ବିଜେପିର ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତିର ବର୍ଷା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 8, 2019

ବିଜେପିର ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତିର ବର୍ଷା

ନୂଆଦିଲ୍ଲୀ: ଆସନ୍ତା ସାଧାରଣ ନିର୍ବାଚନରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଆଜି ବିଜେପି ପକ୍ଷରୁ ନିର୍ବାଚନୀ ଇସ୍ତାହାର ଜାରି କରାଯାଇଛି। ଦଳ ପକ୍ଷରୁ ଏହି ଇସ୍ତାହାରକୁ ସଂକଳ୍ପ ପତ୍ରର ନାଁ ଦିଆଯାଇଛି। ଆଜି ବିଜେପିର ଷ୍ଟାର ପ୍ରଚାରକ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସଂକଳ୍ପ ପତ୍ରକୁ ଉନ୍ମୋଚିତ କରିଛନ୍ତି। ୪୮ ପୃଷ୍ଟା ବିଶିଷ୍ଟ ଏହି ସଂକଳ୍ପ ପତ୍ରରେ ଜାତୀୟ ସୁରକ୍ଷା ଓ ଚାଷୀଙ୍କୁ ଅଧିକ ଫୋକସ୍‌ରେ ରଖାଯାଇଛି।

୨୦୧୪ରେ ମୋଦି ସରକାର ଚାଷୀଙ୍କ ଆୟ ଦୁଇ ଗୁଣିତ କରିବାକୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ୨୦୧୯ ସଂକଳ୍ପ ପତ୍ରରେ ତାହା ଦୋହରାଯାଇଛି। ଅର୍ଥାତ ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦ୍ଵିଗୁଣିତ ହେବ ବୋଲି ବିଜେପି ସଂକଳ୍ପ ପତ୍ରରେ ଉଲ୍ଲେଖ କରାଯାଇଛି। ଏଥିସହ ଆତଙ୍କବାଦ ବିରୋଧରେ ବିଜେପି ସରକାର ପୂର୍ବଭଳି ଜିରୋ ଟଲରାନ୍ସ ନୀତି ଆପଣାଇବେ ବୋଲି କୁହାଯାଇଛି।

ସେହିପରି ବିଜେପି କ୍ଷମତାକୁ ଆସିଲେ ଆସନ୍ତା ୫ ବର୍ଷ ମଧ୍ୟରେ ଗ୍ରାମାଞ୍ଚଳର ବିକାଶ ପାଇଁ ୨୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବ। ବିଜେପି କ୍ଷମତାକୁ ଆସିଲେ ଚାଷୀଙ୍କୁ ବାର୍ଷିକ ୬ ହଜାର ଟଙ୍କା ଦେବ। ଏହି ଅର୍ଥ କିଷାନ ସମ୍ମାନ ନିଧି ଯୋଜନା ଅନୁସାରେ ପ୍ରଦାନ କରାଯିବ। କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ୬୦ ବର୍ଷ ପରେ ପେନସନ୍‌ ମିଳିବ ବୋଲି ବିଜେପି ଇସ୍ତାହାରରେ କୁହାଯାଇଛି। ଚାଷୀଙ୍କୁ ୧ ଲକ୍ଷ ଟଙ୍କାର ଋଣ ପର୍ଯ୍ୟନ୍ତ କୌଣସି ସୁଧ ଦେବାକୁ ପଡ଼ିବ ନାହିଁ। ତେବେ ୫ ବର୍ଷ ମଧ୍ୟରେ ଚାଷୀ ଋଣ ଟଙ୍କାକୁ ସୁଝିବାକୁ ପଡ଼ିବ।

ଏହାବାଦ୍‌ ସେନାକୁ ଅଧିକ ସଶକ୍ତ କରିବାକୁ ଅଧିକରୁ ଅଧିକ ଅସ୍ତ୍ରଶସ୍ତ୍ର କିଣାଯିବ। ବିଜେପି କ୍ଷମତାକୁ ଆସିଲେ ଆସାମ ଭଳି ଦେଶର ବିଭିନ୍ନ ପ୍ରାନ୍ତରେ ପର୍ଯ୍ୟାୟକ୍ରମେ ନ୍ୟାଶନାଲ ରେଜିଷ୍ଟର ଅଫ୍‌ ସିଟିଜେନ୍ସକୁ କାର୍ଯ୍ୟକାରୀ କରାଯିବ। ନାଗରିକତ୍ୱ ବିଲ୍‌କୁ ବିଭିନ୍ନ ସ୍ଥାନରେ ବିରୋଧ କରାଯାଉଥିବା ବେଳେ ବିଜେପି କ୍ଷମତାକୁ ଆସିଲେ ଏହାକୁ ଯେମିତି ହେଲେ ଲାଗୁ କରିବ ବୋଲି କହିଛି।

ସେହିପରି ଜମ୍ମୁ-କଶ୍ମୀରରେ ୩୭୦ ଧାରା ଅନୁଯାୟୀ ଲାଗୁ ହୋଇଥିବା ସ୍ୱତନ୍ତ୍ର ରାଜ୍ୟ ମାନ୍ୟତାକୁ ବିଜେପି କ୍ଷମତାକୁ ଆସିଲେ ପ୍ରତ୍ୟାହାର କରିନେବ। ଏଥିସହ ଧାରା ୩୫-ଏରେ ମଧ୍ୟ ପରିବର୍ତ୍ତନ କରାଯିବ। ଏହି ଧାରା ଅନୁସାରେ ବାହାର ଲୋକ ଜମ୍ମୁ-କଶ୍ମୀରରେ କୌଣସି ପ୍ରକାରର ଜମି କିମ୍ବା ଘର କିଣି ପାରୁ ନଥିଲେ।

୨୦୧୪ ପରି ଏଥିର ମଧ୍ୟ ବିଜେପି ରାମ ମନ୍ଦିର ନିର୍ମାଣ ସମ୍ପର୍କରେ ସମାନ କଥା କହିଛି। ଦଳ କ୍ଷମତାକୁ ଆସିଲେ ତୁରନ୍ତ ରାମ ମନ୍ଦିର ନିର୍ମାଣ କରିବାକୁ ପଦକ୍ଷେପ ଗ୍ରହଣ କରିବ। ୨୦୨୨ ସୁଦ୍ଧା ଗୃହହୀନ ଓ କଚ୍ଚା ଘରେ ରହୁଥିବା ଲୋକଙ୍କୁ ବିଜେପି କ୍ଷମତାକୁ ଆସିଲେ ପକ୍କା ଘର ଯୋଗାଇ ଦେବ। ୨୦୨୪ ସୁଦ୍ଧ ଭିତ୍ତିଭୂମିର ବିକାଶ ପାଇଁ ୧୦୦ ଲକ୍ଷ କୋଟି ଟଙ୍କା ବିଜେପି ସରକାର ଖର୍ଚ୍ଚ କରିବେ।

୨୦୧୪ରେ ବିଜେପି କ୍ଷମତାକୁ ଆସିଲେ ଜମ୍ମୁ-କଶ୍ମୀରରୁ ବିତାଡ଼ିତ ହୋଇଥିବା କଶ୍ମୀର ପଣ୍ଡିତଙ୍କୁ ପୁଣି ଉପତ୍ୟକାକୁ ଫେରାଇ ଆଣିବ ବୋଲି କହିଥିଲା। ଏଥିର ମଧ୍ୟ ବିଜେପି କଶ୍ମୀର ପଣ୍ଡିତ ସମ୍ପର୍କରେ ସମାନ କଥା କହିଛି। ବିଜେପି କ୍ଷମତାକୁ ଆସିଲେ ‘ଜଲ ଜୀବନ ମିଶନ’ ଆରମ୍ଭ କରିବ। ଏହି ଯୋଜନା ଅଧିନରେ ‘ନଲ ସେ ଜଲ’ କାର୍ଯ୍ୟକ୍ରମ ଆରମ୍ଭ ହେବ ଏବଂ ୨୦୨୪ ସୁଦ୍ଧା ସମସ୍ତଙ୍କ ଘରେ ପାଇପ୍‌ ଯୋଗେ ପାଣି ପହଞ୍ଚିବ।

ଏସବୁ ପ୍ରତିଶ୍ରୁତି ବ୍ୟତୀତ ଉଦ୍ୟୋଗୀଙ୍କ ପାଇଁ ରାଷ୍ଟ୍ରୀୟ ବ୍ୟାପାର ଆୟୋଗ, ଛୋଟ ଦୋକାନୀଙ୍କୁ ପେନସନ ଓ କେନ୍ଦ୍ର-ରାଜ୍ୟ ସଂପର୍କ ଅଧିକ ମଜବୁତ କରାଯିବ ବୋଲି ବିଜେପି ସଂକଳ୍ପ ପତ୍ରରେ ଉଲ୍ଲେଖ କରିଛି। ସେହିପରି ବିଜେପି କ୍ଷମତାକୁ ଆସିଲେ ଲ୍ୟାଣ୍ଡ ରେକର୍ଡର ଡିଜିଟାଲାଇଜେସନ ହେବ, ଦେଶରେ ଆଉ ୭୫ ମେଡିକାଲ କଲେଜ, ପ୍ରତି ବ୍ୟକ୍ତିକୁ ୫ କିମି ଭିତରେ ବ୍ୟାଙ୍କ ସୁବିଧା, ୨୦୦ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ଏବଂ ନବୋଦୟ ସ୍କୁଲ ପ୍ରତିଷ୍ଠା ପାଇଁ ବ୍ୟବସ୍ଥା କରିବ।

୨୦୧୪ରେ କଳାଧନ ଓ ଦୁର୍ନୀତିକୁ ମୁଖ୍ୟ ପ୍ରସଙ୍ଗ କରି କ୍ଷମତା ଦଖଲ କରିଥିବା ବିଜେପି ୨୦୧୯ରେ ଏହାକୁ ଗୁରୁତ୍ୱ ଦେଇନାହିଁ। ସେହିପରି ନିଯୁକ୍ତି ସୁଯୋଗ ସମ୍ପର୍କରେ ବିଜେପି ଇସ୍ତାହାରରେ ସ୍ପଷ୍ଟ ଭାବେ କିଛି କୁହାଯାଇନାହିଁ।



from Odisha Reporter http://bit.ly/2UE2JU3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages