
ଥିରୁଭନନ୍ତପୁରମ୍: ଜଙ୍ଗଲିଆ ଏବଂ ପାହାଡ଼ିଆ ରାସ୍ତାରେ ୧୮ କିଲୋମିଟର ଚାଲି କେରଳର ଦୁର୍ଗମ ଅଞ୍ଚଳବାସୀଙ୍କୁ ଗଣତନ୍ତ୍ରର ମହାପର୍ବରେ ସାମିଲ କରାଇଛନ୍ତି ପୋଲିଂ ଅଧିକାରୀ ଓ କର୍ମଚାରୀ। ମୁନ୍ନାର ଜଙ୍ଗଲ ଡିଭିଜନ୍ ଅନ୍ତର୍ଗତ ଏଡାମାଲ୍ଲାକୁଡି ନାମକ ଏହି ପଞ୍ଚାୟତରେ ୩ଟି ପୋଲିଂ ବୁଥ୍ ସ୍ଥାପନ ପାଇଁ ୭୦ ଜଣିଆ ଟିମ୍ ପହଞ୍ଚିଥିଲେ। ସେମାନେ ଭୋର ସମୟରୁ ଯାତ୍ରା ଆରମ୍ଭ କରି ମୁଖ୍ୟ ପୋଲିଂ ଷ୍ଟେସନ୍ ସୋଶାଇଟିକୁଡଠାରେ ଅପରାହ୍ଣରେ ପହଞ୍ଚିଥିଲେ।
ଜଣେ ବରିଷ୍ଠ ପୋଲିଂ ଅଧିକାରୀଙ୍କ କହିବା ଅନୁଯାୟୀ, ପୂର୍ବ ତୁଳନାରେ କେରଳର ଏହି ଏକମାତ୍ର ଆଦିବାସୀ ପଞ୍ଚାୟତର ଅଧିକ ଲୋକ ଭୋଟ ଦେବା ପାଇଁ ଆଗ୍ରହ ଦେଖାଇଥିଲେ। ଯଦିଓ ଗତ ଅଗଷ୍ଟ ମାସର ବନ୍ୟାରେ ଧୋଇଯାଇଥିବା ରାସ୍ତାରେ ସେମାନଙ୍କୁ ୧୮ କିଲୋମିଟର ଚାଲିବାକୁ ପଡ଼ିଲା, ସେମାନେ ଏହି ବିରଳ ଅନୁଭୂତି ହାସଲ କରିବାକୁ ଚାହୁଁଥିଲେ।
ସ୍ଥାନୀୟ ଲୋକମାନଙ୍କୁ ଭୋଟ୍ କେମିତି ଦିଆଯାଏ ତାହା ମଧ୍ୟ ଟ୍ରେନିଂ ଦିଆଯାଇଥିଲା। ଏହି ପଞ୍ଚାୟତର ୩ ଟି ବୁଥ୍ ସୋଶାଇଟିକୁଡି, ପାରାପ୍ପାୟାକୁଡି ଏବଂ ମୂଲାକୁଥାରାକୁଡିରେ ଏପରି ତାଲିମ ଦିଆଯାଇଥିଲା। ଏହି ପୋଲିଂ ଟିମ୍ରେ ୩୦ ଜଣ ଥିଲେ। ସେମାନେ ପେଟ୍ଟିମୁଡି ଯାଏ ଜିପ୍ରେ ଯାଇଥିଲେ ଏବଂ ଏହାପରେ ପାଦରେ ଚାଲିଥିଲେ। ପୂର୍ବରୁ ରାଜନୀତି ଆଧାରରେ ସେମାନେ ଭୋଟ୍ ଦେଉନଥିଲେ। କିନ୍ତୁ ଏବେ ୟୁଡିଏଫ୍, ଏଲଡିଏଫ୍ ଏବଂ ଏନ୍ଡିଏ ଏହି ପଞ୍ଚାୟତରେ ନିଜ ନିଜର ଭୋଟ୍ ବ୍ୟାଙ୍କ ତିଆରି କରିଛନ୍ତି।
ଯଦିଓ ଲୋକସଭା ପ୍ରାର୍ଥୀ ଏହି ପଞ୍ଚାୟତକୁ ପ୍ରଚାର ପାଇଁ ଆସିନାହାନ୍ତି, ବିଭିନ୍ନ ସ୍ଥାନରେ ପୋଷ୍ଟରମାନ ଦେଖିବାକୁ ମିଳୁଛି। ମୋଟ ୨୮୦୯ ଜଣ ଭୋଟର ଥିବା ଏହି ପଞ୍ଚାୟତରେ ୧୦୯୨ ଭୋଟର ଥିବା ପାରାପାୟାରକୁଡି ସବୁଠୁ ଅଧିକ ଭୋଟର ଥିବା ପୋଲିଂ ଷ୍ଟେସନ୍। ଏହି ପଞ୍ଚାୟତର ଗାଁ ଗୁଡ଼ିକ ଜଙ୍ଗଲ ଭିତରେ ଛୋଟ ଛୋଟ ପଡ଼ା ଆକାରରେ ରହିଛି।
from Odisha Reporter http://bit.ly/2W2HFEe
No comments:
Post a Comment