ଏମିତି ମିଠା ଦେବି ଯେ ମୋଦିଙ୍କ ଦାନ୍ତ ଭାଙ୍ଗିଯିବ: ମମତା ବାନାର୍ଜୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 26, 2019

ଏମିତି ମିଠା ଦେବି ଯେ ମୋଦିଙ୍କ ଦାନ୍ତ ଭାଙ୍ଗିଯିବ: ମମତା ବାନାର୍ଜୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମିଠା ଓ କୁର୍ତ୍ତା ପଠାଉଥିବା ନେଇ ମୋଦି ପ୍ରକାଶ କରିବା ପରେ ଏହାର ଜବାବ ରଖିଛନ୍ତି ମମତା। ଏହା ବର୍ତ୍ତମାନ ସୋଶାଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ମମତା ଧମକାଇଛନ୍ତି ସତ କିନ୍ତୁ ଏହି ଧମକରେ ମଧ୍ୟ ରସଗୋଲା ସ୍ଥାନ ପାଇଛି। ମମତା ନିଜକୁ ମୋଦିଙ୍କ ପ୍ରମୁଖ ବିରୋଧୀ ଭାବରେ ଉପସ୍ଥାପିତ କରିବାର ପ୍ରୟାସରେ ଥିବାରୁ ଏଥିରେ ବାଧା ସୃଷ୍ଟି କରୁଥିବା ରସଗୋଲା ପ୍ରସଙ୍ଗରେ ସେ ନିଜକୁ ଠିକ୍‌ ଦର୍ଶାଇବାରେ ଲାଗି ପଡ଼ିଛନ୍ତି।

ସୂଚନାଯୋଗ୍ୟ ଯେ, ପଶ୍ଚିମବଙ୍ଗରେ ନିର୍ବାଚନକୁ ନେଇ ବିଜେପି-ଟିଏମ୍‌ସି ରାଜନୀତି ଜୋର ଧରିଛି। ସାଧାରଣ ନିର୍ବାଚନର ସାତଟି ପର୍ଯ୍ୟାୟ ୧୯ ମେ’ରେ ଶେଷ ହେବ। ଏହା ମଧ୍ୟରେ ତିନୋଟି ପର୍ଯ୍ୟାୟ ନିର୍ବାଚନ ହୋଇ ସାରିଛି ଏବଂ ଅନ୍ୟ ଚାରୋଟି ପର୍ଯ୍ୟାୟରେ ପାଖାପାଖି ୨୪୨ଟି ସିଟ୍‌ ପାଇଁ ନିର୍ବାଚନ ହେବ। ଉତ୍ତରପ୍ରଦେଶ ଓ ବିହାର ପରି ପଶ୍ଚିମବଙ୍ଗରେ ମଧ୍ୟ ସାତଟି ପର୍ଯ୍ୟାୟରେ ନିର୍ବାଚନ ହେବ। ଏହା ମଧ୍ୟରେ ପଶ୍ଚିମବଙ୍ଗରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ସରିଛି, କିନ୍ତୁ ନିର୍ବାଚନୀ ହିଂସା ଯୋଗୁ ଓଡ଼ିଶା ପରି ସେଠାରେ ମଧ୍ୟ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି।

ମମତା ତାଙ୍କ ବୟାନରେ କହିଛନ୍ତି “ପ୍ରଧାନମନ୍ତ୍ରୀ ନିର୍ବାଚନ ପୂର୍ବରୁ କେବେ ପଶ୍ଚିମବଙ୍ଗ ଆସିନାହାନ୍ତି। କିନ୍ତୁ ବର୍ତ୍ତମାନ ହେଉଥିବା ନିର୍ବାଚନରେ ତାଙ୍କୁ ଲୋକଙ୍କ ଭୋଟ୍‌ର ଆବଶ୍ୟକତା ରହିଛି। ଆମେ ତାଙ୍କୁ ଭୋଟ୍‌ ନୁହେଁ, ବଙ୍ଗଳାର ରସଗୋଲା ଦେବୁ। ଯେଉଁ ରସଗୋଲାକୁ ଆମେ ତାଙ୍କୁ ପଶ୍ଚିମବଙ୍ଗରେ ଖାଇବାକୁ ଦେବୁ ସେଥିରେ ମାଟି ଓ ପଥର ମିଶା ହୋଇଥିବ। ଫଳରେ ପ୍ରଧାନମନ୍ତ୍ରୀ ସେହି ମିଠା ଖାଇବା ପରେ ତାଙ୍କ ଦାନ୍ତ ଭାଙ୍ଗିଯିବ।” ମମତାଙ୍କର ଏହି ବୟାନ୍‌ ପରେ ବିଜେପି ନେତାଙ୍କର ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ।

ଗତକାଲି ପଶ୍ଚିମବଙ୍ଗର ସିୟୁରିରେ ଏକ କାର୍ଯ୍ୟକ୍ରମରେ ମମତା ତାଙ୍କ ଦଳର କାର୍ଯ୍ୟକର୍ତ୍ତାଙ୍କୁ ଲୋକଙ୍କୁ ଡରାଇବା ଓ ଧମକାଇବା ପାଇଁ ପ୍ରୋତ୍ସାହିତ କରିଥିଲେ। ବିଜେପି ମମତାଙ୍କର ଏପରି କାର୍ଯ୍ୟ ନିର୍ବାଚନ ଆଚରଣ ବିଧିର ଉଲ୍ଲଙ୍ଘନ ବୋଲି ଦର୍ଶାଇ ମମତାଙ୍କ ବିରୋଧରେ ନିର୍ବାଚନ ଆୟୋଗଙ୍କ ଦ୍ୱାରସ୍ଥ ହୋଇ ଅଭିଯୋଗ ଦାୟର କରିଛି।



from Odisha Reporter http://bit.ly/2vwwuIB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages