
ଯାଜପୁର(ଅଭୟ ପତି): ଯାଜପୁର ଜିଲ୍ଲା କାଳିଆପାଣି ଥାନା ଅନ୍ତର୍ଗତ ଗରାମିଆଁ ରେଙ୍ଗାଲି ବନ୍ଧ ନିକଟରୁ ଏକ ବୋଲେରୋରୁ ୧୪ ଲକ୍ଷ ଟଙ୍କା ଜବତ କରାଯାଇଛି। ନିର୍ବାଚନ ପାଇଁ ଗଠିତ ଫ୍ଲାଇଂ ସ୍କ୍ୱାଡ୍ ଓ କାଳିଆପାଣି ପୁଲିସ୍ ଏହି ଟଙ୍କା ଜବତ କରିଛି।
ଗାଡ଼ିଟି ମୁଖ୍ୟ ରାସ୍ତାରେ ନ ଯାଇ ଫ୍ଲାଇଂ ସ୍କ୍ୱାଡ୍ ଚେକିଂ ଦେଖି ଏକ ଅର୍ଦ୍ଧ ନିର୍ମିତ ବନ୍ଧ ରାସ୍ତାରେ ଯାଉଥିବା ବେଳେ ଧରାପଡ଼ିଥିଲା। ଏକ ଟ୍ରାନ୍ସପୋର୍ଟ କମ୍ପାନୀ ପକ୍ଷରୁ ଏହି ଟଙ୍କା ନିଆ ଯାଉଥିବା ଜଣାପଡ଼ିଛି। ଏହି ଘଟଣାରେ ପୁଲିସ୍ ୩ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇବା ସହ ଘଟଣାର ତଦନ୍ତ କରୁଛି ।
ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରି ଥିବାବେଳେ ଆହୁରି ୩ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ତେବେ ଏହି ସମୟରେ ପ୍ରତ୍ୟେକ ଦିନ ରାଜ୍ୟର ବିଭିନ୍ନ ସ୍ଥାନରୁ ଗାଡ଼ିରୁ ଟଙ୍କା ଜବତ ଘଟଣା କରାଯାଉଥିବା ସୂଚନା ଆସୁଛି।
from Odisha Reporter http://bit.ly/2KCOtYb
No comments:
Post a Comment