ବିଜେପି ପାଇଁ ପ୍ରଚାର କରୁଥିବା କୁକୁର ଅଟକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 29, 2019

ବିଜେପି ପାଇଁ ପ୍ରଚାର କରୁଥିବା କୁକୁର ଅଟକ

ମୁମ୍ବାଇ: ଆଜି ମହାରାଷ୍ଟ୍ରରେ ୪ର୍ଥ ପର୍ଯ୍ୟାୟ ଭୋଟ ଚାଲିଥିବା ବେଳେ ଅନ୍ୟପଟେ ଏକ ଅଜବ ଘଟଣା ଘଟିଛି। ବିଜେପି ପାଇଁ ପ୍ରଚାର କରୁଥିବା ଅଭିଯୋଗରେ ମହାରାଷ୍ଟ୍ର ପୁଲିସ୍‌ ଗୋଟିଏ କୁକୁରକୁ ଅଟକ ରଖିଛି। ଏହି କୁକୁର ଦେହରେ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଷ୍ଟିକର୍‌ ଥିବାରୁ ତାକୁ ଅଟକ ରଖାଯାଇଛି। ଏଥିସହ ଏହି କୁକୁରର ମାଲିକଙ୍କୁ ମଧ୍ୟ ନନ୍ଦୁରବାର ପୁଲିସ୍‌ ଅଟକ ରଖିଛି। ଏଠାରେ ଆଜି ଭୋଟିଂ ଚାଲିଥିବା ବେଳେ କୁକୁରଟି ସେହି ବାଟେ ବୁଲିବାରୁ ପୁଲିସ୍‌ ତାକୁ ଅଟକ ରଖିଛି।

ପୁଲିସ୍‌ର ସୂଚନା ଅନୁଯାୟୀ, କୁକୁରଟି ତା’ର ମାଷ୍ଟର ଏକନାଥ ମୋତିରାମ(୬୫) ସହ ସହରର ସାରା ବୁଲୁଥିଲା। ଏହି ସମୟରେ କୁକୁର ସହ ଏକନାଥଙ୍କୁ ଅନ୍ଧେରୀ ହସ୍ପିଟାଲ୍‌ ନିକଟରୁ ଥାନାକୁ ଅଣାଯାଇଛି। କୁକୁରର ସମଗ୍ର ଶରୀରରେ ବିଜେପିର ଚିହ୍ନ ଏବଂ ମୋଦିଙ୍କ ଫଟୋ ସହ ‘ମୋଦି ଲାଓ ଏବଂ ଦେଶ ବଚାଓ’ ସ୍ଲୋଗାନ ଲେଖାଯାଇଛି।

ଭୋଟିଂ ଚାଲିଥିବା ଅଞ୍ଚଳରେ କୁକୁରଟି ବୁଲୁଥିବାର ଖବର ମିଳିବା ପରେ ସ୍ଥାନୀୟ ଲୋକେ ପୁଲିସ୍‌କୁ ଖବର ଦେଇଥିଲେ। ଶେଷରେ ପୁଲିସ୍‌ କୁକୁର ସହ ମାଷ୍ଟରଙ୍କୁ ଉଠାଇନେଇଛି। ପୁଲିସ୍‌ ଏକନାଥଙ୍କ ନାଁରେ ମାମଲା ରୁଜୁ କରିଥିବା ବେଳେ କୁକୁରଟିକୁ ମ୍ୟୁନିସିପାଲିଟି ହେପାଜତରେ ଛାଡ଼ିଛି।



from Odisha Reporter http://bit.ly/2GP7z9s

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages