ପ୍ରଥମେ ବୋଲିଂ କରିବ ଚେନ୍ନାଇ, ଧୋନିଙ୍କୁ ବିଶ୍ରାମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 26, 2019

ପ୍ରଥମେ ବୋଲିଂ କରିବ ଚେନ୍ନାଇ, ଧୋନିଙ୍କୁ ବିଶ୍ରାମ

ଚେନ୍ନାଇ: ଚଳିତ ଆଇପିଏଲର ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ମୁହାଁମୁହିଁ ହୋଇଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗସ୍। ଏହି ମ୍ୟାଚରେ ମହେନ୍ଦ୍ର ସିଂହ ଧୋନିଙ୍କ ବଦଳରେ ଚେନ୍ନାଇ ସୁପର କିଙ୍ଗସ୍ ଟିମ୍ ନେତୃତ୍ୱ ନେଇଥିବା ସୁରେଶ ରାଇନା ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ମୁମ୍ବାଇ ପ୍ରଥମେ ବ୍ୟାଟିଂ କରିବ।

ଚେନ୍ନାଇ ଅଧିନାୟକ ଧୋନି ଓ ରବୀନ୍ଦ୍ର ଜାଡେଜା ଅସୁସ୍ଥ ଥିବାରୁ ଚୂଡ଼ାନ୍ତ ଦଳରେ ସ୍ଥାନ ପାଇନାହାନ୍ତି। ଏହି ଦୁଇ ଖେଳାଳିଙ୍କ ସ୍ଥାନରେ ଧ୍ରୁବ ସୋରେ ଓ ମୁରଲୀ ବିଜୟ ଚୂଡ଼ାନ୍ତ ସାମିଲ୍ ହୋଇଛନ୍ତି। ସେହିପରି ଫାଫ୍ ଡ୍ୟୁପ୍ଲେସିସଙ୍କ ବଦଳରେ ମିଚେଲ୍ ସାଣ୍ଟନର ସୁଯୋଗ ପାଇଛନ୍ତି।

ମୁମ୍ବାଇ ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଛି। ବେନ୍ କଟିଙ୍ଗ ଓ ମୟଙ୍କ ମାର୍କଣ୍ଡେ ଟିମରୁ ବାଦ୍ ପଡ଼ିଛନ୍ତି। ମାର୍କଣ୍ଡେଙ୍କ ସ୍ଥାନରେ ଅନୁକୂଲ ରୟ ଆଇପିଏଲରେ ଡେବ୍ୟୁ କରିଥିବା ବେଳେ କଟିଙ୍ଗଙ୍କ ସ୍ଥାନରେ ଏଭିନ୍ ଲୁଇସ୍ ଖେଳୁଛନ୍ତି।

ଚେନ୍ନାଇ ଏକାଦଶ: ମୁରଲୀ ବିଜୟ, ଶେନ୍ ୱାଟସନ୍, ସୁରେଶ ରାଇନା (ଅଧିନାୟକ), କେଦାର ଯାଦବ, ଅମ୍ବାତି ରାୟୁଡୁ, ଧ୍ରୁବ ସୋରେ, ମିଚେଲ୍ ସାଣ୍ଟନର, ଡ୍ୱେନ୍ ବ୍ରାଭୋ, ଦୀପକ ଚହର୍, ହରଭଜନ ସିଂହ, ଇମ୍ରାନ୍ ତାହିର୍।

ମୁମ୍ବାଇ ଏକାଦଶ: ରୋହିତ୍ ଶର୍ମା (ଅଧିନାୟକ), କ୍ୱିଣ୍ଟନ୍ ଡି’କକ୍, ଏଭିନ୍ ଲୁଇସ, କାଇରନ୍ ପୋଲାର୍ଡ, ହାର୍ଦ୍ଦିକ ପାଣ୍ଡ୍ୟା, କୃନାଲ୍ ପାଣ୍ଡ୍ୟା, ସୂର୍ଯ୍ୟକୁମାର ଯାଦବ, ଅନୁକୂଲ ରୟ, ରାହୁଲ ଚହର, ଯଶପ୍ରୀତ ବୁମ୍ରା, ଲସିଥ୍ ମାଲିଙ୍ଗା।



from Odisha Reporter http://bit.ly/2PEGuc1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages