO0b
— IndianPremierLeague (@IPL) April 7, 2019
from Odisha Reporter http://bit.ly/2I3HiGh

No comments:
Post a Comment