ଏସିଆନ୍ ବକ୍ସିଂ ଚାମ୍ପିଅନଶିପ୍: ପଦକ ପକ୍କା କଲେ ଶିବ ଥାପ୍ପା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 23, 2019

ଏସିଆନ୍ ବକ୍ସିଂ ଚାମ୍ପିଅନଶିପ୍: ପଦକ ପକ୍କା କଲେ ଶିବ ଥାପ୍ପା

ବ୍ୟାଙ୍ଗକକ୍: ଭାରତର ଷ୍ଟାର୍ ବକ୍ସର୍ ଶିବ ଥାପ୍ପା ନିଜର ଦମଦାର ପ୍ରଦର୍ଶନ ଜାରି ରଖି କ୍ରମାଗତ ଚତୁର୍ଥଥର ଏସିଆନ୍ ବକ୍ସିଂ ଚାମ୍ପିଅନଶିପର ସେମିଫାଇନାଲରେ ପ୍ରବେଶ କରି ପଦକ ପକ୍କା କରିଛନ୍ତି। ଅନ୍ୟପକ୍ଷରେ ଏଲ୍ ସରିତା ଦେବୀ (୬୦ କେଜି) ପ୍ରଥମଥର ପାଇଁ ଚଳିତ ଟୁର୍ଣ୍ଣାମେଣ୍ଟର ୯ ବର୍ଷ ପରେ ସେମିଫାଇନାଲରେ ପ୍ରବେଶ ପହଞ୍ଚିଛନ୍ତି।

୨୫ ବର୍ଷୀୟ ଶିବ ମଙ୍ଗଳବାର ପୁରୁଷଙ୍କ ଲାଇଟୱେଟ୍ ୬୦ କେଜି ବର୍ଗର କ୍ୱାର୍ଟରଫାଇନାଲରେ ଥାଇଲ୍ୟାଣ୍ଡର ରୁଜାକ୍ରନ୍ ଜୁଣ୍ଟରଙ୍ଗଙ୍କୁ ଏକତରଫା ଭାବେ ୫-୦ରେ ପରାସ୍ତ କରିଛନ୍ତି। ସେମିଫାଇନାଲରେ ଶିବଙ୍କ ସାମ୍ନା କଜାଖସ୍ତାନର ଜାକିର ସାଫିଉଲ୍ଲିନଙ୍କ ସହ ହେବ, ଯିଏ ୨୦୧୫ ସଂସ୍କରଣରେ ରୌପ୍ୟ ପଦକ ଜିତିଥିଲେ।

ଥାପ୍ପା ମଧ୍ୟ ଏହି ସମ୍ମାନଜନକ ଚାମ୍ପିଅନଶିପରେ ତିନିଥର ପଦକ ଜିତିଛନ୍ତି। ସେ ୨୦୧୩ରେ ସ୍ୱର୍ଣ୍ଣ, ୨୦୧୫ରେ ବ୍ରୋଞ୍ଜ ଓ ୨୦୧୭ରେ ରୌପ୍ୟ ପଦକ ଜିତିଥିଲେ। ମହିଳାଙ୍କ ଡ୍ର’ରେ ପୂର୍ବତନ ୱାର୍ଲ୍ଡ ଚାମ୍ପିଅନ୍ ସରିତା କ୍ୱାର୍ଟରଫାଇନାଲରେ କଜାଖସ୍ତାନର ରିମା ଭୋଲେସେଙ୍କୋଙ୍କୁ ପରାସ୍ତ କରି ପଦକ ପକ୍କା କରିଛନ୍ତି।

ଏହା ପୂର୍ବରୁ ସରିତା ଶେଷଥର ପାଇଁ ୨୦୧୦ରେ ସେମିଫାଇନାଲରେ ସ୍ଥାନ ହାସଲ କରିଥିଲେ। ଗତ ସଂସ୍କରଣର ରୌପ୍ୟ ପଦକ ବିଜେତା ମନିଷା ଫିଲିପାଇନ୍ସର ପେଟେସିଓ ଝା ନାଇସଙ୍କୁ ହରାଇ ଅତିକମରେ ବ୍ରୋଞ୍ଜ ପଦକ ନିଶ୍ଚିତ କରିଛନ୍ତି।

ଥାପ୍ପାଙ୍କ ବ୍ୟତୀତ ଭାରତର ଆଶିଷ କୁମାର (୭୫ କେଜି) କ୍ୱାର୍ଟରରେ କିର୍ଗିଜସ୍ତାନର ଓମେରବେକ୍ ଉଲୁ ବେଝିଗିଟଙ୍କୁ ପରାସ୍ତ କରିଛନ୍ତି। ତେବେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ବ୍ରୋଞ୍ଜ ପଦକ ବିଜେତା ନମନ୍ ତନୱର (୯୧ କେଜି) କ୍ୱାର୍ଟରରେ ଜୋର୍ଡାନର ହୁସେନ୍ ଇଶାଇୟାଙ୍କଠାରୁ ହାରି ବିଦାୟ ନେଇଛନ୍ତି।



from Odisha Reporter http://bit.ly/2DpdqzZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages